ଶୀତଦିନେ ମେକଅପ କରିବା ଆଗରୁ ଜାଣି ରଖନ୍ତୁ ଏହି 7 କଥା

Tuesday, January 22, 2019

(ବେତାର ବ୍ୟୁରୋ) ଶୀତଦିନ ଆସିବା ମାତ୍ରେ ତ୍ଵଚା ଶୁଷ୍କ ହେବାର ସମସ୍ୟା ଦେଖାଦେଇଥାଏ। ଏଥିପାଇଁ ଅନେକ କାରଣ ରହିଥାଏ ଯେପରି ପାଣିପାଗ ଶୁଷ୍କ ହୋଇଥାଏ, କମ ପରିମାଣର ପାଣି ପିଇବା, ଶୁଷ୍କ ତ୍ଵଚା ଇତ୍ୟାଦି। ଏପରି ସମୟରେ ତ୍ଵଚାର ଅଧିକ ଯତ୍ନ ନେବା ଜରୁରୀ। ଶୀତଦିନେ ଅଧିକାଂଶ ନିଜ ତ୍ଵଚାକୁ ଭଲ ଭାବରେ ସଫା କରିନଥାନ୍ତି, ଏଥିପାଇଁ ମଧ୍ୟ ତ୍ଵଚାଜନିତ ସମସ୍ୟା ବଢିଯାଇଥାଏ। ତେଣୁ ଯେଉଁମାନଙ୍କର ତ୍ଵଚା ଶୁଷ୍କ ହୋଇଥାଏ ସେମାନେ ନିୟମିତ ଭାବରେ  ମଶ୍ଚୁରାଇଜର ମଧ୍ୟ ବ୍ୟବହାର କରିବା ଉଚିତ।

 

ଏହାସହିତ ଶୀତଦିନରେ ମେକଅପ କରିବା ସମୟରେ ମଧ୍ୟ ଅନେକ କଥା ଉପରେ ଧ୍ୟାନ ଦେବାକୁ ପଡିଥାଏ। ତ୍ଵଚାକୁ ବିଭିନ୍ନ ସମସ୍ୟାରୁ ଦୂରେଇ ରଖିବା ପାଇଁ ମେକଅପ କରିବା ଆଗରୁ କେଉଁ କେଉଁ କଥା ଉପରେ ବିଶେଷ ଧ୍ୟାନ ଦେବେ ଜାଣନ୍ତୁ।

 

.ଯଦି ଆପଣ ସ୍କ୍ରବ କରୁଛନ୍ତି ତେବେ ସ୍କ୍ରବ କରିସାରିବା ପରେ ମଶ୍ଚୁରାଇଜର ନିହାତି ବ୍ୟବହାର କରନ୍ତୁ। କାରଣ ସ୍କ୍ରବ କରିବା ପରେ ତ୍ଵଚା ଅଧିକ ଶୁଷ୍କ ହୋଇଯାଇଥାଏ ଓ ମଶ୍ଚୁରାଇଜର ଆପଣଙ୍କ ଚେହେରାକୁ ଶୁଷ୍କ ହେବାକୁ ଦେଇନଥାଏ।

 

.ଏହାପରେ ଏକ ଭଲ କ୍ଵାଲିଟିର ସନସ୍କ୍ରିନ ନିଜ ଚେହେରାରେ ଲଗାନ୍ତୁ। ଯଦି ଆପଣ ଫାଉଣ୍ଡେସନ ବ୍ୟବହାର କରୁଛନ୍ତି ତେବେ ମିନେରାଲ ଯୁକ୍ତ ଫାଉଣ୍ଡେସନ ତ୍ଵଚାରେ ଲଗାନ୍ତୁ। ଏହା ଆପଣଙ୍କୁ ଏକ ସୁନ୍ଦର ଲୁକ ଦେବା ସହିତ ତ୍ଵଚାକୁ ଖରାପ ମଧ୍ୟ କରିନଥାଏ।

.ଆକର୍ଷଣୀୟ ଲୁକ ପାଇଁ ନିଜ ଚେହେରାରେ ଗୋଲାପୀ, ବ୍ରାଉନ କ୍ରିମି ରଙ୍ଗର ବ୍ଲଶ ବ୍ୟବହାର କରନ୍ତୁ। ନିଜ ତ୍ଵଚାର ରଙ୍ଗ ଅନୁଯାୟୀ ବ୍ଲଶର ରଙ୍ଗ ବାଛନ୍ତୁ।

 

.ଏମିତିରେ ଶୀତଦିନେ ସବୁପ୍ରକାରର ରଙ୍ଗ ଭଲ ଲାଗିଥାଏ କିନ୍ତୁ ନ୍ୟୁଟ୍ରାଲ ରଙ୍ଗ ଅଧିକ ଭଲ ଲାଗିଥାଏ। ଏଥିପାଇଁ ବ୍ରାଉନ, ଧୂସର କିମ୍ବା ଗୋଲାପୀରଙ୍ଗ ବାଛନ୍ତୁ।

 

.ଆଖିର ସୁନ୍ଦରତା ପାଇଁ ଆପଣ ଚକୋଲେଟ ବ୍ରାଉନ ବା ଚାରକୋଲ ଲାଇନରର ବ୍ୟବହାର କରନ୍ତୁ। ସ୍ମୋକି ଆଇଜ ଶୀତଦିନେ ଆପଣଙ୍କୁ ଏକ ସୁନ୍ଦର ଲୁକ ଦେଇଥାଏ।

.ମେକଅପର ଅନ୍ୟ ଏକ ମୁଖ୍ୟ ଅଂଶ ହୋଇଥାଏ ଲିପଷ୍ଟିକ। ଶୀତଦିନରେ ତ୍ଵଚା ଓ ଓଠ ବହୁତ ଶୀଘ୍ର ଶୁଷ୍କ ହୋଇଯାଇଥାଏ। ଏଥିପାଇଁ ସବୁବେଳେ ଲିପଷ୍ଟିକ ଲଗାଇବା ପରେ ଲିପବାମର ବ୍ୟବହାର କରନ୍ତୁ। ନିଜ ପାଖରେ ସବୁବେଳେ ଲିପବାମ ରଖନ୍ତୁ ଓ ନିୟମିତ ସମୟ ବ୍ୟବଧାନରେ ଲିପବାମର ବ୍ୟବହାର କରନ୍ତୁ।  

 

.ମେକଅପ ଧୋଇବା ପାଇଁ ବା ଗାଧୋଇବା ପାଇଁ ଶୀତଦିନେ ଅଳ୍ପ ଉଷୁମ ପାଣିର ବ୍ୟବହାର କରନ୍ତୁ। ଏହାସହିତ ପ୍ରଚୁର ମାତ୍ରାରେ ପାଣି ପିଇବା ମଧ୍ୟ ଜରୁରୀ ହୋଇଥାଏ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon