ଦିନିକିଆ କ୍ରିକେଟରେ ବ୍ରାୟନ ଲାରାଙ୍କ ରେକର୍ଡ ପଛରେ ବିରାଟ କୋହଲି

Thursday, January 17, 2019

(ବେତାର ବ୍ୟୁରୋ) ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ସମୟରେ ସମଗ୍ର ବିଶ୍ଵରେ ସବୁଠାରୁ ଭଲ ବ୍ୟାଟ୍ସମ୍ୟାନ ଅଟନ୍ତି। ସେ ବର୍ତ୍ତମାନ ଯେତିକି ମ୍ୟାଚ ଖେଳୁଛନ୍ତି ସେଗୁଡିକରେ କିଛି ନା କିଛି ରେକର୍ଡ ଭାଙ୍ଗୁଛନ୍ତି କିମ୍ବା କୌଣସି ରେକର୍ଡର ସମାନ ହେଉଛନ୍ତି। ଏବେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଖେଳିବାକୁ ଥିବା ତୃତୀୟ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜର ପୂର୍ବ କ୍ରିକେଟର ବ୍ରାୟନ ଲାରାଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି।

 

ୱେଷ୍ଟ ଇଣ୍ଡିଜ ତଥା ବିଶ୍ଵର ଏହି ମହାନ ବ୍ୟାଟ୍ସମ୍ୟାନଙ୍କର ରେକର୍ଡ ଭାଙ୍ଗିବା ପାଇଁ ବିରାଟ କୋହଲି ଅଳ୍ପ କିଛି ରନ ଦୂରରେ ଅଛନ୍ତି। ଯଦି ବିରାଟ ଏପରି କରିପାରିବେ ତେବେ ଦିନିକିଆ କ୍ରିକେଟରେ ଦଶ ହଜାରରୁ ଅଧିକ ରନ ସଂଗ୍ରହ କରିଥିବା ଶ୍ରେଷ୍ଠ ଦଶ ଜଣ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ସ୍ଥାନ ପାଇପାରିବେ। ବର୍ତ୍ତମାନ ସମୟରେ ଏହି ତାଲିକାରେ ବିରାଟ କୋହଲି ବ୍ରାୟନ ଲାରାଙ୍କ ଠାରୁ ଗୋଟିଏ ସ୍ଥାନ ପଛରେ ଅଛନ୍ତି।

 

ଦିନିକିଆ କ୍ରିକେଟରେ ଦଶହଜାରରୁ ଅଧିକ ରନ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ବିରାଟ କୋହଲି ବର୍ତ୍ତମାନ ଏକାଦଶ ସ୍ଥାନରେ ଅଛନ୍ତି। ଯଦି ସେ ଅଷ୍ଟ୍ରେଲିଆ ବିରୁଦ୍ଧରେ ମେଲବର୍ଣ୍ଣରେ ଖେଳିବାକୁ ଥିବା ତୃତୀୟ ଦିନିକିଆରେ ୬୭ରନ ସଂଗ୍ରହ କରିପାରନ୍ତି ତେବେ ସେ ବ୍ରାୟନ ଲାରାଙ୍କୁ ପଛରେ ପକାଇ ଦଶମ ସ୍ଥାନକୁ ଯାଇପାରିବେ। ବର୍ତ୍ତମାନ ବିରାଟ କୋହଲିଙ୍କର ଦିନିକିଆ କ୍ରିକେଟରେ ମୋଟ ୧୦,୩୩୯ ରନ ରହିଛି।

ଦିନିକିଆ କ୍ରିକେଟରେ ଦଶ ହଜାରରୁ ଅଧିକ ରନ ସଂଗ୍ରହ କରିବା ତାଲିକାରେ ବର୍ତ୍ତମାନ ୧୩ଜଣ ଖେଳାଳୀ ଅଛନ୍ତି। ଏହି ତାଲିକାରେ ପ୍ରଥମ ସ୍ଥାନରେ ଭାରତର ପୂର୍ବତନ ଖେଳାଳୀ ସଚିନ ତେନ୍ଦୁଲକର ରହିଛନ୍ତି। ସେ ମୋଟ ୪୩୬ଟି ଦିନିକିଆ ମ୍ୟାଚ ଖେଳି ୧୮,୪୨୬ ରନ ସଂଗ୍ରହ କରିଛନ୍ତି। ସେହିପରି ଦ୍ଵିତୀୟ ସ୍ଥାନରେ ଶ୍ରୀଲଙ୍କାର ପୂର୍ବତନ ଖେଳାଳୀ କୁମାର ସାଙ୍ଗାକାରା (୧୪,୨୩୪ରନ), ତୃତୀୟ ସ୍ଥାନରେ ଅଷ୍ଟ୍ରେଲିଆର ପୂର୍ବ ଖେଳାଳୀ ରିକି ପଣ୍ଟିଙ୍ଗ (୧୩,୭୦୪ରନ) ରହିଛନ୍ତି।

 

ତାଲିକାରେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଶ୍ରୀଲଙ୍କାର ପୂର୍ବତନ ଖେଳାଳୀ ସନଥ ଜୟସୂରିୟା (୧୩,୪୩୦ରନ) ଓ ମାହେଲା ଜୟୱର୍ଦେନେ (୧୨,୬୫୦ରନ) ରହିଛନ୍ତି। ଷଷ୍ଠ ସ୍ଥାନରେ ପାକିସ୍ଥାନର ପୂର୍ବ ଖେଳାଳୀ ଇଞ୍ଜାମମ-ଉଲ-ହକ (୧୧,୭୩୯ରନ), ସପ୍ତମ ସ୍ଥାନରେ ସାଉଥଆଫ୍ରିକାର  ପୂର୍ବଖେଳାଳୀ ଜାକ କାଲିସ (୧୧,୫୭୯ରନ), ଅଷ୍ଟମ ସ୍ଥାନରେ ଭାରତର ସୌରଭ ଗାଙ୍ଗୁଲି (୧୧,୩୬୩ରନ), ନବମ ସ୍ଥାନରେ ଭାରତର ରାହୁଲ ଦ୍ରାବିଡ(୧୦,୮୮୯ରନ) ଓ ଦଶମ ସ୍ଥାନରେ ବ୍ରାୟନ ଲାରା(୧୦,୪୦୫ରନ) ରହିଛନ୍ତି।   

 

ଏକାଦଶ ସ୍ଥାନରେ ବିରାଟ କୋହଲି ରହିଥିବା ବେଳେ ଦ୍ଵାଦଶ ସ୍ଥାନରେ ଶ୍ରୀଲଙ୍କାର ତିଳକରତ୍ନେ ଦିଲଶାନ (୧୦,୨୯୦ରନ) ଓ ତ୍ରୟୋଦଶ ସ୍ଥାନରେ ଭାରତ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନି (୧୦,୨୭୯ରନ) ରହିଛନ୍ତି।

 

ଆଗାମୀ ମ୍ୟାଚ ନିର୍ଣ୍ଣାୟକ

ତେବେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳଯାଉଥିବା ଦିନିକିଆ ସିରିଜର ତୃତୀୟ ମ୍ୟାଚ ତଥା ନିର୍ଣ୍ଣାୟକ ମ୍ୟାଚ ଆସନ୍ତା ଜାନୁୟାରୀ 18 ତାରିଖରେ ମେଲବର୍ଣ୍ଣରେ ଖେଳାଯିବ। ଏହି ମ୍ୟାଚରେ ଉଭୟ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ। କାରଣ ଆଡିଲେଡରେ ଦ୍ଵିତୀୟ ମ୍ୟାଚ ଭାରତ ଜିତିବା ପରେ ସିରିଜ 1-1ରେ ସମାନ ରହିଛି। ଯେଉଁ ଦଳ ତୃତୀୟ ମ୍ୟାଚ ଜିତିବ ସେହି ଦଳ ସିରିଜ ମଧ୍ୟ ଜିତିଯିବ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon