ଦେଖନ୍ତୁ : ଅନିଲ ଓ ସୋନମ କପୁରଙ୍କ 'ଏକ ଲଡକି କୋ ଦେଖା ତୋ..' ଫିଲ୍ମ ପୋଷ୍ଟର

Monday, December 24, 2018

(ବେତାର ବ୍ୟୁରୋ) ସୋସିଆଲ ମିଡିଆରେ ସବୁବେଳେ ନିଜର ଫ୍ରେସ ଲୁକ ପାଇଁ ଚର୍ଚ୍ଚାରେ ରହୁଥିବା ବଲିଉଡ ଅଭିନେତା ଅନିଲ କପୁରଙ୍କର ଆଜି 62ତମ ଜନ୍ମଦିନ। ତାଙ୍କର ଜନ୍ମଦିନ ଅବସରରେ ସେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର ଆଣିଛନ୍ତି। ଅନିଲ କପୁର ନିଜର ଆଗାମୀ ଫିଲ୍ମ ‘ଏକ ଲଡକି କୋ ଦେଖା ତୋ ଏସା ଲଗା’ର ପ୍ରଥମ ପୋଷ୍ଟର ଶେୟାର କରିଛନ୍ତି। ଏଥିରେ ଅନିଲ କପୁରଙ୍କ ସହ ତାଙ୍କ ଝିଅ ସୋନମ କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ଅନିଲ କପୁର ଓ ସୋନାମ କପୁରଙ୍କୁ ଏକାଠି କାମ କରୁଥିବାର ଦେଖିବାକୁ ମିଳିବ।

 

ଅନିଲ କପୁର ସୋସିଆଲ ମିଡିଆରେ ଏହି ଫିଲ୍ମର ପ୍ରଥମ ପୋଷ୍ଟର ଶେୟାର  କରି ଲେଖିଛନ୍ତି ଯେ, “ଏକ ଲଡକି କୋ ଦେଖା ତୋ ଏସା ଲଗା’ ଫିଲ୍ମର ପ୍ରଥମ ଲୁକ ଶେୟାର କରି ବହୁତ ଉତ୍ସାହିତ ଅଛି। ନିଜ ଜନ୍ମଦିନ ଅବସରରେ ନିଜ ଝିଅ ସହିତ ଅଭିନୟ ଯାତ୍ରା ଆରମ୍ଭ କରି ବହୁତ ଗର୍ବ ଅନୁଭବ କରୁଛି। ଏହାର ଟ୍ରେଲର ଡିସେମ୍ବର  27 ତାରିଖରେ ରିଲିଜ ହେବ। “

ଏହି ଫିଲ୍ମରେ ଅନିଲ କପୁର ଓ ସୋନମ କପୁରଙ୍କ ସହିତ ରାଜ କୁମାର ରାଓ ଓ ଜୁହି ଚାୱଲାଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଖାସ କଥା ହେଉଛି ଏହି ଫିଲ୍ମଟି ଅନିଲ କପୁରଙ୍କ ସହିତ ରାଜ କୁମାର ରାଓଙ୍କ ଏହା ଲଗାତର ଦ୍ଵିତୀୟ ଫିଲ୍ମ। ଏହା ପୂର୍ବରୁ ରାଜକୁମାର ଅନିଲ କପୁରଙ୍କ ସହିତ ‘ଫନେ ଖାନ’ରେ ଅଭିନୟ କରିଥିଲେ।

 

ସୂଚନା ମୁତାବକ, ଫିଲ୍ମର କାହାଣୀ ଜଣେ ବାପ ଓ ଝିଅର ସମ୍ପର୍କ ଉପରେ ଆଧାରିତ। ଏଥିରେ ବାପା ଜଣଙ୍କୁ ଭଲ ପାଇଛି ଓ ଝିଅ ଏହି ସମ୍ପର୍କକୁ ଗ୍ରହଣ କରିପାରିନାହିଁ। ଏଥିପାଇଁ ଦୁହିଁଙ୍କ ମଧ୍ୟରେ ଦୂରତା ମଧ୍ୟ ବଢିଛି। ଏହି ଫିଲ୍ମରେ ରାଜକୁମାର ରାଓଙ୍କୁ ଜଣେ ସମଲିଙ୍ଗୀ ସମ୍ପର୍କ ରଖୁଥିବା ବ୍ୟକ୍ତି ଭୂମିକାରେ ଦେଖିବାକୁ ମିଳିବ ଓ ଜୁହି ଚାୱଲା ଅନିଲ କପୁରଙ୍କ ବିପକ୍ଷରେ ଅଭିନୟ କରିଛନ୍ତି।

 

ସୋନମ କପୁରଙ୍କ ମଧ୍ୟ ଏହି ଫଟୋକୁ ଶେୟାର କରି ପିତା ଅନିଲ କପୁରଙ୍କ ଜନ୍ମଦିନ ଅବସରରେ ଏକ ପୋଷ୍ଟ କରିଛନ୍ତି। ସେ ନିଜ ପୋଷ୍ଟରେ ଲେଖିଛନ୍ତି, “ଜନ୍ମଦିନର ଶୁଭେଚ୍ଛା ଡାଡ। ଏହି ବର୍ଷ ଆମ ଦୁଇଜଣଙ୍କ ପାଇଁ ସ୍ମରଣୀୟ ରହିବ। ବଲିଉଡ ଇଣ୍ଡଷ୍ଟ୍ରୀରେ ଦଶବର୍ଷ କାମ କରିବା ପରେ ମଧ୍ୟ ପ୍ରଥମ ଥର ଆପଣଙ୍କ ସହ କାମ କରିବା ପାଇଁ ସୁଯୋଗ ପାଇଲି।“

 

‘ଏକ ଲଡକି କୋ ଦେଖା ତୋ aiସା ଲଗା’ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶୈଳୀ ଚୋପ୍ରା ଓ ପ୍ରଯୋଜନା କରିଛନ୍ତି ବିନୋଦ ଚୋପ୍ରା। ଫିଲ୍ମଟିକୁ ଆସନ୍ତା ବର୍ଷ ଫେବୃୟାରୀ 1 ତାରିଖ ଦିନ ରିଲିଜ କରାଯିବାର ଯୋଜନା ରହିଛି।   

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon