ରେଳମନ୍ତ୍ରୀ : ଭାରତୀୟ ରେଳରେ 2 ବର୍ଷରେ ମିଳିବ ଚାରିଲକ୍ଷ ନିଯୁକ୍ତି

Thursday, January 24, 2019

(ବେତାର ବ୍ୟୁରୋ) ରେଳମନ୍ତ୍ରୀ ପୀୟୁଷ ଗୋୟଲ ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି । ଭାରତୀୟ ରେଳବିଭାଗରେ ଖୁବ ଶୀଘ୍ର ୪ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ ସୂଚନା ଦେଇଛନ୍ତି। ଏହି ନିଯୁକ୍ତିରେ ଆର୍ଥିକ କ୍ଷେତ୍ରରେ ପଛୁଆ ସାଧାରଣ ବର୍ଗଙ୍କ ପାଇଁ 10 ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ।

 

ରେଳବିଭାଗରେ ତିନି ଲକ୍ଷ ପଦବୀ ଖାଲି ପଡିଥିବାର ସୂଚନା ଆରଟିଆଇ ତରଫରୁ ଜାରି  କରାଯିବା ପରେ ରେଳମନ୍ତ୍ରୀ ପୀୟୂଷ ଗୋୟଲ ବୁଧବାର ଏହି ନିଯୁକ୍ତି ପାଇଁ ଘୋଷଣା କରିଛନ୍ତି। ପୀୟୁଷ ଗୋୟଲ କହିଛନ୍ତି ଯେ, ରେଳବିଭାଗରେ ଅନୁମୋଦିତ ପଦ ସଂଖ୍ୟା 15.06ଲକ୍ଷ ହୋଇଥିବା ବେଳେ ଏବେ 12.23ଲକ୍ଷ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ତେଣୁ 2.82ଲକ୍ଷ ପଦବୀ ଖାଲି ରହିଛି।  ଏହି ଖାଲିଥିବା ପଦବୀ ମଧ୍ୟରୁ 1.51ଲକ୍ଷ ପଦରେ ନୂଆ ନିଯୁକ୍ତି ନେଇ ଗତବର୍ଷ ଠାରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହାକୁ ବାଦ ଦେବା ପରେ ଆହୁରି 1.31ଲକ୍ଷ ପଦବୀ ଖାଲି ରହିଛି।

ଆଗାମୀ ଦୁଇବର୍ଷ ମଧ୍ୟରେ 99,000ଟି ପଦ ଖାଲି ହେବ, କାରଣ 2019 ଓ 2020ରେ ଯଥାକ୍ରମେ 53ହଜାର ଓ 43ହଜାର କର୍ମଚାରୀ ଅବସର ନେବେ। ଅବସର ନେବାକୁ ଥିବା କର୍ମଚାରୀଙ୍କ ବଦଳରେ ଆଗୁଆ ନିଯୁକ୍ତି ଦିଆଯିବ। ଏହି ସମସ୍ତ ପଦବୀକୁ ମିଶାଇଲେ 2021 ମସିହା ସୁଦ୍ଧା ରେଳବିଭାଗରେ ପ୍ରାୟ ଚାରିଲକ୍ଷ ଲୋକ ନିଯୁକ୍ତି ପାଇବେ।

 

ଗତ କିଛିଦିନ ପୂର୍ବରୁ ଆରଟିଆଇର ଏକ ପ୍ରଶ୍ନର ଉତ୍ତର ଦେଇ ରେଳ ବିଭାଗ କହିଥିଲା ଯେ, 2018 ମସିହାରୁ 2018 ମସିହା ମଧ୍ୟରେ ଯେତିକି କର୍ମଚାରୀ ଅବସର ନେଇଛନ୍ତି ତାଠାରୁ କମ କର୍ମଚାରୀଙ୍କୁ ନିଯୁକ୍ତି ମିଳିଛି। ସେଥିପାଇଁ ରେଳ ବିଭାଗରେ ଏବେ ଏତେ ସଂଖ୍ୟକ ପଦବୀ ଖାଲି ରହିଛି।

 

ସୂଚନାଯୋଗ୍ୟ ନୂଆ ପଦରେ ହେଉଥିବା ନିଯୁକ୍ତିରେ ଆର୍ଥିକ ଗରିବଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ । ଦୁଇଟି ପର୍ଯ୍ୟାୟରେ ଯୁବକ ଯୁବତୀଙ୍କୁ ଦିଆଯିବ ନିଯୁକ୍ତି । ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୩୧ ହଜାର ୪୨୮ ପଦ ପାଇଁ ନୋଟିଫିକେସନ ଜାରି କରାଯିବ ଏବଂ ଦ୍ୱିତୀୟ ପର୍ଯ୍ୟୟରେ ୯୯ ହଜାର ପଦ ପାଇଁ ନୋଟିଫିକେସନ ଜାରି କରାଯିବ । ତେବେ ଏହି ନିଯୁକ୍ତ ପାଇଁ ୨୦୨୦ ମେ ଓ ଜୁନରେ ନୋଟିଫିକେସନ ଜାରି କରାଯିବ ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon