ଏଣିକି ଅନଲାଇନରେ ଟ୍ରାଏ କରିହେବ ପୋଷାକ, ଆମାଜନ ଆଣୁଛି ଆପ୍

Tuesday, January 29, 2019

(ବେତାର ବ୍ୟୁରୋ) ବଜାରକୁ ନିଜ ପାଇଁ ପୋଷାକ କିଣିବାକୁ ଯାଇଥିବା ବେଳେ ପୋଷାକଟି  ଆପଣଙ୍କୁ ଠିକ ହେବ କି ନାହିଁ, ଆପଣଙ୍କ ଉପରେ ଭଲ ମାନିବ ନା ନାହିଁ ବୋଲି ଟ୍ରାଏଲ ରୁମକୁ ନେଇ ପିନ୍ଧି ଭଲ ଭାବରେ ଯାଞ୍ଚ କରିଥାନ୍ତି। ଏହାପରେ ଆପଣ ପୋଷାକକୁ କିଣିଥାନ୍ତି। କିନ୍ତୁ ଅନଲାଇନରେ ସପିଙ୍ଗ କରିବା ସମୟରେ ଏପରି ସୁବିଧା ଉପଲବ୍ଧ ନଥାଏ, କେବଳ ଅନୁମାନ କରି ଆପଣଙ୍କୁ ପୋଷାକ କିଣିବାକୁ ପଡିଥାଏ।

 

ଅନଲାଇନ ଗ୍ରାହକଙ୍କ ଏହି ଅସୁବିଧାକୁ ଦୂର କରିବା ପାଇଁ ଇ-କମର୍ସ ୱେବସାଇଟ ଆମାଜନ ଏପରି ଏକ ଫ୍ୟାଶନ ଆପ୍ଲିକେଶନ ଉପରେ କାମ କରୁଛି ଯେଉଁଥିରେ କି ଅନଲାଇନରେ ପୋଷାକ କିଣିବା ସମୟରେ ଗ୍ରାହକମାନେ ଭର୍ଚୁଆଲ ଭାବରେ ପୋଷାକ ପିନ୍ଧିକି ଦେଖିପାରିବେ। ଏହାସହିତ ଏହି ଆପ ଜଳବାୟୁ ଓ ଆପଣଙ୍କ ବଜେଟ ମୁତାବକ ପୋଷାକ ଦେଖାଇବ।

 

ସୋସିଆଲ ମିଡିଆ ସୂଚନା

ବ୍ୟବହାରକାରୀଙ୍କୁ ଏହି ଆପର ବ୍ୟବହାର କରିବା ପାଇଁ ସୋସିଆଲ ମିଡିଆ ସହିତ ଲିଙ୍କ କରିବା ପାଇଁ ଅନୁମତି ଦେବାକୁ ପଡିବ। ସୋସିଆଲ ମିଡିଆରେ ଆପଣ ବହୁତ ସେଲଫି, ଫଟୋ ପୋଷ୍ଟ କରିଥାନ୍ତି। ଏହିସବୁ ଫଟୋରୁ ଉକ୍ତ ଆପ୍ ଆପଣଙ୍କ ଫ୍ୟାଶନ ଶୈଳୀ, ଯେଉଁଠାରେ ରହୁଛନ୍ତି ସେହି ସ୍ଥାନର ଜଳବାୟୁ, ଆପଣଙ୍କ ଉଚ୍ଚତା, ରଙ୍ଗ, କେଶର ରଙ୍ଗ ଇତ୍ୟାଦି ବିଷୟରେ ସୂଚନା ସଂଗ୍ରହ କରିବ। ସେହି ଅନୁସାରେ ଏହା ଆପଣଙ୍କୁ ପୋଷାକ ଦେଖାଇବ।

 

ଆପ୍ ରେ ମିଳିବ ଏହି ସୁବିଧା

.ଗ୍ରାହକମାନେ ନିଜ ଉଚ୍ଚତା ଓ ରଙ୍ଗ ବିଶିଷ୍ଟ ଭର୍ଚୁଆଲ କଣ୍ଢେଇ ଉପରେ ପୋଷାକକୁ ପିନ୍ଧାଇ ଦେଖିପାରିବେ ଯେ, ପୋଷାକଟି ତାଙ୍କ ଉପରେ କେମିତି ଲାଗିବ।

 

.ଆପ୍ ରେ ଥିବା ପସନ୍ଦ ଓ ନାପସନ୍ଦ ବିକଳ୍ପ ଜରିଆରେ ଲୋକମାନେ ନିଜର ଇଚ୍ଛା ବିଷୟରେ ଜଣାଇ ପାରିବେ।

 

.ବ୍ୟବହାରକାରୀ ମାନେ ଏଥିରେ ଅତିରିକ୍ତ ବିକଳ୍ପ ମଧ୍ୟ ପାଇପାରିବେ ଓ ଏହାକୁ ଅନ୍ୟ ଗୋଟିଏ ଆପରେ ଶେୟାର ମଧ୍ୟ କରିପାରିବେ।

 

.ଆଗକୁ ଥିବା ପର୍ବପର୍ବାଣି ଅନୁଯାୟୀ ପୋଷାକ ଓ ପୋଷାକକୁ ମ୍ୟାଚ କରୁଥିବା ଗହଣା ବିଷୟରେ ସୂଚନା ପାଇପାରିବେ।

 

.ଏହାସହିତ ଆପ୍ ରେ ଥିବା find my look, reminds, find more like this ଅପ୍ସନ ସାହାଯ୍ୟରେ ନୂଆ ନୂଆ ବିକଳ୍ପ ମଧ୍ୟ ପାଇପାରିବେ।

ଆମାଜନର ଏହି ଆପ୍ ର ନାମ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ, କିନ୍ତୁ ଏହା ବହୁତ ଖାସ ଅଟେ। ଏହା ଆଲଗୋରିଦମ ଓ ସଫ୍ଟୱେର କୋଡ଼ ବ୍ୟବହାର କରି ଆପଣଙ୍କ ପାଇଁ କେଉଁ ପୋଷାକ ଉପଯୁକ୍ତ ରହିବ ତାହାର ହିସାବ କରିବ।        

 

ଆମାଜନର କହିବା ଅନୁଯାୟୀ ସମଗ୍ର ଦୁନିଆରେ ପ୍ରଥମ ଥର ପାଇଁ ଏହିପରି ଟେକ୍ନୋଲୋଜି ଉପରେ କାମ କରାଯାଉଛି। ଏହି ଆପ୍ ସଫଳତାପୂର୍ବକ ଲଞ୍ଚ କରାଯିବା ପରେ ଲୋକମାନଙ୍କର ଅନଲାଇନ ସପିଙ୍ଗ କରିବାର ଅଭିଜ୍ଞତା ବଦଳିଯିବ। ଭବିଷ୍ୟତରେ ଏହା ବଜାରକୁ ଯାଇ ପୋଷାକ କିଣିବାର ମାନସିକତାକୁ ବହୁତ ମାତ୍ରାରେ ପ୍ରଭାବିତ କରିବା ବୋଲି କମ୍ପାନୀ ତରଫରୁ ଦାବି କରାଯାଇଛି। 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon