ଢେଙ୍କାନାଳ ଜିଲ୍ଲାରେ ହେବ 24ଟି ଶିକ୍ଷା ସହାୟକ ନିଯୁକ୍ତି

Monday, December 24, 2018

 (ବେତାର ବ୍ୟୁରୋ) ଢେଙ୍କାନାଳ ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ଦ୍ଵାରା ପରିଚାଳିତ ହାଇସ୍କୁଲ, ଆଶ୍ରମ ବିଦ୍ୟାଳୟ ଓ ସେବାଶ୍ରମ ଗୁଡିକରେ ଚୁକ୍ତି ଭିତ୍ତିକ ଶିକ୍ଷା ସହାୟକ ପଦରେ ନିଯୁକ୍ତି ପାଇଁ ପ୍ରାର୍ଥୀମାନଙ୍କ ଠାରୁ ଦରଖାସ୍ତ ଆହ୍ଵାନ କରାଯାଇଛି। ଏହି ଚାକିରୀ ଚୁକ୍ତିଭିତ୍ତିକ ଅଟେ। 

 

ପଦବୀ ସଂଖ୍ୟା

ଚୁକ୍ତିଭିତ୍ତିକ ଶିକ୍ଷକ ପଦରେ ନିଯୁକ୍ତି ପାଇଁ ଏହି ବିଜ୍ଞପ୍ତିରେ ମୋଟ 24ଟି ପଦ ପ୍ରକାଶ ପାଇଛି। ସେଥିମଧ୍ୟରୁ ଚୁକ୍ତିଭିତ୍ତିକ ଶିକ୍ଷକ ପାଇଁ 9ଟି ପଦବୀ ରହିଛି ଓ ଶିକ୍ଷାସହାୟକ ପାଇଁ 15ଟି ପଦବୀ ରହିଛି। ଏହି ପଦବୀ ଗୁଡିକ ମଧ୍ୟରୁ ବି.ଏସସି.ବି.ଏଡ (B.Sc B.Ed) ପାଇଁ 8ଟି ପଦବୀ, ବି.ଏ.ବି.ଏଡ (B.A B.Ed)  ପାଇଁ11ଟି ପଦବୀ, ହିନ୍ଦୀ ଶିକ୍ଷକ ପାଇଁ 2ଟି ପଦ, ସଂସ୍କୃତ ଶିକ୍ଷକ ପାଇଁ 1ଟି ପଦ ଓ PET ଶିକ୍ଷକ ପାଇଁ 2ଟି ପଦ ପ୍ରକାଶ ପାଇଛି।

 

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ଆବେଦନ ପତ୍ର ଜାନୁୟାରୀ ମାସ 10 ତାରିଖ 2019 ସୁଦ୍ଧା ସ୍ପିଡ ପୋଷ୍ଟ/ରେଜିଷ୍ଟରଡ ପୋଷ୍ଟ ଜରିଆରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିବା ଆବଶ୍ୟକ।

 

ଦରମା

ଏହି ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.9,250-ଟ.16,880 ମଧ୍ୟରେ ଦରମା ପ୍ରଦାନ କରାଯିବ।

 

ବୟସସୀମା

ଚୁକ୍ତିଭିତ୍ତିକ ଶିକ୍ଷକ ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ଜାନୁୟାରୀ 1,2018 ସୁଦ୍ଧା ସର୍ବନିମ୍ନ 21ବର୍ଷ ଓ ସର୍ବାଧିକ 32ବର୍ଷ ହେବା ଆବଶ୍ୟକ। ଶିକ୍ଷାସହାୟକ ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ 18ବର୍ଷ ଓ ସର୍ବାଧିକ 35ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି,ଜନଜାତି,ଏସ.ଇ.ବି.ସି,ମହିଳା ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ  କୋହଳ କରାଯିବ।

 

ଶିକ୍ଷାଗତ ଯୋଗ୍ୟତା

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଆବଶ୍ୟକ ବିଭାଗରେ ଡିଗ୍ରୀ ପାସ କରିବା ସହିତ ବି.ଏଡ (B.ed) ପାସ କରିଥିବା ଆବଶ୍ୟକ। ଏହା ସହିତ ଶିକ୍ଷା ସହାୟକ ପଦ ପାଇଁ OTET ପାସ କରିଥିବା ଆବଶ୍ୟକ।

 

ଆବେଦନ ଫି

ଚୁକ୍ତିଭିତ୍ତିକ ଶିକ୍ଷକ ପଦରେ ଆବେଦନ କରିବା ପାଇଁ ଫି’ ବାବଦରେ ପ୍ରାର୍ଥୀଙ୍କୁ ଢେଙ୍କାନାଳ ଜିଲ୍ଲା ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଟ.400ର ବ୍ୟାଙ୍କ ଡ୍ରାଫ୍ଟ ପଇଠ କରିବାକୁ ପଡିବ।

 

କିପରି ଆବେଦନ କରିବେ

ଆବେଦନ କରିବା ପାଇଁ ଢେଙ୍କାନାଳ ଜିଲ୍ଲାର ଅଫିସିଆଲ ୱେବସାଇଟ www.dhenkanal.nic.in ରେ ଲଗଇନ କରି ଆବେଦନ ପତ୍ର ଡାଉନଲୋଡ କରନ୍ତୁ। ସମସ୍ତ ତଥ୍ୟ ପୂରଣ କରିବା ପରେ ଏହାକୁ ସ୍ପିଡପୋଷ୍ଟ କିମ୍ବା ରେଜିଷ୍ଟ୍ରର ପୋଷ୍ଟ ମାଧ୍ୟମରେ (the District Welfare Officer, Dhenkanal, At/P.O - Dhenkanal, Dist-Dhenkanal, Pin - 759001) ଠିକଣାରେ ପଠାଇ ପାରିବେ।

 

ଚୟନ ପଦ୍ଧତି

ପ୍ରାର୍ଥୀମାନଙ୍କୁ ସେମାନଙ୍କର ପରୀକ୍ଷାରେ ରଖିଥିବା ମାର୍କ ଅନୁସାରେ ଓ ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ। ଢେଙ୍କାନାଳ ଜିଲ୍ଲାର ପ୍ରାର୍ଥୀଙ୍କୁ ପ୍ରଥମେ ଅଗ୍ରାଧିକାର ଦିଆଯିବ।

 

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଢେଙ୍କାନାଳ ଜିଲ୍ଲା ଅଫିସିଆଲ ୱେବସାଇଟ www.dhenkanal.nic.in  ରେ ଲଗଇନ କରନ୍ତୁ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon