ମୟଙ୍କ ଅଗ୍ରୱାଲଙ୍କ ମଜା ଉଡାଇଲେ ଅଷ୍ଟ୍ରେଲୀୟ କମେଣ୍ଟେଟର

Wednesday, December 26, 2018

(ବେତାର ବ୍ୟୁରୋ) ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ମେଲବର୍ଣ୍ଣ  ଷ୍ଟାଡିୟମରେ ବୁଧବାରରୁ ଆରମ୍ଭ ହୋଇ ଯାଇଛି। ଏହି ମ୍ୟାଚରେ ଭାରତୀୟ ଦଳରେ ମୟଙ୍କ ଅଗ୍ରୱାଲ ଟେଷ୍ଟ ଡେବ୍ୟୁ କରିଛନ୍ତି। କର୍ଣ୍ଣାଟକର ଏହି ୨୭ବର୍ଷୀୟ ଖେଳାଳୀ ନିଜ କ୍ୟାରିୟରର ପ୍ରଥମ ଟେଷ୍ଟ ମ୍ୟାଚରେ ୭୬ରନ ସଂଗ୍ରହ କରି ଭାରତକୁ ଏକ ଭଲ  ଆରମ୍ଭ ଦେଇଥିଲେ ଓ ଦୃଢ ସ୍ଥିତିରେ ରଖିଥିଲେ। ସମସ୍ତେ ମୟଙ୍କଙ୍କ ଖେଳକୁ ପସନ୍ଦ କରିଛନ୍ତି କିନ୍ତୁ ଅଷ୍ଟ୍ରେଲିଆର କମେଣ୍ଟେଟରଙ୍କୁ ଏହା ପସନ୍ଦ ଆସିନାହିଁ। ମ୍ୟାଚ ଚାଲିଥିବା ସମୟରେ ମୟଙ୍କଙ୍କୁ ଅପମାନ କରିବା ସହିତ ଭାରତର ଘରୋଇ କ୍ରିକେଟ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

 

ମେଲବର୍ଣ୍ଣ ଟେଷ୍ଟର ପ୍ରଥମ ଦିନରେ ମ୍ୟାଚ ସମୟରେ ଅଷ୍ଟ୍ରେଲିଆର କମେଣ୍ଟେଟେଟର କୈରୀ ଓ କିଫ ଡେବ୍ୟୁ କରିଥିବା ମୟଙ୍କ ଅଗ୍ରୱାଲଙ୍କ ବିଷୟରେ ଆଲୋଚନା କରୁଥିଲେ। ଫକ୍ସ ସ୍ପୋର୍ଟ୍ସ ଚ୍ୟାନେଲରେ ତାଙ୍କ ସହିତ ସେନ୍ ୱାର୍ଣ ଓ ମାର୍କ ହୋବାର୍ଡ ମଧ୍ୟ ଥିଲେ। ଫ୍ୟାନ୍ସଙ୍କ କହିବା ଅନୁଯାୟୀ ଏହି ଆଲୋଚନା କରିବା ସମୟରେ କୈରୀ ଓ କିଫ ଭାରତର ଘରୋଇ କ୍ରିକେଟ ଉପରେ ମଧ୍ୟ ପ୍ରଶ୍ନ କରିଥିଲେ।

 

କୈରୀ ଓ କିଫ କହିଥିଲେ ଯେ, ମୟଙ୍କ ଅଗ୍ରୱାଲ ଘରୋଇ ଫାଷ୍ଟ କ୍ଳାସ କ୍ରିକେଟରେ ଯେଉଁ ୩୦୦ରନ ଖେଳିଥିଲେ ସେହି ମ୍ୟାଚଟି କ୍ୟାଣ୍ଟିନ କର୍ମଚାରୀ ବା ୱେଟରଙ୍କ ବିରୋଧରେ ଖେଳିଥିଲେ। ଏହାପରେ ଅଷ୍ଟ୍ରେଲିଆର ପୂର୍ବ କ୍ରିକେଟର ମାର୍କ ୱାନ ମଧ୍ୟ ଉପହାସ କରି କହିଥିଲେ ଯେ, ଭାରତରେ ମୟଙ୍କଙ୍କ ଆଭରେଜ ୫୦ ଅଟେ, ଯାହାକି ଅଷ୍ଟ୍ରେଲିଆରେ ୪୦ ସହ ସମାନ ଅଟେ।

ମୟଙ୍କ ୨୦୧୭ ମସିହା ନଭେମ୍ବର ମାସରେ ମହାରଷ୍ଟ୍ର ବିରୋଧରେ ୩୦୪ ରନ କରିଥିଲେ, ଏହା ତାଙ୍କର କ୍ୟାରିୟରର ସବୁଠାରୁ ଅଧିକ ସ୍କୋର ଅଟେ। ଭାରତର ଘରୋଇ କ୍ରିକେଟରେ ମୟଙ୍କଙ୍କ ଭଲ ପ୍ରଦର୍ଶନକୁ ଦେଖି ତାଙ୍କୁ ଅଷ୍ଟ୍ରେଲିଆରେ ଖେଳିବାକୁ ସୁଯୋଗ ମିଳିଛି। ମେଲବର୍ଣ୍ଣରେ ଟେଷ୍ଟ ମ୍ୟାଚ ଖେଳିବା ପୂର୍ବରୁ ମୋଟ ୪୬ଟି ଫାଷ୍ଟ କ୍ଳାସ ମ୍ୟାଚରେ ୫୦ର ଆଭରେଜ ସହିତ ସେ ରନ ସଂଗ୍ରହ କରିଛନ୍ତି। ଏହାବ୍ୟତୀତ ଲିଷ୍ଟ-ଏ କ୍ରିକେଟରେ ୭୫ଟି ମ୍ୟାଚରେ ମଧ୍ୟ ୫୦ର ଆଭରେଜ ରହିଛି।

 

କୈରୀ ଓ କିଫଙ୍କ ଏପରି ଟିପ୍ପଣୀ ଶୁଣିବା  ପରେ ଭାରତୀୟ ଫ୍ୟାନମାନେ ଟ୍ଵିଟର ଜରିଆରେ ନିଜର ନିରାଶା ପ୍ରଦର୍ଶନ କରିଛନ୍ତି। ଏହି କମେଣ୍ଟ୍ରୀର ଭିଡିଓ ଉପଲବ୍ଧ ନଥିଲେ ମଧ୍ୟ ଯେଉଁମାନେ ଏହାକୁ ଲାଇଭ ଶୁଣିଛନ୍ତି ସେମାନେ ଏନେଇ ପ୍ରତିକ୍ରିୟା ଦେଇଛନ୍ତି।

ଜଣେ ଟ୍ଵିଟର ବ୍ୟବହାରକାରୀ କମେଣ୍ଟ ଦେଇ ଲେଖିଛନ୍ତି ଯେ, “ଅନ୍ୟ କୌଣସି ଦେଶର ପ୍ରଥମ ଶ୍ରେଣୀ କ୍ରିକେଟ କୁ ନେଇ ମଜା କରିବା ମୂର୍ଖର କାମ ଅଟେ।“

 

ସେହିପରି ଅନ୍ୟ ଜଣେ ଟ୍ଵିଟର ବ୍ୟବହାରକାରୀ ଲେଖିଛନ୍ତି ଯେ, “କୈରୀ ଓ କିଫ ଜଣେ ବୋକା ଅଟନ୍ତି। ରଣଜୀ ଟ୍ରଫି ପ୍ରତିଯୋଗୀତା ଟେଷ୍ଟ କ୍ରିକେଟ ପାଇଁ ଏକ ମଜଭୁତ ପ୍ରତିଯୋଗୀତା ଅଟେ।

ଅନ୍ୟଜଣେ ଟ୍ଵିଟର ବ୍ୟବହାରକାରୀ  ଲେଖିଛନ୍ତି ଯେ, “କିଫଙ୍କ ପାଇଁ ଏହା ଶେଷ କମେଣ୍ଟ୍ରି ହେବ। ଏପରି ନୁହେଁ ଯେ, ଏମିତି ଟିପ୍ପଣୀକୁ କୌଣସି ଅଧିକାରୀ ଶୁଣିନଥିବେ।“

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon