
(ବେତାର ବ୍ୟୁରୋ) ଶରୀରର ଏପରି କିଛି ଅଙ୍ଗ ରହିଛି ଯେଉଁଠାରେ ପରଫ୍ୟୁମ ଲଗାଇବା ଦ୍ଵାରା ଏହାର ବାସ୍ନା ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ। ଯେପରି କାନର ପଛପଟେ, ହାତରେ ଇତ୍ୟାଦି। ଅଧିକ ସମୟ ବାସ୍ନା ରହିବ ବୋଲି ଅଧିକାଂଶ ଲୋକ ସେହିସବୁ ସ୍ଥାନରେ ପରଫ୍ୟୁମ ଲଗାଇଥାନ୍ତି, କିନ୍ତୁ ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇଥାଏ। ଆମ ଶରୀରରେ ଏପରି ସମ୍ବେଦନଶୀଳ ଅଙ୍ଗ ରହିଛି ଯେଉଁସ୍ଥାନରେ କି ପରଫ୍ୟୁମ ଲଗାଇବା ଉଚିତ ନୁହେଁ। ଜାଣିରଖନ୍ତୁ ସେହି ସ୍ଥାନଗୁଡିକ କ'ଣ କ'ଣ।
୧. କାନ ପଛପଟେ: ମହିଳାମାନେ ସବୁବେଳେ ନିଜ କାନର ପଛପଟେ ପରଫ୍ୟୁମ ଲଗାଇଥାନ୍ତି। ଶରୀର ତେଲିଆ ଅଂଶରେ ପରଫ୍ୟୁମର ବାସ୍ନା ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ। କିନ୍ତୁ କାନର ପଛପଟ ବହୁତ ସମ୍ବେଦନଶୀଳ ଓ ଶୁଷ୍କ ହୋଇଥାଏ। ପରଫ୍ୟୁମ ଲଗାଇବାପରେ ଏହା ଆପଣଙ୍କ ତ୍ଵଚାକୁ ଅଧିକ ଶୁଷ୍କ କରିଦେଇଥାଏ। ଏଥିପାଇଁ କାନର ପଛପଟେ ପରଫ୍ୟୁମ ଲଗାଇବା ଆଗରୁ ମଶ୍ଚୁରାଇଜର ଲଗାଇବାକୁ ଭୁଲିବେ ନାହିଁ।
୨.କେଶରେ ଲଗାଇବା ଆଗରୁ ଧ୍ୟାନ ରଖନ୍ତୁ: କିଛିଲୋକଙ୍କର କେଶରେ ପରଫ୍ୟୁମ ଲଗାଇବାର ଅଭ୍ୟାସ ରହିଥାଏ। କିନ୍ତୁ ଏପରି କରିବା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ। ପରଫ୍ୟୁମରେ ଅଲକୋହଲ ରହିଥାଏ ଓ ଏହା ଆପଣଙ୍କର କେଶକୁ ଶୁଷ୍କ କରିଦେଇଥାଏ।

୩. ହାତରେ ଲଗାଇବା ପରେ ରଗଡନ୍ତୁ ନାହିଁ: ପ୍ରାୟ ଲୋକ ହାତରେ ପରଫ୍ୟୁମ ଲଗାଇବା ପରେ ଏହାକୁ ରଗଡିଥାନ୍ତି। ଏହାଦ୍ଵାରା ପରଫ୍ୟୁମର ବାସ୍ନା ବଢିନଥାଏ ମାତ୍ର କମ ହୋଇଯାଇଥାଏ। ହାତରେ ଲଗାଇବା ପରେ ସେହିପରି ରହିବାକୁ ଦିଅନ୍ତୁ।
୪.ଗାଧୋଇବା ପରେ ସଙ୍ଗେ ସଙ୍ଗେ ଲଗାନ୍ତୁ ନାହିଁ ପରଫ୍ୟୁମ: ଗାଧୋଇ ସାରିବା ପରେ ତୁରନ୍ତ ପରଫ୍ୟୁମ ଲଗାଇବା ଉଚିତ ନୁହେଁ। ଶାୱାର ଜେଲର ବ୍ୟବହାର କରି ଗାଧୋଇ ସାରିବା ପରେ ଦେହକୁ ଭଲ ଭାବରେ ପୋଛି ପରଫ୍ୟୁମ ଲଗାନ୍ତୁ। ଏହାଦ୍ଵାରା ପରଫ୍ୟୁମର ବାସ୍ନା ଅଧିକ ସମୟ ପର୍ଯ୍ୟନ୍ତ ଆପଣଙ୍କ ଶରୀରରେ ରହିପାରିବ।
୫. ଗୁପ୍ତାଙ୍ଗ ଆଖପାଖରେ ଲଗାନ୍ତୁ ନାହିଁ: ଯେଉଁ ମହିଳା ଓ ଝିଅମାନେ ଛୋଟ ଛୋଟ ସ୍କଟ ପିନ୍ଧନ୍ତି ସେମାନେ ପ୍ରାୟ ଦୁଇ ଜଙ୍ଘର ଆଖପାଖ ସ୍ଥାନରେ ପରଫ୍ୟୁମ ଲଗାଇଥାନ୍ତି। କିନ୍ତୁ ଏପରି କରିବା ଠିକ ନୁହେଁ। ଜଙ୍ଘର ଏହି ଭାଗରେ ଘର୍ଷଣ ଦ୍ଵାରା ଅଧିକ ଗରମ ଉତ୍ପନ୍ନ ହୋଇଥାଏ ଏବଂ ପରଫ୍ୟୁମ ଲଗାଇବାଦ୍ଵାରା କୁଣ୍ଡାଇହେବା ସହିତ ଜଳାପୋଡା ମଧ୍ୟ ହୋଇଥାଏ।

୬.ପୋଷାକ ଓ ଗହଣାରେ ପକାନ୍ତୁ ନାହିଁ: ପ୍ରାୟ ମହିଳା ନିଜ ପୋଷାକ ଓ ଗହଣା ଉପରେ ପରଫ୍ୟୁମ ଲଗାଇଥାନ୍ତି। କିନ୍ତୁ ଏପରି କରିବା ଦ୍ଵାରା ଆପଣଙ୍କର ପୋଷାକ ଓ ଗହଣା ଖରାପ ହେବାର ଆଶଙ୍କା ରହିଥାଏ। ଏହାସହିତ ପୋଷାକ ଓ ଗହଣାରେ ପରଫ୍ୟୁମ ବ୍ୟବହାର କରିବା ଦ୍ଵାରା ଏହାର ବାସ୍ନା ଅଧିକ ସମୟ ପର୍ଯ୍ୟନ୍ତ ରହିନଥାଏ।
୭. କାଖରେ ଲଗାନ୍ତୁ ନାହିଁ: କାଖରେ ସିଧାସଳଖ ପରଫ୍ୟୁମ ଲଗାଇବା ଅନୁଚିତ। କାଖର ତ୍ଵଚା ଅଧିକ ସମ୍ବେଦନଶୀଳ ହୋଇଥାଏ ଓ ଏହି ସ୍ଥାନଟି କଳା ମଧ୍ୟ ପଡିଯାଇଥାଏ। ଯଦି ଆପଣ ୱାକ୍ସିଙ୍ଗ କରୁଛନ୍ତି ତେବେ ଏହି ସ୍ଥାନରେ ଜଳାପୋଡା ହେବାର ମଧ୍ୟ ସମ୍ଭାବନା ଥାଏ।