ଧୋନିଙ୍କ ଧୂଆଁଧାର ପ୍ରହାରରେ ଭାରତ ବିଜୟୀ; ଭାଙ୍ଗିଲା 20 ବର୍ଷର ରେକର୍ଡ

Tuesday, January 15, 2019

(ବେତାର ବ୍ୟୁରୋ) ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜର ଦ୍ଵିତୀୟ ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଶତକ ଏବଂ ଶେଷ ଭାଗରେ ମହେନ୍ଦ୍ର ସିଂହ ଧୋନିଙ୍କ ଅର୍ଦ୍ଧଶତକ ବଳରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ଛଅ ୱିକେଟରେ ହରାଇ ଦେଇଛି। ଭାରତ ଏହି ବିଜୟ ସହିତ ସିରିଜକୁ  ବର୍ତ୍ତମାନ 1-1ରେ ସମାନ କରିଦେଇଛି।

 

ମହେନ୍ଦ୍ର ସିଂ ଧୋନି ଭାରତକୁ ଏହି ମ୍ୟାଚ ଜିତାଇବା ସହ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଏହା ପୂର୍ବରୁ ପ୍ରଥମ ଦିନିକିଆ ମ୍ୟାଚରେ ଧୋନିଙ୍କ ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠାଯାଇଥିବା ବେଳେ ଦ୍ଵିତୀୟ ମ୍ୟାଚରେ ସେ ପ୍ରଦର୍ଶନ କରି ଭାରତୀୟ ଦଳରେ ତାଙ୍କର ଭୂମିକା କଣ ସେ ପ୍ରମାଣ କରିଛନ୍ତି। ମହେନ୍ଦ୍ର ସିଂ ଧୋନି ଏହି ମ୍ୟାଚରେ 55ରନ କରି ଅପରାଜିତ ରହିଥିଲେ।

 

ମହେନ୍ଦ୍ର ସିଂ ଧୋନୀଙ୍କ ସହିତ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ଖୁବ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ଏହି ଇନିଙ୍ଗ୍ସରେ ନିଜ ୱାନ-ଡେ କ୍ୟାରିୟରର 39ତମ ଶତକ ହାସଲ କରିଛନ୍ତି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଙ୍ଗ କରି ଭାରତକୁ 299 ରନର ଲକ୍ଷ୍ୟ ଦେଇଥିଲା। ଅଷ୍ଟ୍ରେଲିଆର ଶନ ମାର୍ଶ 131 ରନ ସଂଗ୍ରହ କରିଥିଲେ। ଏହା ବଦଳରେ ଭାରତର ଓପନର ରୋହିତ ଶର୍ମା ଓ ଶିଖର ଧାୱନ ଭାରତକୁ ଏକ ମଜଭୁତ ଆରମ୍ଭ ଦେଇଥିଲେ। ଶିଖର ଧାୱନ ଆଉଟ ହେବାପରେ ବିରାଟ କୋହଲି ବ୍ୟାଟିଙ୍ଗ  କରିଥିଲେ ଓ 112ଟି ବଳ ଖେଳି 104ରନ ସଂଗ୍ରହ କରିଥିଲେ। ଏହି ପ୍ରଦର୍ଶନ ପାଇଁ ବିରାଟଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଆୱାର୍ଡ

ମିଳିଛି।

 

20ବର୍ଷର ରେକର୍ଡ

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ଜିତିବା ପାଇଁ 299ରନର ଲକ୍ଷ୍ୟ ଦେଇଥିଲା। ଏହା ପୂର୍ବରୁ ଆଡିଲେଡ ଓଭାଲର ଇତିହାସରେ କେବଳ ଗୋଟିଏ ଥର 299ରୁ ଅଧିକ ରନ ଲକ୍ଷ୍ୟ ହାସଲ କରଯାଇଥିଲା। ଏହି ରେକର୍ଡ 1999 ମସିହାରେ ଶ୍ରୀଲଙ୍କା ଇଂଲଣ୍ଡ ବିରୁଦ୍ଧରେ ହାସଲ କରିଥିଲା। ଗତ 20ବର୍ଷ ମଧ୍ୟରେ ଆଡିଲେଡ ଓଭାଲରେ ଭାରତର ଏହା ବୃହତ୍ତମ ବିଜୟ ଅଟେ।

 

ଆଗାମୀ ମ୍ୟାଚ ନିର୍ଣ୍ଣାୟକ

ଉଭୟ ଦଳ ମଧ୍ୟରେ ସିରିଜର ତୃତୀୟ ମ୍ୟାଚ ତଥା ନିର୍ଣ୍ଣାୟକ ମ୍ୟାଚ ଆସନ୍ତା ଜାନୁୟାରୀ 18 ତାରିଖରେ ମେଲବର୍ଣ୍ଣରେ ଖେଳାଯିବ। ଏହି ମ୍ୟାଚରେ ଉଭୟ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ। କାରଣ ଆଡିଲେଡରେ ଦ୍ଵିତୀୟ ମ୍ୟାଚ ଭାରତ ଜିତିବା ପରେ ସିରିଜ 1-1ରେ ସମାନ ରହିଛି। ଯେଉଁ ଦଳ ତୃତୀୟ ମ୍ୟାଚ ଜିତିବ ସେହିଦଳ ସିରିଜ ମଧ୍ୟ ଜିତିଯିବ।


 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon