ବକ୍ସିଙ୍ଗ ଡେ’ ଟେଷ୍ଟ ନିମନ୍ତେ ଭାରତୀୟ ଓପନିଂରେ ପରିବର୍ତ୍ତନ

Tuesday, December 25, 2018

 

(ବେତାର ବ୍ୟୁରୋ) ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ମେଲବର୍ଣ୍ଣ ଗ୍ରାଉଣ୍ଡରେ ଡିସେମ୍ବର 26 (ବୁଧବାର)ରୁ ଖେଳାଯିବ। ଏହି ମ୍ୟାଚକୁ ଜିତିବା ପାଇଁ ଭାରତୀୟ ଦଳ ନୂଆ ଓପନିଙ୍ଗ ଯୋଡି ସହିତ ଆସିବ କାରଣ ପ୍ରଥମ ଦୁଇଟି ମ୍ୟାଚରେ ଦଳ ପାଇଁ ଓପନିଙ୍ଗ କରୂଥିବା ମୁରଲୀ ବିଜୟ ଓ କେ.ଏଲ ରାହୁଲଙ୍କୁ ଏହି ମ୍ୟାଚ ପାଇଁ ଦଳରେ ସାମିଲ କରାଯାଇନାହିଁ। ଏହାସହିତ ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ସମୟ ମଧ୍ୟ ପରିବର୍ତ୍ତନ କରାଯାଇଛି।

 

ଏହି ସିରିଜରେ ଦୁଇଟିଯାକ ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ଗୋଟିଏ ମ୍ୟାଚ ଜିତିଛନ୍ତି। ଏହି ଦୃଷ୍ଟିରୁ ତୃତୀୟ ମ୍ୟାଚଟି ବହୁତ ଗୁରୁତ୍ୱପୂର୍ଣ୍ଣ ରହିବ। ସିରିଜରେ ଆଗେଇବା ପାଇଁ ଭାରତୀୟ ଦଳ ପାଖରେ ସୁଯୋଗ ରହିବ। ପ୍ରଥମ ଟେଷ୍ଟ ମ୍ୟାଚରେ 31ରନରେ ଜିତିବା ପରେ ଦ୍ଵିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳକୁ ଅଷ୍ଟ୍ରେଲିଆ ହରାଇ ଦେଇଥିଲା।

 

ଭାରତୀୟ ଦଳରେ ତିନୋଟି ପରିବର୍ତ୍ତନ

ତେବେ ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ବିସିସିଆଇ ତରଫରୁ ମଙ୍ଗlବାର ଏଗାରଜଣିଆ  ଦଳ ମଧ୍ୟ ଘୋଷଣା କରାଯାଇଛି। ଦଳରେ ତିନୋଟି ପରିବର୍ତ୍ତନ କରାଯାଇଛି। ଲଗାତର ଭାବରେ ବିଫଳ ହେଉଥିବା ଓପନିଙ୍ଗ ଯୋଡି କେ.ଏଲ.ରାହୁଲ ଓ ମୁରଲୀ ବିଜୟଙ୍କୁ ଦଳରେ ସ୍ଥାନ ମିଳିନାହିଁ। ସେହିପରି ପେସ ବୋଲର ଉମେଶ ଯାଦବଙ୍କୁ ଏହି ଟେଷ୍ଟ ମ୍ୟାଚ ଖେଳିବା ପାଇଁ ମଧ୍ୟ ସୁଯୋଗ ମିଳିନାହିଁ। ଓପନର ଭାବେ ମୟଙ୍କ ଅଗ୍ରୱାଲଙ୍କୁ ଦଳରେ ସ୍ଥାନ ମିଳିଛି। ଏହାସହିତ ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡ଼େଜା ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି।

 

ଅଷ୍ଟ୍ରେଲିଆ ଦଳରେ ଗୋଟିଏ ପରିବର୍ତ୍ତନ

ବକ୍ସିଙ୍ଗ ଡେ’ ଟେଷ୍ଟ ମ୍ୟାଚ ପାଇଁ ଅଷ୍ଟ୍ରେଲିଆ ଦଳରେ ମଧ୍ୟ ଗୋଟିଏ ପରିବର୍ତ୍ତନ କରାଯାଇଛି। ଖରାପ ଫର୍ମ ଥିବା ପିଟର ହ୍ୟଣ୍ଡ୍ସକୋମ୍ବଙ୍କ ବଦଳରେ ଅଲରାଉଣ୍ଡର ମିଚେଲ ମାର୍ସଙ୍କୁ ଦଳରେ ସ୍ଥାନ ମିଳିଛି। ମେଲବର୍ଣ୍ଣର ପିଚକୁ ଧ୍ୟାନରେ ରଖି ଦଳରେ ଏହି ପରିବର୍ତ୍ତନ କରାଯାଇଛି।

 

କିପରି ଦେଖିବେ 

ଆଡିଲେଡ ଗ୍ରାଉଣ୍ଡରେ ଖେଳାଯାଇଥିବା ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ଭାରତୀୟ ସମୟ ଅନୁଯାୟୀ ସକାଳ 5.30ରୁ ଆରମ୍ଭ ହୋଇଥିଲା। ଏହାପରେ ପର୍ଥରେ ଖେଲାଯାଇଥିବା ଦ୍ଵିତୀୟ ଟେଷ୍ଟ ମ୍ୟାଚ ଭାରତୀୟ ସମୟ ଅନୁଯାୟୀ ସକାଳ 7.30ରେ ଆରମ୍ଭ ହୋଇଥିଲା। କିନ୍ତୁ ତୃତୀୟ ଟେଷ୍ଟ ମ୍ୟାଚ ଦେଖିବା ପାଇଁ ଆପଣଙ୍କୁ ଆହୁରି ଶୀଘ୍ର ଉଠିବାକୁ ପଡିବ, କାରଣ ମେଲବର୍ଣ୍ଣ ଗ୍ରାଉଣ୍ଡରେ ହେବାକୁ ଥିବା ଏହି ଟେଷ୍ଟ ମ୍ୟାଚଟି ଭାରତୀୟ ସମୟ ଅନୁଯାୟୀ ସକାଳ 5.00ଟାରୁ ଆରମ୍ଭ ହେବ।

 

ଏହି ମ୍ୟାଚର ସିଧା ପ୍ରସାରଣ ଆପଣ ସୋନି ପିକ୍ଚର ନେଟୱାର୍କ (ସୋନି ସିକ୍ସ ଓ ସୋନି ଟେନ)ରେ ଦେଖି ପାରିବେ। ଏହା ସହିତ ଆପଣ Soni Liv ଆପ ଜରିଆରେ ମଧ୍ୟ ଏହାର ସିଧାପ୍ରସାରଣ ଦେଖିପାରିବେ।

   

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon