ନ୍ୟୁଜିଲାଣ୍ଡରେ ଧୋନି ଭାଙ୍ଗିପାରନ୍ତି ସଚିନଙ୍କ ଏହି ରେକର୍ଡ

Monday, January 21, 2019

(ବେତାର ବ୍ୟୁରୋ) ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆକୁ ଉଭୟ ଟେଷ୍ଟ ସିରିଜ ଓ ଦିନିକିଆ ସିରିଜରେ ହରାଇ ଐତିହାସିକ ବିଜୟ ହାସଲ କରିବା ପରେ ବର୍ତ୍ତମାନ ନ୍ୟୁଜଲାଣ୍ଡରେ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି। ନିକଟରେ ସମାପ୍ତ ହେଇଥିବା ଅଷ୍ଟ୍ରେଲିଆ ଗସ୍ତରେ ବିରାଟ କୋହଲି ଓ ମହେନ୍ଦ୍ର ସିଂ ଧୋନିଙ୍କ ପ୍ରଦର୍ଶନ

ମୁଖ୍ୟ ଭୂମିକା ନେବା ପରେ ବର୍ତ୍ତମାନ ତାଙ୍କ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ଚାଲିଛି । 

 

ମହେନ୍ଦ୍ର ସିଂ ଧୋନି ବର୍ତ୍ତମାନ ବହୁତ ଭଲ ଫର୍ମରେ ଅଛନ୍ତି। ଯଦି ମହେନ୍ଦ୍ର ସିଂ ଧୋନି ନ୍ୟୁଜଲାଣ୍ଡରେ ଏହି ଫର୍ମରେ ବ୍ୟାଟିଙ୍ଗ କରନ୍ତି ତେବେ ସେ ଭାରତର ପୂର୍ବତନ ଖେଳାଳୀ ସଚିନ ତେନ୍ଦୁଲକରଙ୍କର ଏକ ଖାସ ରେକର୍ଡ ଭାଙ୍ଗି ପାରନ୍ତି।

 

ଧୋନି ଅଷ୍ଟ୍ରେଲିଆ ବିରୁଦ୍ଧରେ ଖେଳାଯାଇଥିବା ଦିନିକିଆ ସିରିଜରେ ବହୁତ ଭଲ ବ୍ୟାଟିଙ୍ଗ ପ୍ରଦର୍ଶନ କରିଥିଲେ ଓ ତିନୋଟି ମ୍ୟାଚରେ ଅର୍ଦ୍ଧଶତକ ମାରିଥିଲେ। ତିନୋଟି ମ୍ୟାଚରେ ମୋଟ 193ରନ ସଂଗ୍ରହ କରି ମ୍ୟାନ ଅଫ ଦ ସିରିଜ ମଧ୍ୟ ହୋଇଥିଲେ। ଯଦି ଧୋନି ନ୍ୟୁଜଲାଣ୍ଡରେ ମଧ୍ୟ ଏହିପରି ବ୍ୟାଟିଙ୍ଗ କରନ୍ତି  ତେବେ ନ୍ୟୁଜଲାଣ୍ଡରେ ଦିନିକିଆ ମ୍ୟାଚରେ ସବୁଠାରୁ ଅଧିକ ରନ ସଂଗ୍ରହ କରିବାର ରେକର୍ଡ ଭାଙ୍ଗିପାରିବେ। ଏଥିପାଇଁ ତାଙ୍କୁ ପାଞ୍ଚଟି ମ୍ୟାଚରେ 197ରନ କରିବାକୁ ପଡିବ।

 

ବର୍ତ୍ତମାନ ଏହି ରେକର୍ଡ ଭାରତର ପୂର୍ବତନ ଖେଳାଳୀ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି। ସଚିନ ତେନ୍ଦୁଲକର ନ୍ୟୁଜଲାଣ୍ଡରେ ମୋଟ 18ଟି ଦିନିକିଆ ମ୍ୟାଚ ଖେଳିଛନ୍ତି ଓ 652 ରନ ସଂଗ୍ରହ କରିଛନ୍ତି। ଏହି ତାଲିକାରେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି ବିରେନ୍ଦ୍ର ସେହ୍ଵାଗ। ବିରେନ୍ଦ୍ର ସେହ୍ଵାଗ ମୋଟ 12ଟି ମ୍ୟାଚ ଖେଳି 598ରନ ସଂଗ୍ରହ କରିଛନ୍ତି। ମହେନ୍ଦ୍ର ସିଂ ଧୋନି ନ୍ୟୁଜଲାଣ୍ଡ ରେ ମୋଟ 10ଟି ଦିନିକିଆ ମ୍ୟାଚ ଖେଳି 456ରନ ସଂଗ୍ରହ କରିଛନ୍ତି।

 

2014ରେ ଏମିତି ଥିଲା ଧୋନିଙ୍କ ପ୍ରଦର୍ଶନ

ଭାରତୀୟ ଦଳ ଏହା ପୂର୍ବରୁ 2014 ମସିହାରେ ନ୍ୟୁଜଲାଣ୍ଡକୁ ଖେଳିବା ପାଇଁ ଯାଇଥିଲା। ଏହି ସମୟରେ ଭାରତର କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ଥିଲେ। ଭାରତୀୟ ଦଳ ଏହି ସିରିଜକୁ 0-4ରେ ହାରିଯାଇଥିଲା କିନ୍ତୁ ଧୋନି ବ୍ୟକ୍ତିଗତ ଭାବରେ ବହୁତ ଭଲ ପ୍ରଦର୍ଶନ କରିଥିଲେ। ଏହି ସିରିଜରେ ସେ ମୋଟ 272ରନ ସଂଗ୍ରହ କରିଥିଲେ। ତିନୋଟି ମ୍ୟାଚରେ ଅର୍ଦ୍ଧଶତକ ମଧ୍ୟ ମାରିଥିଲେ।

 

ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ନ୍ୟୁଜଲାଣ୍ଡରେ କେବଳ ଗୋଟିଏ ଥର ଦ୍ଵିପାକ୍ଷିକ ଦିନିକିଆ ସିରିଜ ଜିତିପାରିଛି।  2008-09ର ସିରିଜରେ ଧୋନିଙ୍କ ଅଧିନାୟକତ୍ଵରେ ଏହି ବିଜୟ ହାସଲ କରିଥିଲା। ଭାରତ ଏହି ସିରିଜରେ

3-1ରେ ବିଜୟ ହାସଲ କରିଥିଲା।

 

ବୁଧବାରରୁ ଦିନିକିଆ ସିରିଜ

ଭାରତ ଓ ନ୍ୟୁଜଲାଣ୍ଡ ମଧ୍ୟରେ ଏହି ଦିନିକିଆ ସିରିଜରେ ମୋଟ ପାଞ୍ଚଟି ଦିନିକିଆ ମ୍ୟାଚ ଖେଳାଯିବ ଓ ପ୍ରଥମ ଦିନିକିଆ ଜାନୁୟାରୀ 23 ତାରିଖରେ ନେପିୟରରେ ଖେଳାଯିବ। ସିରିଜର ଦ୍ଵିତୀୟ ମ୍ୟାଚ ଜାନୁୟାରୀ 26, ତୃତୀୟ ମ୍ୟାଚ ଜାନୁୟାରୀ 28, ଚତୁର୍ଥ ମ୍ୟାଚ ଜାନୁୟାରୀ 31 ଓ ପଞ୍ଚମ ମ୍ୟାଚ ଫେବୃୟାରୀ 3 ତାରିଖରେ ଖେଳାଯିବ। ଏହାପରେ ଉଭୟ ଦଳ ମଧ୍ୟରେ ତିନୋଟି ମ୍ୟାଚ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ମଧ୍ୟ ଖେଳାଯିବ। ଏହି ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ ଫେବୃୟାରୀ 6, ଦ୍ଵିତୀୟ ମ୍ୟାଚ ଫେବୃୟାରୀ 8 ଓ ତୃତୀୟ ମ୍ୟାଚ ଫେବୃୟାରୀ 10ରେ ଖେଳାଯିବ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon