ବିନା ମେକଅପରେ ସୁନ୍ଦର ଦିଶିବା ପାଇଁ ଆପଣାନ୍ତୁ ଏହି 5 ଟିପ୍ସ

Tuesday, January 15, 2019

(ବେତାର ବ୍ୟୁରୋ) ଘରୁ ବାହାରକୁ ଯିବା ସମୟରେ ପ୍ରତ୍ୟେକ ମହିଳା ମେକଅପ କରିବା ପାଇଁ ବହୁତ ସମୟ ଲଗାଇଥାନ୍ତି। ଘଣ୍ଟା ଘଣ୍ଟା ଧରି ଆଇନା ଆଗରେ ଠିଆ ହୋଇ ମେକଅପ ନନେଲେ ମଧ୍ୟ କିଛି ମିନିଟ ନିଶ୍ଚୟ ମେକଅପ ନେଉଥିବେ। ଆପଣଙ୍କ ଚେହେରା ପାଇଁ ସଠିକ ରଙ୍ଗର ଲିପଷ୍ଟିକ ବାଛିବା ହେଉ ବା କନଶିଲର ସାହାଯ୍ୟରେ ମୁହଁର ଦାଗକୁ ଲୁଚାଇବା ପାଇଁ ଅଧିକାଂଶ ମହିଳା ମେକଅପ ଉପରେ ନିର୍ଭର କରିଥାନ୍ତି। କିଛି କିଛି ମହିଳା ଅନୁଭବ କରିଥାନ୍ତି ଯେ, ବିନା ମେକଅପରେ ସେମାନେ ସୁନ୍ଦର ଦେଖାଯିବେ ନାହିଁ।

 

କିନ୍ତୁ ସବୁବେଳେ ମେକଅପ କରିବାଦ୍ଵାରା ତ୍ଵଚାକୁ କ୍ଷତି ପହଞ୍ଚିଥାଏ। ଏଥିପାଇଁ ଡିଟକ୍ସ କରିବା ମଧ୍ୟ ଜରୁରୀ ହୋଇଥାଏ। ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ତ୍ଵଚାରୁ କ୍ଷତିକାରକ ପଦାର୍ଥ କାଢିବାକୁ ଡିଟକ୍ସ କୁହାଯାଇଥାଏ। ତେଣୁ ବିନା ମେକଅପରେ ଆପଣ କିପରି ସୁନ୍ଦର ଦେଖାଯାଇପାରିବେ ସେଥିପାଇଁ ଜାଣିରଖନ୍ତୁ କିଛି ସହଜ ଟିପ୍ସ।

 

୧.ସନସ୍କ୍ରିନର ବ୍ୟବହାର କରନ୍ତୁ: ବିନା ମେକଅପରେ ଆପଣ ସୁନ୍ଦର ଦେଖାଯିବା ପାଇଁ ସବୁବେଳେ ସନସ୍କ୍ରିନର ବ୍ୟବହାର କରନ୍ତୁ। ତ୍ଵଚାର ଡିଟକ୍ସ କରୁଥିଲେ ମଧ୍ୟ ତ୍ଵଚାର ସୁରକ୍ଷା ପାଇଁ ଆବଶ୍ୟକୀୟ ସାମଗ୍ରୀ ବ୍ୟବହାର କରନ୍ତୁ। ତେଣୁ ଘରୁ ବାହାରକୁ ଯିବାର ୧୫ମିନିଟ ଆଗରୁ ସନସ୍କ୍ରିନ ଲଗାଇବାକୁ ଭୁଲନ୍ତୁ ନାହିଁ। ଶୀତଦିନ ହେଉ ବା ଖରାଦିନ ହେଉ ସନସ୍କ୍ରିନ ଲଗାଇ ବାହାରକୁ ଯାଆନ୍ତୁ।

୨.ମଶ୍ଚୁରାଇଜର: ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ଚେହେରା ଆବଶ୍ୟକ ଠାରୁ ଅଧିକ ଶୁଷ୍କ ହୋଇଯାଇଛି ତେବେ ମଶ୍ଚୁରାଇଜର ଲଗାଇବାକୁ ଭୁଲାନ୍ତୁ ନାହିଁ। ଫାଉଣ୍ଡେଶନର ବ୍ୟବହାର ସବୁବେଳେ କରନ୍ତୁ ନାହିଁ। ଏହା ଆପଣଙ୍କ ତ୍ଵଚାକୁ ଅଧିକ ଶୁଷ୍କ କରିଦେଇଥାଏ।

 

୩.ଏକ୍ସଫୋଲିଏସନ : ଅନେକ ସମୟରେ ତ୍ଵଚାରେ ମୃତକୋଷିକା ଜମା ହୋଇରହିବା ଦ୍ଵାରା ଚେହେରାର ସୁନ୍ଦରତା ମଧ୍ୟ କମ ହୋଇଯାଇଥାଏ। ତେଣୁ ସପ୍ତାହକୁ ଥରେ ବା ଦୁଇଥର ଭଲ ସ୍କ୍ରବର ବ୍ୟବହାର କରି ତ୍ଵଚାରୁ ମୃତ କୋଷିକାକୁ ଦୂର କରିବା (ଏକ୍ସଫୋଲିଏସନ) ଉଚିତ। ନିୟମିତ ବ୍ୟବଧାନରେ ସ୍କ୍ରବ କରିବା ଦ୍ଵାରା ଆପଣ ଯୁବସୁଲଭ ତ୍ଵଚା ପାଇପାରିବେ।

୪.ଟୋନର୍ ବ୍ୟବହାର କରନ୍ତୁ: ପ୍ରତିଥର ଫେସୱାସ ଦ୍ଵାରା ମୁହଁକୁ ଧୋଇବା ପରେ ଟୋନରର ବ୍ୟବହାର କରିବାକୁ ଭୁଲିଯାଇଥାନ୍ତି। କିନ୍ତୁ ତ୍ଵଚାକୁ ସୁସ୍ଥ ରଖିବା ପାଇଁ ଏହା ବହୁତ ଜରୁରୀ ଅଟେ। ଟୋନର ବ୍ୟବହାର କରିବା ଦ୍ଵାରା ତ୍ଵଚାର ପି.ଏଚ ସ୍ତର ନିୟନ୍ତ୍ରଣ ରହିଥାଏ।

 

୫.ଗରମ ପାଣି ସହ ଲେମ୍ବୁ: ପ୍ରତିଦିନ ସକାଳୁ ଉଠିବା ପରେ ଖାଲି ପେଟରେ ଗରମ ପାଣି ସହିତ ଲେମ୍ବୁ ମିଶାଇ ପିଅନ୍ତୁ। ଏପରି କରିବା ଦ୍ଵାରା ଆପଣ ଅନେକ ରୋଗରୁ ଦୂରରେ ରହିପାରିବେ ଓ ଉଜ୍ଜ୍ଵଳ ତ୍ଵଚା ମଧ୍ୟ ପାଇପାରିବେ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon