ମହିଳାଙ୍କ ଉପରେ ମନ୍ତବ୍ୟ ଦେଇ କ୍ଷମା ମାଗିଲେ ହାର୍ଦ୍ଦିକ

Wednesday, January 9, 2019

(ବେତାର ବ୍ୟୁରୋ) କରନ ଜୋହରଙ୍କ ଆଳାପ ଶୋ’ ‘କଫି ୱିଥ କରନ’ରେ ଚଳିତ ସପ୍ତାହରେ ଭାରତୀୟ କ୍ରିକେଟ ଖେଳାଳୀ କେ.ଏଲ ରାହୁଲ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେଖିବାକୁ ମିଳିଥିଲା। ଶୋ’ରେ ହାର୍ଦ୍ଦିକ ପାଣ୍ଡ୍ୟା କିଛି ଏପରି କଥା କହିଥିଲେ ଯାହାକୁ ନେଇ ସୋସିଆଲ ମିଡିଆରେ ଖୁବ ସମାଲୋଚନା ହୋଇଥିଲେ। କେବଳ ଫ୍ୟାନ ମାନେ ନୁହନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଏପରି ବ୍ୟବହାରରେ ବିରକ୍ତି ପ୍ରକାଶ କରିଛନ୍ତି। ତେବେ ଫ୍ୟାନମାନଙ୍କ ଦ୍ଵାରା ସମାଲୋଚିତ ହେବା ପରେ ନିଜ ବ୍ୟବହାର ପାଇଁ ସେ ସୋସିଆଲ ମିଡିଆ ଜରିଆରେ କ୍ଷମା ପ୍ରାର୍ଥନା କରିଛନ୍ତି।

 

ହାର୍ଦ୍ଦିକ ପାଣ୍ଡ୍ୟା ନିଜ ଟ୍ଵିଟର ଆକାଉଣ୍ଟରେ ଏକ ପୋଷ୍ଟ କରି ସମସ୍ତଙ୍କ ଠାରୁ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ପୋଷ୍ଟରେ ଲେଖିଛନ୍ତି, “କଫି ୱିଥ କରନ ଶୋ’ରେ ମୁଁ ଯାହାବି କହିଥିଲି ସେଥିପାଇଁ ସମସ୍ତଙ୍କ ଠାରୁ କ୍ଷମା ମାଗୁଛି। ସତକଥା କହିବାକୁ ଗଲେ ମୁଁ ଶୋ’ ହିସାବରେ କଥା କହିଥିଲି। ମୁଁ କାହାକୁ ଅପମାନ କରିବାକୁ ଚାହୁଁନଥିଲି ବା କାହାର ଭାବନାକୁ ଦୁଃଖ ପହଞ୍ଚାଇବାକୁ ଚାହୁଁନଥିଲି।“

ଶୋ’ ରେ ହାର୍ଦ୍ଦିକ ପାଣ୍ଡ୍ୟା ଝିଅ ମାନଙ୍କ ଉପରେ କିଛି କମେଣ୍ଟ କରିଥିଲେ, ଯାହାକି ଦର୍ଶକଙ୍କ ସହିତ ତାଙ୍କ ପ୍ରଶଂସକମାନେ ମଧ୍ୟ ପସନ୍ଦ କରିନଥିଲେ। ଏଥିପାଇଁ ତାଙ୍କୁ ଟ୍ଵିଟରରେ ନାରୀ ବିରୋଧୀ ବୋଲି କୁହାଯାଇଥିଲା। କିଛି ଟ୍ଵିଟର ବ୍ୟବହାରକାରୀମାନେ ହାର୍ଦ୍ଦିକଙ୍କୁ କ୍ରିକେଟର ରାକ୍ଷୀ ସାୱନ୍ତ ବୋଲି ମଧ୍ୟ କହିଥିଲେ।

 

ଏହି ଶୋ’ରେ ହାର୍ଦ୍ଦିକ ପାଣ୍ଡ୍ୟା ମହିଳାଙ୍କୁ ନେଇ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ, ଝିଅମାନଙ୍କ ସହ କଥା ହେବା ଅପେକ୍ଷା ସେ ଝିଅମାନଙ୍କୁ ଦେଖିବାକୁ ଭଲପାଆନ୍ତି। ଆହୁରି ମଧ୍ୟ କହିଥିଲେ ଯେ, ଯେତେବେଳେ ସେ କ୍ଲବ ଯାଆନ୍ତି ଝିଅ ମାନଙ୍କୁ ତାଙ୍କ ନାମ ବି ପଚାରି ନଥାନ୍ତି। ଯେଉଁ ମେସେଜ ଗୋଟିଏ ଝିଅକୁ ପଠାଇଥାନ୍ତି ସେହି ମେସେଜକୁ ଅନ୍ୟ ଏକ ଝିଅକୁ ମଧ୍ୟ ପଠାଇଥାନ୍ତି ବୋଲି କହିଥିଲେ। ତେବେ କେ.ଏଲ ରାହୁଲ ବାରମ୍ବାର ଏହି କଥାକୁ ବଦଳେଇବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟା କହିବା ବନ୍ଦ କରିନଥିଲେ।

 

ଏହା ସହିତ ହାର୍ଦ୍ଦିକ ପାଣ୍ଡ୍ୟା ବିରାଟ କୋହଲି ଓ ସଚିନ ତେନ୍ଦୁଲକରଙ୍କ ମଧ୍ୟରୁ ବିରାଟ କୋହଲିଙ୍କୁ ଭଲ ବ୍ୟାଟ୍ସମ୍ୟାନ ବୋଲି କହିଥିଲେ। ଯାହାକୁ ନେଇ କ୍ରିକେଟ ଫ୍ୟାନମାନେ ମଧ୍ୟ ନିରାଶ ହୋଇଯାଇଥିଲେ। ଏହି ଶୋ’ରେ କରନ ଜୋହର ହାର୍ଦ୍ଦିକଙ୍କ ସହିତ ରାପିଡ଼ ଫାୟାର ରାଉଣ୍ଡ ମଧ୍ୟ ଖେଳିଥିଲେ। ଏଥିରେ ସେ ରାହୁଲ ଦ୍ରାବିଡଙ୍କୁ ଅତିରଞ୍ଜିତ ଖେଳାଳୀ ବୋଲି କହିଥିଲେ ଓ ମହେନ୍ଦ୍ର ସିଂ ଧୋନୀଙ୍କୁ ନିଜର ପ୍ରିୟ କ୍ୟାପଟେନ ବୋଲି କହିଥିଲେ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon