ସ୍ମାର୍ଟଫୋନର ପାସୱାର୍ଡ ଭୁଲିଯାଇଥିଲେ ଏମିତି ଖୋଲନ୍ତୁ ଫୋନ ଲକ୍

Saturday, January 12, 2019

(ବେତାର ବ୍ୟୁରୋ) ସ୍ମାର୍ଟଫୋନରେ ଉପଲବ୍ଧ ସମସ୍ତ ଡାଟାକୁ ସୁରକ୍ଷିତ ରଖିବା ପାଇଁ ଅଧିକାଂଶ ଲୋକ ଏଥିରେ ପାସୱାର୍ଡ ପକାଇଥାନ୍ତି। କିନ୍ତୁ ବେଳେ ବେଳେ ଏପରି ହୋଇଥାଏ ଯେ ନିଜେ ସେହି ପାସୱାର୍ଡକୁ ଭୁଲିଯାଇଥାନ୍ତି। ଏପରି ସମୟରେ ନିଜ ସ୍ମାର୍ଟଫୋନକୁ ଆପଣ ନିଜେ ହିଁ ଅନଲକ କରିବାକୁ ଅସମର୍ଥ ହୋଇଥାନ୍ତି। ତେବେ କଥାରେ ଅଛି ସବୁ ସମସ୍ୟାର ସମାଧାନ ରହିଛି। ଏଥିପାଇଁ ଏପରି କିଛି ପ୍ରଣାଳୀ ରହିଛି ଯାହା ସାହାଯ୍ୟରେ ଆପଣ ନିଜ ସ୍ମାର୍ଟଫୋନକୁ ଅନଲକ କରିପାରିବେ।

 

ଯଦି ଆପଣ ନିଜ ସ୍ମାର୍ଟଫୋନର ପାସୱାର୍ଡ ଭୁଲି ଯାଇଛନ୍ତି ଓ ଏହାକୁ ଅନଲକ କରିପାରୁନାହାନ୍ତି ତେବେ ସେଥିପାଇଁ ଜାଣିରଖନ୍ତୁ ତିନୋଟି ସହଜ ପ୍ରଣାଳୀ।

 

ଜିମେଲ ଆକାଉଣ୍ଟ ସାହାଯ୍ୟରେ ଖୋଲନ୍ତୁ

ଯଦି ଆପଣ ନିଜ ସ୍ମାର୍ଟଫୋନରେ ପାସୱାର୍ଡ ପକାଇ ଏହାକୁ ଅନଲକ କରିପାରୁନାହାନ୍ତି ତେବେ ନିଜ ଜି-ମେଲ ଆକାଉଣ୍ଟ ସାହାଯ୍ୟରେ ଖୋଲିପାରିବେ। ଏଥିପାଇଁ ନିଜ ଲକସ୍କ୍ରିନ ଉପରେ forgot pattern ଉପରେ କ୍ଲିକ କରନ୍ତୁ। ଏହାପରେ ନିଜ google ଆକାଉଣ୍ଟର ୟୁଜର ନେମ ଓ ପାସୱାର୍ଡ ଦିଅନ୍ତୁ।

 

sign in ଉପରେ କ୍ଲିକ କରିବା ପରେ ନିଜ ସ୍ମାର୍ଟଫୋନ ପାଇଁ ନୂଆ ପାସୱାର୍ଡ ରଖନ୍ତୁ ଓ ସ୍ମାର୍ଟଫୋନକୁ ଅନଲକ କରନ୍ତୁ। ତେବେ ମନେରଖନ୍ତୁ ଯେ ପାଞ୍ଚଥରରୁ ଅଧିକ ଥର ଭୁଲ ପାସୱାର୍ଡ ଦେବା ଦ୍ଵାରା ଏହା ଲକ ହୋଇଯାଇଥାଏ। ତେଣୁ sign in କରିବା ପାଇଁ forgot pattern ଉପରେ ହିଁ କ୍ଲିକ କରନ୍ତୁ।

ଫ୍ୟାକ୍ଟ୍ରୀ ରିସେଟ କରି ଅନଲକ କରନ୍ତୁ

ଯଦି ପ୍ରଥମ ପ୍ରଣାଳୀ ଅନୁସାରେ ଆପଣଙ୍କ ସ୍ମାର୍ଟଫୋନ ଅନଲକ ହେଉନାହିଁ ତେବେ ଆପଣଙ୍କୁ ଫୋନର ଫ୍ୟାକ୍ଟ୍ରୀ ସେଟିଙ୍ଗକୁ ରିଷ୍ଟୋର କରିବାକୁ ପଡିବ। ଏପରି କରିବା ଦ୍ଵାରା ଆପଣଙ୍କ ଫୋନରେ ଥିବା ସମସ୍ତ ଡାଟା ଡ଼ିଲିଟ ହୋଇଯିବ।

 

ପ୍ରଥମେ ଫୋନକୁ ଅଫ କରିଦିଅନ୍ତୁ। ଏହାପରେ ଭଲ୍ୟୁମ ଡାଉନ କି’ ଏବଂ ଲକ କି’ କୁ ଏକାସାଥିରେ କିଛି ସମୟ ପର୍ଯ୍ୟନ୍ତ ଦବାନ୍ତୁ। ଏହାପରେ ରିକଭରୀ ମୋଡ ଉପରେ କ୍ଲିକ କରନ୍ତୁ। ଭଲ୍ୟୁମ ଡାଉନ କି’ର ବ୍ୟବହାର କରି ‘wipe data/ factory reset’ ଉପରେ କ୍ଲିକ କରନ୍ତୁ। ଏହାପରେ ‘yes, delete all user data’ ଉପରେ କ୍ଲିକ କରନ୍ତୁ। ଏହାପରେ ସିଷ୍ଟମ ରିବୁଟ ହେବ ଓ ଫୋନ ଅନଲକ ହୋଇଯିବ।

 

ଆଣ୍ଡ୍ରଏଡ ଡାଟା ରିକଭରୀ ଅପ୍ସନର ବ୍ୟବହାର କରନ୍ତୁ

ଯଦି ଆପଣଙ୍କ ପାଖରେ ଗୁଗୁଲ ଆକାଉଣ୍ଟ  ନାହିଁ ଓ ଆପଣ ଫୋନର ସମସ୍ତ ଡାଟା ସେଭ କରିବା ପାଇଁ ଚାହୁଁଛନ୍ତି ତେବେ ଆଣ୍ଡ୍ରଏଡ ଡାଟା ରିକଭରୀ ଅପ୍ସନକୁ ବ୍ୟବହାର କରିପାରିବେ। ଏହି ପ୍ରୋଗ୍ରାମରେ ପାସୱାର୍ଡ ହଟାଇବାର ଟୁଲ ରହିଥାଏ ଓ ଫୋନର ପାସୱାର୍ଡକୁ ହଟେଇଦେଇଥାଏ।

 

ପ୍ରଥମେ କମ୍ପ୍ୟୁଟରରେ ଆଣ୍ଡ୍ରଏଡ ଡାଟା ରିକଭରୀ ସଫ୍ଟୱେୟାର ଡାଉନଲୋଡ କରି ପ୍ରୋଗ୍ରାମକୁ ଓପନ କରନ୍ତୁ। ଏହାର ମୁଖ୍ୟ ୱିଣ୍ଡୋରେ unlock ଅପ୍ସନଉପରେ କ୍ଲିକ କରନ୍ତୁ। ଏହାପରେ ଫୋନକୁ USB କେବୁଲ ସାହାଯ୍ୟରେ କମ୍ପ୍ୟୁଟରରେ କନେକ୍ଟ କରନ୍ତୁ। ୱିଣ୍ଡୋରେ ଥିବା ନିର୍ଦ୍ଦେଶକୁ ଅନୁସରଣ କରିବା ପରେ ଷ୍ଟାର୍ଟ ଅପ୍ସନ ଉପରେ କ୍ଲିକ କରନ୍ତୁ। ଏହାପରେ ଆଣ୍ଡ୍ରଏଡ ଡାଟା ରିକଭରୀ ଆପଣଙ୍କ ଫୋନ ଚେକ  କରିବା ଆରମ୍ଭ କରିବ ଏବଂ ଆପଣ ପାସୱାର୍ଡ ହଟିଯିବ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon