ମୁହଁ ଧୋଇବା ସମୟରେ ଏହିସବୁ ଭୁଲ କରୁନାହାନ୍ତି ତ?

Friday, January 25, 2019

(ବେତାର ବ୍ୟୁରୋ) ଚେହେରା ଓ ତ୍ଵଚାର ଯତ୍ନ ନେବାର ଏକ ମୁଖ୍ୟ ଅଂଶ ହେଉଛି ମୁହଁ ଧୋଇବା। ତ୍ଵଚାରୁ ପ୍ରଦୂଷଣ ଦୂର କରିବା ପାଇଁ ମୁହଁ ଧୋଇବା ନିହାତି ଆବଶ୍ୟକ। ସମସ୍ତେ ଭାବିଥାନ୍ତି ଯେ, ମୁହଁ ଧୋଇବା ପାଇଁ କିଛି ଠିକ ପ୍ରଣାଳୀ ବା ଭୁଲ ପ୍ରଣାଳୀ ନ ଥାଏ। କିନ୍ତୁ ପ୍ରକୃତରେ ମୁହଁ ଧୋଇବା ସମୟରେ କିଛି ଜରୁରୀ କଥା ଉପରେ ଧ୍ୟାନ ଦେବାକୁ ପଡିଥାଏ। ନଚେତ, ଆପଣଙ୍କ ଚେହେରା ଓ ତ୍ଵଚା ଉପରେ ଏହାର କୁପ୍ରଭାବ ପଡିଥାଏ।

ମୁହଁ ଧୋଇବା ସମୟରେ କେଉଁ କେଉଁ ଜରୁରୀ କଥା ଉପରେ ଧ୍ୟାନ ଦେବେ ଜାଣନ୍ତୁ।

 

୧.ପ୍ରତିଦିନ ରାତିରେ ଚେହେରାକୁ ନଧୋଇବା: ଦିନକୁ ଦିନ ବଢୁଥିବା ପ୍ରଦୂଷଣ କାରଣରୁ ଆପଣଙ୍କ ଶରୀର ଓ ଚେହେରା ଉପରେ ଧୁଳି ଓ ବ୍ୟାକ୍ଟେରିଆର ପ୍ରଭାବ ପଡିଥାଏ। ଏଥିପାଇଁ ପ୍ରତିଦିନ ରାତିରେ ଶୋଇବା ଆଗରୁ ମୁହଁକୁ ଭଲ ଭାବରେ ଧୁଅନ୍ତୁ। ଏପରି ନକରିବା ଦ୍ଵାରା ଚେହେରାରେ ବ୍ଲାକହେଡ୍ସ ହୋଇଥାଏ।

 

୨.ମୁହଁକୁ ଟାୱେଲରେ ରଗଡିକି ପୋଛିବା: ଯଦି ଆପଣ ମୁହଁ ଧୋଇବା ପରେ ଟାୱେଲରେ ମୁହଁକୁ ପୋଛୁଛନ୍ତି ତେବେ ମୁହଁକୁ ରଗଡିକି ନପୋଛି ହାଲକା ଭାବରେ ପୋଛନ୍ତୁ। କାରଣ ଚେହେରାକୁ ଅଧିକ ଜୋରରେ ରଗଡିବା ଦ୍ଵାରା ଚେହେରା ଲାଲ ପଡିଯାଇଥାଏ।

୩.ଟାୱେଲ ନବଦଳେଇବା: ପ୍ରତିଦିନ ଗୋଟିଏ ଟାୱେଲକୁ ବ୍ୟବହାର ନକରି ଅଲଗା ଅଲଗା ଟାୱେଲର ବ୍ୟବହାର କରନ୍ତୁ। ମୁହଁ ପୋଛିବା ପାଇଁ ଗୋଟିଏ ଟାୱେଲ ସବୁବେଳେ ବ୍ୟବହାର କରିବା ଦ୍ଵାରା ଏଥିରେ ବ୍ୟାକ୍ଟେରିଆ ଜମା ହୋଇରହିଥାଏ। ସେହି ଟାୱେଲକୁ ବାରମ୍ବାର ବ୍ୟବହାର କରିବା ଦ୍ଵାରା ସେହି ବ୍ୟାକ୍ଟେରିଆ ଆପଣଙ୍କ ଚେହେରାରେ ଲାଗିଥାଏ ଓ ଏହା ଆପଣଙ୍କ ତ୍ଵଚା ପାଇଁ କ୍ଷତିକାରକ ହୋଇଥାଏ।

 

୪.ଦୁଇଥରରୁ ଅଧିକ ଚେହେରା ଧୋଇବା: ଅଧିକାଂଶ ବ୍ୟକ୍ତି ଦିନକୁ ଦୁଇଥରରୁ ଅଧିକ ମୁହଁ ଧୋଇଥାନ୍ତି। ଏପରି କରିବା ଦ୍ଵାରା ଆପଣଙ୍କ ଚେହେରା  ଅଧିକ ଶୁଷ୍କ ହୋଇଯାଇଥାଏ ଓ ଚେହେରାରେ ଥିବା ପ୍ରାକୃତିକ ତତ୍ତ୍ଵ କମ ହୋଇଯାଇଥାଏ। ତେଣୁ ଦୁଇ ଥରରୁ ଅଧିକ ଥର ମୁହଁକୁ ଧୁଅନ୍ତୁ ନାହିଁ।

 

୫.ମୁହଁ ଧୋଇବା ଆଗରୁ ହାତ ଧୁଅନ୍ତୁ: ମୁହଁ ଧୋଇବା ଆଗରୁ ଆପଣଙ୍କ ହାତ ସବୁବେଳେ ସଫା ରହିବା ଆବଶ୍ୟକ। ଏଥିପାଇଁ ହାତକୁ ଭଲ  ଭାବରେ ଧୁଅନ୍ତୁ ନଚେତ ମୁହଁ ଧୋଇବା ସମୟରେ ହାତରେ ଥିବା ବ୍ୟକ୍ଟେରିଆ ଆପଣଙ୍କ ଚେହେରାରେ ଲାଗିବେ ଓ ଏହା ଆପଣଙ୍କ ତ୍ଵଚା ପାଇଁ ଅଧିକ କ୍ଷତିକାରକ ହୋଇପାରେ।

 

୬. ସଠିକ ଫେସୱାସର ବ୍ୟବହାର କରନ୍ତୁ: ସମସ୍ତଙ୍କର ତ୍ଵଚା ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ ତେଣୁ ସବୁପ୍ରକାର ଫେସୱାସ ଆପଣଙ୍କ ତ୍ଵଚାକୁ ସୁଟ୍ କରିନଥାଏ। ଏଥିପାଇଁ ନିଜ ତ୍ଵଚା ଅନୁଯାୟୀ ଫେସୱାସର ଚୟନ କରନ୍ତୁ।   

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon