ଡିପ୍ଲୋମା, IT ଗ୍ରାଜୁଏଟଙ୍କ ପାଇଁ ରେଲୱେରେ ନିଯୁକ୍ତି ସୁଯୋଗ

Wednesday, January 2, 2019

(ବେତାର ବ୍ୟୁରୋ) ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ ତରଫରୁ ଜୁନିୟର ଇଞ୍ଜିନିୟର, ଆସିଷ୍ଟାଣ୍ଟ ଓ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ଆଗ୍ରହୀ ପ୍ରାର୍ଥୀମାନେ ଏଥିପାଇଁ ଅନଲାଇନରେ ଆବେଦନ କରିପାରିବେ।

 

ପଦବୀ ସଂଖ୍ୟା

ପ୍ରଥମେ ଏଥିରେ ମୋଟ 14059ଟି ପଦବୀ ପ୍ରକାଶ ପାଇଥିଲା। ପରେ ପଦବୀ ସଂଖ୍ୟାକୁ ହ୍ରାସ କରାଯାଇ 13487ଟି ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ ଜୁନିୟର ଇଞ୍ଜିନିୟର ପାଇଁ 12844ଟି ପଦବୀ, ଜୁନିୟର ଇଞ୍ଜିନିୟର (IT) ପାଇଁ 29ଟି, ଡିପୋଟ ମାଟେରିଆଲ ସୁପରିଟେଣ୍ଡେଣ୍ଟ ପାଇଁ 227ଟି ଓ କେମିକାଲ ଆଣ୍ଡ ମେଟାଲର୍ଜିକାଲ ଆସିଷ୍ଟାଣ୍ଟ ପାଇଁ 387ଟି ପଦବୀ ରହିଛି।

 

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଜାନୁୟାରୀ 2ତାରିଖରୁ ଜାନୁୟାରୀ 31 ତାରିଖ ମଧ୍ୟରେ ଆବେଦନ କରିପାରିବେ।

 

ଦରମା

ଏହି ପଦବୀ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.35,400 ଦରମା ପ୍ରଦାନ କରାଯିବ।

 

ବୟସସୀମା

ଆବେଦନ କରିବା ପାଇଁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ ଜାନୁୟାରୀ 1 ତାରିଖ 2019 ସୁଦ୍ଧା ସର୍ବନିମ୍ନ ବୟସ 18 ଓ ସର୍ବାଧିକ 33ବର୍ଷ ମଧ୍ୟରେ ହେବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ ଓ ଓ.ବି.ସି ପ୍ରାର୍ଥୀଙ୍କ ପାଇଁ 3ବର୍ଷ କୋହଳ କରାଯିବ।

 

ଶିକ୍ଷାଗତ ଯୋଗ୍ୟତା

ଜୁନିୟର ଇଞ୍ଜିନିୟର ଓ ଡିପୋଟ ମାଟେରିଆଲ ସୁପରିଟେଣ୍ଡେଣ୍ଟ ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀ ଡିପ୍ଲୋମା କିମ୍ବା ଇଞ୍ଜିନିୟରିଙ୍ଗରେ ଡିଗ୍ରୀ ପାସ କରିଥିବା ଆବଶ୍ୟକ। ଜୁନିୟର ଇଞ୍ଜିନିୟର (IT) ପଦ ପାଇଁ ପ୍ରାର୍ଥୀ PGDCA/B.Sc/ B.Tech (Computer Science)/ BCA/ DOEACC ‘B’ Level ପାସ କରିଥିବା ଆବଶ୍ୟକ। କେମିକାଲ ଆଣ୍ଡ ମେଟାଲର୍ଜିକାଲ ଆସିଷ୍ଟାଣ୍ଟ ପଦ ପାଇଁ B.Sc ରେ ଫିଜିକ୍ସ ଓ କେମେଷ୍ଟ୍ରୀ ବିଷୟରେ 45% ମାର୍କ ରଖି ପାସ କରିଥିବା ଆବଶ୍ୟକ।

 

ଆବେଦନ ଫି’

ଏହି ପଦରେ ଆବେଦନ କରିବା ପାଇଁ ଫି’ ବାବଦରେ ସାଧାରଣ ବର୍ଗ ଓ ଓ.ବି.ସି ପ୍ରାର୍ଥୀଙ୍କୁ ଟ.500 ଦେବାକୁ ପଡିବ ଏବଂ ଅନୁସୂଚିତ ଜାତି, ଜନଜାତି ଓ ଶାରୀରିକ ଅକ୍ଷମ ପ୍ରାର୍ଥୀଙ୍କୁ ଟ.250 ଦେବାକୁ ପଡିବ। ଏହି ଫି’ କୁ କ୍ରେଡିଟ କାର୍ଡ, ଡେବିଟ କାର୍ଡ କିମ୍ବା ନେଟବ୍ୟାଙ୍କିଙ୍ଗ ମାଧ୍ୟମରେ ପଇଠ କରିପାରିବେ। ଅନଲାଇନରେ ଫି’ ପଇଠ କରିବାର ଶେଷ ତାରିଖ ଫେବୃୟାରୀ 5 ତାରିଖ ପର୍ଯ୍ୟନ୍ତ ରହିଛି। ଏହି ଫି’ ପରେ ଫେରସ୍ତ କରାଯିବ।

 

କିପରି ଆବେଦନ କରିବେ

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀମାନଙ୍କୁ ରେଲୱେ ରିକ୍ରୁଟମେଣ୍ଟ ବୋର୍ଡର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ।

 

ଚୟନ ପଦ୍ଧତି  

ଯୋଗ୍ୟ ପ୍ରାର୍ଥୀଙ୍କୁ କମ୍ପ୍ୟୁଟର ବେସ ପରୀକ୍ଷା ମାଧ୍ୟମରେ ଚୟନ କରାଯିବ।

 

ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ରେଲୱେ ରିକ୍ରୁଟମେଣ୍ଟ ବୋର୍ଡର ଅଫିସିଆଲ ୱେବସାଇଟ http://www.rrbcdg.gov.in ରେ ଲଗଇନ କରିପାରିବେ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon