ମାତ୍ର ଦଶ ମିନିଟରେ କରନ୍ତୁ ଏହି  ଟ୍ରେଣ୍ଡି ହେୟାର ଷ୍ଟାଇଲ

Thursday, January 3, 2019

(ବେତାର ବ୍ୟୁରୋ) ଆପଣଙ୍କ ଲୁକକୁ ଅଧିକ ଷ୍ଟାଇଲିସ କରିବା ପାଇଁ ଆପଣଙ୍କ ହେୟାର ଷ୍ଟାଇଲ ଅଧିକ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଥାଏ। ଅଲଗା ଅଲଗା ପ୍ରକାର ହେୟାର ଷ୍ଟାଇଲ କରିବାକୁ ଅଧିକାଂଶ ମହିଳା ପସନ୍ଦ କରିଥାନ୍ତି। କଲେଜ ଯାଆନ୍ତୁ ବା ଅଫିସ ଭିନ୍ନ ଭିନ୍ନ ପ୍ରକାର କେଶ ବାନ୍ଧି ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିଥାନ୍ତି। ତେବେ ବାହାରକୁ ଯିବା ପାଇଁ ତରବର ହେଉଥିଲେ ଆପଣ ଭଲ ଭାବରେ ହେୟାର ଷ୍ଟାଇଲ କରିପାରିନଥାନ୍ତି। ଏହି ସମୟରେ କିଛି ସାଧରଣ ଓ ଅତିଉତ୍କୃଷ୍ଟ ଧରଣର ହେୟାର ଷ୍ଟାଇଲ କରିପାରିବେ।

 

ଏପରି କିଛି ହେୟାର ଷ୍ଟାଇଲ ରହିଛି ଯାହାକୁ ଆପଣ କରିବା ଦ୍ଵାରା ଷ୍ଟାଇଲିସ ଲୁକ ପାଇବା ସହିତ ଖୁବ କମ ସମୟ ମଧ୍ୟରେ ପ୍ରସ୍ତୁତ ହୋଇଯିବ। ଅଫିସ, କଲେଜ, ସପିଙ୍ଗ ଓ ବାହାରକୁ ବୁଲିବାକୁ ଯାଉଥିବା ସମୟରେ ଏହି ହେୟାର ଷ୍ଟାଇଲ କରିପାରିବେ। ମାତ୍ର ଦଶମିନିଟରେ ପ୍ରସ୍ତୁତ ହେଉଥିବା ଏହି ହେୟାର ଷ୍ଟାଇଲ ବିଷୟରେ ଜାଣନ୍ତୁ।

୧.ବେବି ପୋନିଟେଲ: ଏହି ହେୟାର ଷ୍ଟାଇଲରେ ଆପଣ ପାଞ୍ଚ ମିନିଟ ମଧ୍ୟରେ ଷ୍ଟାଇଲିସ ଲୁକ ପାଇପାରିବେ। ଖୁବ ସହଜରେ ଏହାକୁ କରିପାରିବେ। ଏଥିପାଇଁ ପ୍ରଥମେ କେଶକୁ ଭଲ ଭାବରେ କୁଣ୍ଡାଇ ଦିଅନ୍ତୁ। ଏକ ରବର ବ୍ୟାଣ୍ଡ ସାହାଯ୍ୟରେ କେଶକୁ ଏକାଠି କରି ପୋନିଟେଲ ବାନ୍ଧନ୍ତୁ। ଆପଣ ନିଜ ପସନ୍ଦ ଅନୁସାରେ ଏହାକୁ ଉଚ୍ଚା କିମ୍ବା ତଳକୁ ବାନ୍ଧିପାରିବେ। ଅଧିକ ଆକର୍ଷଣୀୟ ଲୁକ ପାଇଁ କେଶକୁ କର୍ଲିଙ୍ଗ ମଧ୍ୟ କରିପାରିବେ।

୨.ଖୋଲା କେଶ: ଖୋଲାକେଶ ସବୁବେଳେ ଟ୍ରେଣ୍ଡରେ ରହିଥାଏ। ଯଦି ଆପଣ କମ ସମୟ ମଧ୍ୟରେ ଷ୍ଟାଇଲିସ ଲୁକ ପାଇବାକୁ ଚାହୁଁଛନ୍ତି ତେବେ ଏହି ହେୟାର ଷ୍ଟାଇଲ ଆପଣେଇ ପାରିବେ। ମଥାର ମଝି ଭାଗରେ ସିନ୍ଥାନୀ କରି କେଶକୁ ଖୋଲା ରଖିଲେ ଅଧିକ ଷ୍ଟାଇଲିସ ଲାଗିଥାଏ। ଏଥିପାଇଁ ପ୍ରଥମେ ବଡଦାନ୍ତ ଥିବା ପାନିଆରେ କେଶକୁ ଭଲ ଭାବରେ କୁଣ୍ଡାନ୍ତୁ। ଏହାପରେ ଛୋଟଦାନ୍ତ ଥିବା ପାନିଅରେ କେଶକୁ କୁଣ୍ଡାନ୍ତୁ। ଲମ୍ବା ଓ ସିଧା କେଶ ଥିବା ମହିଳାଙ୍କୁ ଏହା ଖୁବ ମାନିଥାଏ।

୩.ସାଇଡ ବ୍ରେଡେଡ ହେୟାର ଷ୍ଟାଇଲ: ବ୍ରେଡ (ବେଣୀ) ହେୟାର ଷ୍ଟାଇଲ କେବେବି ଟ୍ରେଣ୍ଡରୁ ଯାଇନଥାଏ। ଏହି ହେୟାର ଷ୍ଟାଇଲକୁ ନିଶ୍ଚିନ୍ତ ଭାବରେ କରନ୍ତୁ। ସାଇଡ ବ୍ରେଡେଡ ହେୟାର ଷ୍ଟାଇଲ ପାଇଁ ପ୍ରଥମେ ଆଗପାଖର କେଶକୁ ଏକାଠି କରି କୁଣ୍ଡାନ୍ତୁ। ଏହାକୁ ତିନି ଭାଗକରି ବେଣୀ ପକାନ୍ତୁ ଓ ପଛ ପାଖରେ କ୍ଲିପ ମାଧ୍ୟମରେ ଲଗାନ୍ତୁ। ବାକି ସବୁ କେଶ’କୁ ଖୋଲା ରଖନ୍ତୁ।

୪.ସାଇଡ ପୋନିଟେଲ: ତରବରରେ ବାହାରକୁ ବାହାରୁଥିଲେ ଖୁବ କମ ସମୟରେ ଏହି ହେୟାର ଷ୍ଟାଇଲକୁ କରିପାରିବେ। ନିଜ ଚେହେରାର ଯେକୌଣସି ଗୋଟିଏ ପାଖରେ କେଶକୁ ଏକାଠି କରନ୍ତୁ ଓ ରବରବ୍ୟାଣ୍ଡ ସାହାଯ୍ୟରେ ବାନ୍ଧି ଦିଅନ୍ତୁ। କେଶକୁ ବାନ୍ଧିବା ଆଗରୁ ଭଲ ଭାବରେ କୁଣ୍ଡାନ୍ତୁ। ଆକର୍ଷକ ଦେଖାଯିବା ପାଇଁ କେଶରେ ଅଳ୍ପ ଜେଲ ଲଗାନ୍ତୁ।

     

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon