କଟା ଫଳକୁ ଫ୍ରେସ ରଖିବା ପାଇଁ ଆପଣନ୍ତୁ ଏହି 5 ଟିପ୍ସ

Saturday, January 5, 2019

(ବେତାର ବ୍ୟୁରୋ) ନିୟମିତ ଭାବରେ ଫଳ ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ। ତେଣୁ ନିଜକୁ ସୁସ୍ଥ ରଖିବା ପାଇଁ ପ୍ରାୟ ଲୋକ ଫଳ ଖାଇଥାଆନ୍ତି। ବେଳେବେଳେ ଏମିତି ହୋଇଥାଏ ଯେ, ଆପଣ ଖାଇବା ପାଇଁ ଅଧିକ ଫଳ କାଟି ଦେଇଥାନ୍ତି କିନ୍ତୁ କିଛି କାରଣ ବଶତଃ ଖାଇ ପାରିନଥାନ୍ତି। ଏପରି ସମୟରେ ଅଧିକ ସମୟ ପର୍ଯ୍ୟନ୍ତ ଫଳ କାଟି ରଖିବା ଦ୍ଵାରା ଫଳ ଗୁଡିକ କଳା ପଡି ଯାଇଥାଏ। କଳା ପଡିଯିବା ପରେ ଫଳଗୁଡିକ ଖଇନଥାନ୍ତି ଓ ନଷ୍ଟ ହୋଇଥାଏ।

 

ତେଣୁ ଫଳ ଗୁଡିକୁ କାଟିବା ପରେ ଅଧିକ ସମୟ ଫ୍ରେଶ ରଖିବା ପାଇଁ ଓ ଫଳର ରଙ୍ଗ ପରିବର୍ତ୍ତନ ନହେବା ପାଇଁ ଜାଣିରଖନ୍ତୁ କିଛି ସହଜ ଟିପ୍ସ ବିଷୟରେ।

 

. ଫଳ ଗୁଡିକୁ କାଟିବା ପରେ ଏହାକୁ ଫ୍ରେଶ ରଖିବା ପାଇଁ ଆପଣ ଲେମ୍ବୁରସର ବ୍ୟବହାର କରିପାରିବେ। ଲେମ୍ବୁରସ ଫଳର ରଙ୍ଗ ପରିବର୍ତ୍ତନ ହେବାକୁ ଦେଇନଥାଏ ଓ ଏହାକୁ ଫ୍ରେଶ ରଖିବାରେ ସାହାଯ୍ୟ କରିଥାଏ। କଟାଯାଇଥିବା ଫଳରେ ଲେମ୍ବୁରସ ପକାନ୍ତୁ ଓ ଏହାକୁ ଫ୍ରିଜରେ ରଖିଦିଅନ୍ତୁ। ଏପରି ଭାବରେ ଆପଣ କଟା ଯାଇଥିବା ଫଳକୁ ୬ଘଣ୍ଟା ପର୍ଯ୍ୟନ୍ତ ଫ୍ରେଶ ରଖିପାରିବେ।

.ଏହାବ୍ୟତୀତ ପ୍ଲାଷ୍ଟିକ ପ୍ୟାକେଟ ବା ଆଲୁମିନିୟମ ଫଏଲର ବ୍ୟବହାର କରିପାରିବେ। କଟା ଯାଇଥିବା ଫଳକୁ ଗୋଟିଏ ପାତ୍ରରେ ରଖନ୍ତୁ ଓ ଏହି ପାତ୍ରରେ ପ୍ଲାଷ୍ଟିକ ପ୍ୟାକେଟ ବା ଆଲୁମିନିୟମ ଫଏଲ ଗୁଡାଇ ଦିଅନ୍ତୁ। ଏହାପରେ ଏଥିରେ ଛୋଟ ଛୋଟ କଣା କରିଦିଅନ୍ତୁ। ଏହାପରେ ଫଳକୁ ଫ୍ରିଜରେ ରଖନ୍ତୁ।

 

. ସାଇଟ୍ରିକ ଏସିଡ ପାଉଡରର ମଧ୍ୟ ବ୍ୟବହାର କରିପାରିବେ। ଏହାର ବ୍ୟବହାର ଦ୍ଵାରା କଟା ଯାଇଥିବା ଫଳକୁ ୧୦-୧୨ ଘଣ୍ଟା ପର୍ଯ୍ୟନ୍ତ ଫ୍ରେସ ରଖିପାରିବେ। ବଜାରରେ ଏହି ପାଉଡର ଉପଲବ୍ଧ ହେଉଛି। ଏହା ଫଳର ସ୍ଵାଦ ପରିବର୍ତ୍ତନ ହେବାକୁ ଦେଇନଥାଏ।

. କଟା ଯାଇଥିବା ଫଳକୁ ଅଧିକ ସମୟ ପର୍ଯ୍ୟନ୍ତ ଫ୍ରେସ ରଖିବା ପାଇଁ ଫଳକୁ ଗୋଟିଏ ଡବାରେ ବନ୍ଦ କରି ଡବାକୁ ଥଣ୍ଡା ପାଣିରେ ରଖନ୍ତୁ। ଏହାଦ୍ୱାରା ୩-୪ ଘଣ୍ଟା ପର୍ଯ୍ୟନ୍ତ ଫଳ ଗୁଡିକ ଫ୍ରେସ ରହିବ।

 

.ଏହାସହିତ ଆପଣ ପେପର ଟାୱେଲ ମଧ୍ୟ ବ୍ୟବହାର କରିପାରିବେ। କଟା ଯାଇଥିବା ଫଳରୁ ଜଳୀୟ ଅଂଶ ଶୋଷିବାରେ ପେପର ଟାୱେଲ ସାହାଯ୍ୟ କରିଥାଏ। ପେପର ଟାୱେଲରେ ଗୁଡାଇ ଏହାକୁ ଏକ ଡବାରେ ରଖନ୍ତୁ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon