ଡିପ୍ଲୋମା ଇଞ୍ଜିନିୟରଙ୍କ ପାଇଁ ଇଣ୍ଡିଆନ ଅଏଲରେ ହେବ 42 ନିଯୁକ୍ତି

Friday, January 4, 2019

(ବେତାର ବ୍ୟୁରୋ) ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ତରଫରୁ 42ଟି ଜୁନିୟର ଇଞ୍ଜିନିୟରିଙ୍ଗ ଆସିଷ୍ଟାଣ୍ଟ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଡିପ୍ଲୋମା ଓ ବି.ଏସସି ପାସ କରିଥିବା ପ୍ରାର୍ଥୀମାନେ ଏହି ପଦ ପାଇଁ ଆବେଦନ କରିପାରିବେ।  

 

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ଆଗ୍ରହୀ ପ୍ରାର୍ଥୀମାନେ ଜାନୁୟାରୀ 7 ତାରିଖରୁ ଜାନୁୟାରୀ 28 ତାରିଖ ମଧ୍ୟରେ ଆବେଦନ କରିପାରିବେ। ଲିଖିତ ପରୀକ୍ଷା ଫେବୃୟାରୀ ମାସରେ ଅନୁଷ୍ଠିତ ହେବ।  

 

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ 42ଟି ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ ଜୁନିୟର ଇଞ୍ଜିନିୟରିଙ୍ଗ ଆସିଷ୍ଟାଣ୍ଟ (କେମିକାଲ) ପାଇଁ 14ଟି, ଜୁନିୟର ଇଞ୍ଜିନିୟରିଙ୍ଗ ଆସିଷ୍ଟାଣ୍ଟ(ପାୱାର ଆଣ୍ଡ ୟୁଟିଲିଟି) ପାଇଁ 2ଟି, ଜୁନିୟର ଇଞ୍ଜିନିୟରିଙ୍ଗ ଆସିଷ୍ଟାଣ୍ଟ(ଇଲେକ୍ଟ୍ରିକାଲ) ପାଇଁ 8ଟି, ଜୁନିୟର ଇଞ୍ଜିନିୟରିଙ୍ଗ ଆସିଷ୍ଟାଣ୍ଟ(ମେକାନିକାଲ) ପାଇଁ 10ଟି ଓ ଜୁନିୟର ଇଞ୍ଜିନିୟରିଙ୍ଗ ଆସିଷ୍ଟାଣ୍ଟ(ଇନଷ୍ଟୃମେଣ୍ଟେସନ) ପାଇଁ 8ଟି ପଦବୀ ପ୍ରକାଶ ପାଇଛି।

 

ଦରମା

ଏହି ପଦରେ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.11,990 ରୁ ଟ.32,000 ମଧ୍ୟରେ ଦରମା ପ୍ରଦାନ କରାଯିବ।

 

ବୟସସୀମା

ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ ଡିସେମ୍ବର 31 ତାରିଖ 2018 ସୁଦ୍ଧା ସର୍ବନିମ୍ନ 18ବର୍ଷ ଓ ସର୍ବାଧିକ 26ବର୍ଷ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ କୋହଳ କରାଯିବ, ଓବିସି ପ୍ରାର୍ଥୀଙ୍କ ପାଇଁ 3ବର୍ଷ ଏବଂ ଶାରୀରିକ ଭାବେ ଅକ୍ଷମ ପ୍ରାର୍ଥୀଙ୍କ ପାଇଁ 10ବର୍ଷ କୋହଳ କରାଯିବ।

 

ଶିକ୍ଷାଗତ ଯୋଗ୍ୟତା

ଏହି ଜୁନିୟର ଇଞ୍ଜିନିୟରିଙ୍ଗ ଆସିଷ୍ଟାଣ୍ଟ ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଯେକୌଣସି ସ୍ଵୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ବା ଅନୁଷ୍ଠାନରୁ ଆବଶ୍ୟକ ବିଭାଗରେ ତିନିବର୍ଷର ଡିପ୍ଲୋମା କୋର୍ସ କରିଥିବା ଆବଶ୍ୟକ କିମ୍ବା ତିନିବର୍ଷର ବି.ଏସସି (ଫିଜିକ୍ସ, ଗଣିତ, କେମେଷ୍ଟ୍ରି, ଇଣ୍ଡଷ୍ଟ୍ରିଆଲ କେମେଷ୍ଟ୍ରି)ପାସ କରିଥିବା ଆବଶ୍ୟକ।

 

ଆବେଦନ ଫି

ଏହି ପଦରେ ଆବେଦନ କରିବା ପାଇଁ ସାଧାରଣ ବର୍ଗର ଓ ଓ.ବି.ସି ପ୍ରାର୍ଥୀଙ୍କୁ ଆବେଦନ ଫି’ ବାବଦରେ ଟ.150 ପଇଠ କରିବାକୁ ପଡିବ। ଏହି ଆବେଦନ ଫି’କୁ SBI e-collect ମାଧ୍ୟମରେ ପଇଠ କରିପାରିବେ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କୁ କୌଣସି ଫି’ ଦେବାକୁ ପଡିବ ନାହିଁ।

 

କିପରି ଆବେଦନ କରିବେ

ଆଗ୍ରହୀ ପ୍ରାର୍ଥୀ କେବଳ ଅନଲାଇନରେ ଆବେଦନ କରିପାରିବେ। ଏଥିପାଇଁ ପ୍ରାର୍ଥୀଙ୍କୁ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡର ଅଫିସିଆଲ ୱେବସାଇଟ www.iocl.com ରେ ଲଗଇନ କରିବାକୁ ପଡିବ। ଏହାପୂର୍ବରୁ ପ୍ରାର୍ଥୀଙ୍କର ବୈଧ ଇ-ମେଲ ଆଇଡି ଥିବା ଆବଶ୍ୟକ ଓ ଏହା ସହିତ ପାସପୋର୍ଟ ସାଇଜ ଫଟୋ ଏବଂ ଦସ୍ତଖତର ସ୍କାନ କପି ଥିବା ଆବଶ୍ୟକ। ସମସ୍ତ ଆବଶ୍ୟକୀୟ ତଥ୍ୟ ପୂରଣ କରିବା ପରେ ଆପ୍ଲିକେଶନକୁ ସବମିଟ କରିବେ। ନିଜର ଆବଶ୍ୟକତା ପାଇଁ ଆପ୍ଲିକେଶନର ଏକ ପ୍ରିଣ୍ଟ ମଧ୍ୟ କାଢିନେବେ।

 

ଚୟନ ପଦ୍ଧତି

ଯୋଗ୍ୟ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା ଓ ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ।

 

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡର ଅଫିସିଆଲ ୱେବସାଇଟ www.iocl.com ରେ ଲଗଇନ କରନ୍ତୁ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon