ଆଇଫୋନ ପାଇଁ ବିକିଥିଲେ କିଡନୀ, ଏବେ ରୋଗଶଯ୍ୟାରେ

Friday, January 4, 2019

(ବେତାର ବ୍ୟୁରୋ) ଆଇଫୋନର ମୂଲ୍ୟ ବହୁତ ଅଧିକ ଅଟେ। ସାଧାରଣ ଲୋକ ଏହାକୁ କିଣିବା ସମ୍ଭବ ନୁହେଁ। ଯେତେବେଳେ ବଜାରରେ ଆଇଫୋନର ନୂଆ ମଡେଲ ଲଞ୍ଚ ହୋଇଥାଏ ସେତେବେଳେ ଲୋକମାନେ ମଜା କରିଥାନ୍ତି ଯେ, ଏତେ ମହଙ୍ଗା ମୋବାଇଲ କିଣିବା ପାଇଁ କିଡନୀ ବିକ୍ରି କରିବାକୁ ପଡିବ। କିନ୍ତୁ ପ୍ରକୃତରେ ଏପରି କିଛି ଘଟଣା ଦେଖିବାକୁ ମିଳିଛି। ୨୦୧୧ ମସିହାରେ ଏହି ଘଟଣା ଘଟିଥିଲା। ଚୀନର ଜଣେ ଯୁବକ iphone 4 କିଣିବା ପାଇଁ ନିଜର କିଡନୀ ବିକ୍ରି କରିଥିଲେ ଯାହାର ପରିଣାମ ସ୍ୱରୂପ ସେ ବର୍ତ୍ତମାନ ଡାକ୍ତରଖାନାରେ ମୃତ୍ୟୁ ସହ ଲଢେଇ କରୁଛନ୍ତି।

 

ଓରିଏଣ୍ଟାଲ ଡେଲିର ଏକ ରିପୋର୍ଟ ଅନୁଯାୟୀ ଚୀନର ଜିଓ ୱାଙ୍ଗ ନାମକ ଜଣେ ଯୁବକ ଆଜିଠାରୁ 7ବର୍ଷ ତଳେ iphone 4 କିଣିବା ପାଇଁ ନିଜ କିଡନୀ ବିକ୍ରି କରିଦେଇଥିଲେ। ଯେତେବେଳେ iphone 4 ଲଞ୍ଚ ହୋଇଥିଲା ସେତେବେଳେ ଜିଓ ୱାଙ୍ଗ 17ବର୍ଷର ଥିଲେ। ସ୍କୁଲରେ ସାଙ୍ଗ ମାନଙ୍କ ଆଗରେ ଦେଖେଇ ହେବା ପାଇଁ ସେ ନିଜ କିଡନୀ ବିକ୍ରି କରିବାର ନିଷ୍ପତ୍ତି ନେଇଥିଲେ।

ଜିଓ ୱାଙ୍ଗଙ୍କୁ କିଡନୀ ବଦଳରେ 3,200 ଆମେରିକୀୟ ଡଲାର ମିଳିଥିଲା। ଯାହାକି ଭାରତୀୟ ମୁଦ୍ରା ଅନୁଯାୟୀ ପ୍ରାୟ 2ଲକ୍ଷ 23 ହଜାର ଟଙ୍କା ଅଟେ। iphone 4ର ମୂଲ୍ୟ ଠାରୁ ଏହା ଅଧିକ ଥିଲା। ଯେତେବେଳେ ୱାଙ୍ଗଙ୍କ ମା’ ତାଙ୍କୁ iphone ବିଷୟରେ ପଚାରିଥିଲେ ସେ କିଡନୀ ବିକ୍ରି କରିବା କଥା କହିଥିଲେ ଓ ସେହି ସମୟରେ ପୋଲିସ ପାଞ୍ଚଜଣଙ୍କୁ ଗିରଫ କରିଥିଲା।

 

କିଡନୀ ବିକ୍ରି କରିବା ପରେ ୱାଙ୍ଗଙ୍କ ଅପରେସନ ଚୀନର ଏକ ଡାକ୍ତରଖାନାରେ କରଯାଇଥିଲା। ଅପରେସନ ସମୟରେ ଜିଓ ୱାଙ୍ଗଙ୍କୁ କୁହାଯାଇଥିଲା ଯେ ସେ ଗୋଟିଏ ସପ୍ତାହ ମଧ୍ୟରେ ଠିକ ହୋଇଯିବେ, କିନ୍ତୁ ଦୁର୍ଭାଗ୍ୟ ବଶତଃ ଇନଫେକ୍ସନ (ସଂକ୍ରମଣ) ହେବା କାରଣରୁ ତାଙ୍କର ଅବସ୍ଥା ସାଂଘାତିକ ହୋଇଯାଇଥିଲା। ତାଙ୍କର ଦ୍ଵିତୀୟ କିଡନୀ ମଧ୍ୟ ସଂକ୍ରମିତ ହୋଇ ଫେଲ ହୋଇ ଯାଇଥିଲା। ଗତ 7ବର୍ଷ ହେବ ସେ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି। ଏପରି ପରିସ୍ଥିତିରେ ତାଙ୍କ ପରିବାର କରଜରେ ବୁଡି ଯାଇଛନ୍ତି କାରଣ ଜିଓ ୱାଙ୍ଗଙ୍କ ଚିକିତ୍ସା ପାଇଁ ବହୁତ ଖର୍ଚ୍ଚ ହୋଇଯାଇଛି।

 

ଏହିପରି ଆଉ ଏକ ଘଟଣା ଚୀନରେ ଦେଖିବାକୁ ମିଳିଥିଲା । 2016 ମସିହା ମାର୍ଚ୍ଚ ମାସରେ ଡୁଆନ ନାମକ ଜଣେ ବ୍ୟକ୍ତି iphone କିଣିବା ପାଇଁ ନିଜ ଝିଅକୁ ଅନ୍ୟଜଣେ ବ୍ୟକ୍ତିଙ୍କୁ 3,500 ଡଲାର ମୂଲ୍ୟରେ ବିକ୍ରି କରିଥିଲେ। ଏହି ଅର୍ଥରେ ସେ ଗୋଟିଏ iphone ଓ ବାଇକ କିଣିଥିଲେ। ଏହି ଘଟଣାର କିଛିଦିନ ପରେ ପୋଲିସ ଡୁଆନ ଓ ତାର ପତ୍ନୀକୁ ଗିରଫ କରିଥିଲା ଏବଂ ସେମାନଙ୍କୁ ତିନିବର୍ଷ ପାଇଁ ଜେଲଦଣ୍ଡ ଶୁଣା ଯାଇଥିଲା।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon