ପଢନ୍ତୁ : ପ୍ରବଳ ଶୀତରେ କିପରି ନେବେ କୋମଳ ଶିଶୁ ଓ ବୃଦ୍ଧଙ୍କ ସ୍ୱାସ୍ଥ୍ୟର ଯତ୍ନ

Monday, December 24, 2018

(ବେତାର ବ୍ୟୁରୋ) ଶୀତର ପ୍ରଭାବ ଦିନକୁ ଦିନ ବଢିବାରେ ଲାଗିଛି। ଅତ୍ୟଧିକ ଥଣ୍ଡାକୁ ଯୁବା ବୟସର ଲୋକମାନେ ସହି ଯାଇଥାନ୍ତି କିନ୍ତୁ ଏହି ସମୟଟି ଛୋଟ ପିଲା ଏବଂ ବୟସ୍କ ଲୋକଙ୍କ ପାଇଁ ଅଧିକ କଠିନ ହୋଇଥାଏ। ଅତ୍ୟଧିକ ଥଣ୍ଡା କାରଣରୁ ଛୋଟପିଲା ଓ ବୟସ୍କ ଲୋକମାନେ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। କାରଣ ଏହି ସମୟରେ ଛୋଟପିଲା ଓ ବୟସ୍କ ଲୋକଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତି କମି ଯାଇଥାଏ। ବୟସ୍କ ଲୋକଙ୍କ କ୍ଷେତ୍ରରେ ମଧୁମେହ ଓ ଉଚ୍ଚ ରକ୍ତଚାପ ବଢିବାର ଆଶଙ୍କା ବଢିଯାଇଥାଏ। ସେହିପରି ଛୋଟପିଲାଙ୍କ ପାଖରେ ବିଭିନ୍ନ ସଂକ୍ରାମକ ରୋଗ ମଧ୍ୟ ଦେଖିବାକୁ ମିଳିଥାଏ।

 

ଯଦି ଆପଣଙ୍କ ଘରେ ଛୋଟପିଲା ଓ ବୟସ୍କ ଲୋକ ଅଛନ୍ତି ତେବେ ଏହି ଶୀତଦିନେ ତାଙ୍କ ସ୍ୱାସ୍ଥ୍ୟର ଯତ୍ନ କିପରି ନେବେ ଜାଣିରଖନ୍ତୁ।

 

.ପ୍ରାତଃ ଭ୍ରମଣ ଶରୀର ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ଶୀତଦିନେ ସକାଳୁ ଓ ସନ୍ଧ୍ୟାରେ ଅତ୍ୟଧିକ ଥଣ୍ଡା ପଡିବା କାରଣରୁ ବୟସ୍କ ଲୋକଙ୍କୁ ପ୍ରାତଃଭ୍ରମଣ କିମ୍ବା ସନ୍ଧ୍ୟାଭ୍ରମଣରେ ଯିବାକୁ ଦିଅନ୍ତୁ ନାହିଁ। ଅଧିକ ଫ୍ୟାଟ ଥିବା ଖାଦ୍ୟ ଖାଇବାକୁ ଦିଅନ୍ତୁ ନାହିଁ ଏବଂ ସିଗାରେଟ ଓ ମାଦକ ଦ୍ରବ୍ୟ ଠାରୁ ଦୂରେଇ  ରଖନ୍ତୁ।

. ଘରର ବୟସ୍କ ଲୋକଙ୍କ ଶରୀରର କୋଲେଷ୍ଟ୍ରରଲ ଓ ରକ୍ତଚାପ ଉପରେ ନିୟନ୍ତ୍ରଣ ରଖନ୍ତୁ। ଖାଦ୍ୟରେ ଲୁଣ, ଲହୁଣୀ ଓ ଘିଅର ମାତ୍ରା କମ କରନ୍ତୁ। ଯେତେ ସମ୍ଭବ ତାଙ୍କୁ ମାନସିକ ଦୁଃଶ୍ଚିନ୍ତା ଠାରୁ ଦୂରେଇ ରଖନ୍ତୁ।

 

. ଶୀତଦିନ ସକାଳର ଖରାରେ ବସିବାକୁ ଦିଅନ୍ତୁ କିନ୍ତୁ ମୁଣ୍ଡ ଉପରେ ଅଧିକ ଖରା ପଡିବାକୁ ଦିଅନ୍ତୁ ନାହିଁ। ଏହାବ୍ୟତୀତ ମିଠା ମଧ୍ୟ କମ ଖାଇବାକୁ ଦିଅନ୍ତୁ ଓ ଖାଦ୍ୟରେ ଫଳ ଏବଂ ସବୁଜ ପନିପରିବାର ମାତ୍ରା ବଢାନ୍ତୁ। ଏହାସହିତ ଘର ମଧ୍ୟରେ ଅଳ୍ପ ଅଳ୍ପ ବ୍ୟାୟମ କରିବା ପାଇଁ କୁହନ୍ତୁ।

 

. ଏହି ସମୟରେ ଛୋଟପିଲାଙ୍କର ମଧ୍ୟ ବିଶେଷ ଯତ୍ନ ନେବାକୁ ପଡିଥାଏ। ଥଣ୍ଡା ଯୋଗୁଁ ପିଲାମାନଙ୍କୁ ଜ୍ଵର ହୋଇଥାଏ ଓ ପତଳା ଝାଡା ମଧ୍ୟ ହୋଇଥାଏ। ଏଥିପାଇଁ ତାଙ୍କର ବିଶେଷ ଧ୍ୟାନ ନିଅନ୍ତୁ।

 

. ଛୋଟପିଲାଙ୍କ ଠାରୁ ଏପରି ଜିନିଷକୁ ଦୂରେଇ ରଖନ୍ତୁ ଯାହା ତାଙ୍କୁ ବେମାର କରିବ। ଖାସ କରି ବାହାର ଖାଇବା ଠାରୁ ଦୂରେଇ ରଖନ୍ତୁ। ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ ମଧ୍ୟ ଖାଇବାକୁ ଦିଅନ୍ତୁ ନାହିଁ ଓ ପାଣିକୁ ଫୁଟାଇ ପିଇବାକୁ ଦିଅନ୍ତୁ।

. ଛଅ ମାସରୁ କମ ବୟସର ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ରୁହନ୍ତୁ। ପିଲାଙ୍କୁ ସବୁବେଳେ ଗରମ ପୋଷାକ ପିନ୍ଧାନ୍ତୁ ଓ ଥଣ୍ଡା ଠାରୁ ଦୂରେଇ ରଖନ୍ତୁ।

 

. ସ୍କୁଲ ଯାଉଥିବା ପିଲାଙ୍କୁ ଭଲ ଭାବରେ ଗ୍ରାମ ପୋଷାକ ପିନ୍ଧାଇ ବାହାରକୁ ଛାଡନ୍ତୁ। ସଂକ୍ରମଣରୁ ବଞ୍ଚାଇବା ପାଇଁ ଖାଇବା ଆଗରୁ ପିଲାଙ୍କ ହାତକୁ ଭଲ ଭାବରେ ଧୁଅନ୍ତୁ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon