ଆମାଜନ ସେଲ ଜାନୁୟାରୀ 20ରୁ : ଏହିସବୁ ସାମଗ୍ରୀ ଉପରେ ମିଳିବ 80% ଯାଏଁ ରିହାତି

Tuesday, January 15, 2019

(ବେତାର ବ୍ୟୁରୋ) ଇ-କମର୍ସ ୱେବସାଇଟ ଆମାଜନ ତରଫରୁ ଦର୍ଶକଙ୍କ ପାଇଁ ‘ଗ୍ରେଟ ଇଣ୍ଡିଆନ ସେଲ 2019’ ଆରମ୍ଭ ହେବାକୁ ଯାଉଛି। ଏହି ସେଲ ଜାନୁୟାରୀ 20 ତାରିଖରୁ 23 ତାରିଖ ମଧ୍ୟରେ ଚାଲିବ। ଏହି ସେଲରେ ସ୍ମାର୍ଟଫୋନ ଠାରୁ ଆରମ୍ଭ କରି ଲାପଟପ, କ୍ୟାମେରା, ହେଡଫୋନ, ଫ୍ୟାଶନ ୱିୟର ସମେତ ଅନେକ ସାମଗ୍ରୀରେ ଆକର୍ଷଣୀୟ ଅଫର ମିଳିବ। ଯଦି ଆପଣ କିଛି ସାମଗ୍ରୀ କିଣିବାକୁ ଚାହୁଁଛନ୍ତି ତେବେ ଏହି ସେଲର ଲାଭ ଉଠାଇ ପାରିବେ।

 

ତେବେ ଆମାଜନର ପ୍ରାଇମ ସଦସ୍ୟଙ୍କ ପାଇଁ ଏହି ସେଲ ଜାନୁୟାରୀ 19 ତାରିଖ ଅପରାହ୍ନ 12ଟାରୁ ଆରମ୍ଭ ହୋଇଯିବ। ଅର୍ଥାତ ପ୍ରାଇମ ସଦସ୍ୟମାନେ ସେଲ ଆରମ୍ଭର 12ଘଣ୍ଟା ଆଗରୁ ଅଫର ଗୁଡିକର ଲାଭ ଉଠାଇ ପାରିବେ।

 

ଆମାଜନ ତରଫରୁ ଏହି ସେଲ ଏଚଡିଏଫସି ବ୍ୟାଙ୍କ ସହିତ ମିଶି ଆରମ୍ଭ କରାଯାଇଛି। ଏହାର ଅର୍ଥ ଏଚଡିଏଫସି ବ୍ୟାଙ୍କର କାର୍ଡରେ କିଣାକିଣି କଲେ ୧୦ ପ୍ରତିଶତ ରିହାତି ମିଳିବ। ଏହି ରିହାତି ଉଭୟ କ୍ରେଡିଟ୍ ଓ ଡେବିଟ୍ କାର୍ଡ ଗ୍ରାହକଙ୍କୁ ମିଳିବ। ଏହାସହିତ ଗ୍ରାହକଙ୍କ ପାଇଁ ଇଏମଆଇର ବିକଳ୍ପ ମଧ୍ୟ ରହିବ।

ସେଲ ସମୟରେ ଡେବିଟ କାର୍ଡ ବ୍ୟବହାରକାରୀ 1ଲକ୍ଷ ପର୍ଯ୍ୟନ୍ତ ଲୋନ ନେଇ ମଧ୍ୟ ସପିଙ୍ଗ କରିପାରିବେ, ତେବେ ଆପଣ ଏହି ଲୋନ ନେବା ପାଇଁ ଯୋଗ୍ୟ ଅଛନ୍ତି କି ନାହିଁ ତାହା ଆମାଜନର ୱେବସାଇଟରୁ ଜାଣିପାରିବେ। କ୍ରେଡିଟ କାର୍ଡ ଜରିଆରେ ଟ.3,000ରୁ ଅଧିକ ମୂଲ୍ୟର ଜିନିଷ କିଣିଲେ ଇଏମଆଇର ବିକଳ୍ପ ମଧ୍ୟ ରହିବ। ବଜାଜ ଫିନସର୍ବ ଜରିଆରେ ଟ.4,500ରୁ ଅଧିକ ସପିଙ୍ଗ କଲେ ଇଏମଆଇ ବିକଳ୍ପ ପାଇପାରିବେ।

 

ଏଥିରେ ମିଳିବ ଅଫର

ଏହି ସେଲରେ ସ୍ମାର୍ଟଫୋନ ଉପରେ ବିନା ମୂଲ୍ୟରେ ଇଏମଆଇ ଓ ଏକ୍ସଚେଞ୍ଜ ଅଫର ଦିଆଯିବ। OnePlus 6T, Redmi Y2, Huawei Nova 3i ଓ Honor 8Xରେ ଅନେକ ଅଫର ମିଳିବ। redmi Y2  କୁ ବର୍ତ୍ତମାନର ସବୁଠାରୁ ଶସ୍ତା ଦରରେ ଉପଲବ୍ଧ କରାଯିବ।ଏହାସହିତ Oneplus 6T ଓ Honor 8X ଉପରେ ଏକ୍ସଚେଞ୍ଜ ଅଫର ସହିତ ଡ଼ିସକାଉଣ୍ଟ ମଧ୍ୟ ପାଇପାରିବେ।

ଘରୋଇ ସାମଗ୍ରୀ ଓ ରୋଷେଇ ଉପକରଣ ଉପରେ 75% ରିହାତି ମିଳିବ। ଏହାସହିତ ଟ.99 ରୁ ଆରମ୍ଭ ହେଉଥିବା କୁକୱେୟାର ସମେତ ଅନେକ ପ୍ରଡ଼କ୍ଟ ମିଳିବ। ଟ.89ରୁ ଆରମ୍ଭ ହେଉଥିବା ସାମଗ୍ରୀ ମଧ୍ୟ ପାଇପାରିବେ।

 

ଫ୍ୟାଶନ ସାମଗ୍ରୀ ଉପରେ ଟପ ବ୍ରାଣ୍ଡ ଉପରେ 80% ପର୍ଯ୍ୟନ୍ତ ରିହାତି ମିଳିବ। ଟ.599 ମଧ୍ୟରେ ଅନେକ ସାମଗ୍ରୀ କିଣିପାରିବେ। ଏହାବ୍ୟତୀତ କିଣ୍ଡଲ ଇ-ରିଡର, ଫାୟାର ଟିଭି ଷ୍ଟିକ, ଇକୋ ସ୍ପିକର ଓ ଅନ୍ୟାନ୍ୟ ପ୍ରଡ଼କ୍ଟ ଉପରେ ଟ.3,000 ପର୍ଯ୍ୟନ୍ତ ରିହାତି ମିଳିବ।

  

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon