ମୋବାଇଲ ସ୍କ୍ରିନ କିପରି ସଫା କରିବେ ଜାଣନ୍ତୁ

Saturday, January 5, 2019

(ବେତାର ବ୍ୟୁରୋ) ଆଜିକାଲି ବଡ ସ୍କ୍ରିନ ଥିବା ମୋବାଇଲ ଫୋନର ବ୍ୟବହାରର ଚାହିଦା ବଢିଛି। ବଡ ସ୍କ୍ରିନ ଥିବା ମୋବାଇଲ ପରେ ଟାବଲେଟ ଓ ବର୍ତ୍ତମାନ ଟିଭିର ପରଦା ମଧ୍ୟ ଟଚସ୍କ୍ରିନ ହୋଇଗଲାନି। ବ୍ୟବହାର କରିବା ପାଇଁ ଭଲ ଲାଗୁଥିବା ଏହି ଟଚସ୍କ୍ରିନ ଉପକରଣ ଗୁଡିକର ଭଲ ଭାବରେ ଯତ୍ନ ନେବା ଆବଶ୍ୟକ। ମୋବାଇଲ ବ୍ୟବହାର କରିବା ସମୟରେ ଯଦି ଆପଣଙ୍କ ହାତ ଅପରିଷ୍କାର ଥାଏ ତେବେ ଏହାର ସ୍କ୍ରିନ ଉପରେ ଦାଗ ଲାଗିଯାଇଥାଏ ଓ ଏହା ଦେଖିବାକୁ ଭଲ ଲାଗିନଥାଏ। ଯଦି ମୋବାଇଲ ସ୍କ୍ରିନ ଉପରେ କିଛି ହାଲକା ଦାଗ ଲାଗିଥାଏ ତେବେ ସହଜରେ ଛାଡି ଯାଇଥାଏ କିନ୍ତୁ ମୋବାଇଲ ସ୍କ୍ରିନରେ ଏପରି କିଛି ଦାଗ ଲାଗିଥାଏ ଯାହା ସହଜରେ ଛାଡି ନଥାଏ।

 

ମୋବାଇଲ ସ୍କ୍ରିନକୁ ସଫା କରିବା ସମୟରେ ଏହାର ସ୍କ୍ରିନ ମଧ୍ୟ ଖରାପ ହେବାର ସମ୍ଭାବନା ଥାଏ। ତେବେ ମୋବାଇଲ ସ୍କ୍ରିନକୁ କିପରି ସଫା କରିବେ ଏଥିପାଇଁ ଜାଣିରଖନ୍ତୁ କିଛି ସହଜ ଟିପ୍ସ।

 

୧.ମାଇକ୍ରୋ ଫାଇବର କପଡା: ସ୍ମାର୍ଟଫୋନ ବା ଟାବଲେଟର ଟଚସ୍କ୍ରିନ ସଫା କରିବା ପାଇଁ ସବୁବେଳେ ମାଇକ୍ରୋ ଫାଇବାର କପଡାର ବ୍ୟବହାର କରନ୍ତୁ। ଏହି କପଡା ଅତି ନରମ ହୋଇଥାଏ ଓ ଏଥିରେ ସଫା କରିବା ଦ୍ଵାରା ସ୍କ୍ରିନରେ ସ୍କ୍ରାଚ ହୋଇନଥାଏ। ଯେତେବେଳେ ମୋବାଇଲରେ ସ୍କ୍ରିନ ଗାର୍ଡ ଲଗାଉଛନ୍ତି ସେହି ସମୟରେ ଦୋକାନରୁ ମାଇକ୍ରୋ ଫାଇବାର କପଡା ଆଣନ୍ତୁ। ଚଷମାକୁ ସଫା କରିବା ପାଇଁ ଏହି କପଡାର ବ୍ୟବହାର କରାଯାଇଥାଏ।

୨.ସ୍କ୍ରିନରେ ଅଧିକ ଚାପ ଦିଅନ୍ତୁ ନାହିଁ: ମୋବାଇଲ ସ୍କ୍ରିନକୁ ସଫା କରିବା ସମୟରେ ଏହା ଉପରେ ଅଧିକ ଚାପ ପକାନ୍ତୁ ନାହିଁ। ଏହାଦ୍ୱାରା ସ୍କ୍ରିନ ଖରାପ ହୋଇଯିବାର ସମ୍ଭାବନା ରହିଥାଏ। ମୋବାଇଲ ସ୍କ୍ରିନକୁ ସଫା କରିବା ପାଇଁ ବଜାରରେ ଅନେକ ପ୍ରକାରର ଲିକ୍ୟୁଇଡ ମିଳୁଛି। ଏହାବ୍ୟତୀତ ଆପଣ କପଡାକୁ ସାମାନ୍ୟ ଓଦା କରି ମଧ୍ୟ ମୋବାଇଲ ସ୍କ୍ରିନକୁ ସଫା କରିପାରିବେ।

 

୩.ଗୋଲାକାର ଆକୃତିରେ ସଫା କରନ୍ତୁ: ଯଦି ଆପଣ ମୋବାଇଲ ସ୍କ୍ରିନକୁ ସଫା କରୁଛନ୍ତି ତେବେ କପଡାକୁ ମୋବାଇଲ ସ୍କ୍ରିନରେ ତଳରୁ ଉପର ବା ଉପରୁ ତଳ କରି ସଫା କରନ୍ତୁ ନାହିଁ। ସବୁବେଳେ କପଡାକୁ ଗୋଲାକାର ଆକୃତିରେ ବୁଲାଇ ସଫା କରନ୍ତୁ।

୪.ସ୍କଚ ଟେପ୍: ଫାଇବାର କପଡା ବ୍ୟତୀତ ମୋବାଇଲ ସ୍କ୍ରିନକୁ ସଫା କରିବା ପାଇଁ ଆପଣ ସ୍କଚ ଟେପ୍ ର ବ୍ୟବହାର କରିପାରିବେ। ଏହା ଏକପ୍ରକାରର ଅଠା ପଟି ଅଟେ। ମୋବାଇଲ ସ୍କ୍ରିନରେ ଏହି ଅଠା ପଟିକୁ ଲଗାନ୍ତୁ ଓ କିଛି ସମୟ ରଖିବା ପରେ କାଢି ଦିଅନ୍ତୁ। ଏପରି କରିବା ଦ୍ଵାରା ଅପରିଷ୍କାର ସ୍କ୍ରିନ ସଫା ହୋଇଥାଏ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon