ମୁଣ୍ଡବିନ୍ଧା ଦୂର କରିବାକୁ ୬ଟି ଘରୋଇ ଉପାୟ

Tuesday, January 29, 2019

(ବେତାର ବ୍ୟୁରୋ) ମୁଣ୍ଡବିନ୍ଧା ଏକ ସାମାନ୍ୟ ସମସ୍ୟା ଅଟେ କିନ୍ତୁ ବେଳେ ବେଳେ ଏହା ଏତେ ଅଧିକ ମାତ୍ରାରେ ହୋଇଥାଏ ଯେ ସହ୍ୟ କରିବା କଠିନ ହୋଇଥାଏ। ମୁଣ୍ଡବିନ୍ଧା ପ୍ରକୃତରେ ସ୍ନାୟୁତନ୍ତ୍ର ଓ ବେକ ସହ ଜଡିତ ଏକ ସମସ୍ୟା ଅଟେ। ସକାଳୁ ସକାଳୁ ଉଠିବା ବେଳେ ଯଦି ମୁଣ୍ଡବିନ୍ଧା ହୁଏ ତେବେ ଦିନଯାକ ଖରାପ ହୋଇଯାଇଥାଏ। ଏହି ମୁଣ୍ଡବିନ୍ଧାକୁ ଦୂର କରିବା ପାଇଁ ବଜାରରେ ଅନେକ ପ୍ରକାରର ଔଷଧ ଉପଲବ୍ଧ ଅଛି, କିନ୍ତୁ ସବୁବେଳେ ଔଷଧ ଖାଇବା ମଧ୍ୟ ଶରୀର ପାଇଁ ଠିକ ନୁହେଁ। ତେଣୁ ମୁଣ୍ଡବିନ୍ଧାକୁ ଦୂର କରିବା ପାଇଁ କେତେକେ ଘରୋଇ ଉପଚାରର ପ୍ରୟୋଗ କରିପାରିବେ।

 

ଏହି ଘରୋଇ ଉପଚାର ବହୁତ ସହଜ ଅଟେ ଓ ଏହାକୁ ଅଫିସରେ କାମ କରୁଥିବା ସମୟରେ ମଧ୍ୟ ଆପଣେଇ ପାରିବେ। ତେବେ ଏହାବ୍ୟତୀତ ନିଜ ମନକୁ ସବୁବେଳେ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ। ମୁଣ୍ଡବିନ୍ଧା ଦୂର କରିବା ପାଇଁ କଣ କଣ ଘରୋଇ ଉପଚାର ଆପଣେଇବେ ଜାଣନ୍ତୁ।

 

୧.ଆକ୍ୟୁପ୍ରେସର ସାହାଯ୍ୟରେ : ବର୍ଷ ବର୍ଷ ଧରି ଲୋକମାନେ ମୁଣ୍ଡବିନ୍ଧାକୁ ଦୂର କରିବା ପାଇଁ ଆକ୍ୟୁପ୍ରେସରର ପ୍ରୟୋଗ କରିଆସୁଛନ୍ତି। ମୁଣ୍ଡବିନ୍ଧା ହେଉଥିବା ବେଳେ ଆପଣଙ୍କ ହାତର ତର୍ଜନୀ (ବୁଢା ଆଙ୍ଗୁଳିର ପାଖ ଆଙ୍ଗୁଳି) ଓ ବୁଢା ଆଙ୍ଗୁଳି ମଧ୍ୟରେ ଥିବା ଖାଲି ସ୍ଥାନକୁ ହାଲକା ଭାବରେ ଦବାନ୍ତୁ। କିଛି ସମୟ ଏପରି କରିବା ପରେ ସୁଫଳ ମିଳିବ।

 

୨.ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ: ଯଦି ଆପଣଙ୍କ ଶରୀରରେ ପାଣିର ପରିମାଣ କମ ହୋଇଥାଏ ତେବେ ମୁଣ୍ଡବିନ୍ଧା ହୋଇଥାଏ। ଅଧିକ ପରିମାଣର କଫି ପିଇବା ଦ୍ଵାରା ଶରୀରରେ ଜଳୀୟ ଅଂଶ କମ ହୋଇଥାଏ। ଏଥିପାଇଁ ମୁଣ୍ଡବିନ୍ଧା ହେଉଥିବା ସମୟରେ ଅଳ୍ପ ଅଳ୍ପ ପରିମାଣର ପାଣି ପିଅନ୍ତୁ। କିଛି ସମୟ ପରେ ଆରମ ମିଳିବ।

୩.ଲବଙ୍ଗ: ମୁଣ୍ଡବିନ୍ଧା ଦୂର କରିବା ପାଇଁ ଲବଙ୍ଗର ବ୍ୟବହାର ମଧ୍ୟ କରିପାରିବେ। ଏଥିପାଇଁ ଏକ ତାୱାରେ ଅଳ୍ପ ଲବଙ୍ଗ ନେଇ ଗରମ କରନ୍ତୁ। ଏହାକୁ ଏକ ରୁମାଲରେ ବାନ୍ଧନ୍ତୁ ଓ ଏହାର ବାସ୍ନାକୁ ଶୁଙ୍ଘନ୍ତୁ। ଏପରି ଶୁଙ୍ଗିବାର କିଛି ସମୟ ପରେ ଧୀରେ ଧୀରେ ମୁଣ୍ଡବିନ୍ଧା କମିଯିବ।

 

୪.ତୁଳସୀ ପତ୍ର: ପ୍ରାୟ ଲୋକ ମୁଣ୍ଡବିନ୍ଧା ହେବା ମାତ୍ରେ ଚା’ କିମ୍ବା କଫି ପିଇଥାନ୍ତି। ଏହା ଅପେକ୍ଷା ତୁଳସୀ ପତ୍ରକୁ ପାଣିରେ ପକାଇ ଏହାର ସେବନ କରନ୍ତୁ। ଏହା ଚା’ ଓ କଫି ଠାରୁ ଅଧିକ ଉପାଦେୟ ଅଟେ ଓ ମୁଣ୍ଡବିନ୍ଧାରୁ ଉପଶମ ମିଳିଥାଏ।

୫.ସେଓରେ ଲୁଣ ପକାଇ ଖାଆନ୍ତୁ: ଅନେକ ଚେଷ୍ଟା କରିବା ପରେ ଯଦି ଆପଣଙ୍କର ମୁଣ୍ଡ ବିନ୍ଧା କମ ହେଉନାହିଁ ତେବେ ଗୋଟିଏ ସେଓକୁ କାଟି ଏହା ଉପରେ ଅଳ୍ପ ଲୁଣ ପକାଇ ଖାଆନ୍ତୁ। ମୁଣ୍ଡବିନ୍ଧା ଦୂର କରିବା ପାଇଁ ଏହା ବୁହତ ଲାଭଦାୟକ ଉପାୟ ଅଟେ।

 

୬.ଗୋଲମରିଚ ଓ ପୋଦିନାର ଚା’: ମୁଣ୍ଡବିନ୍ଧା ହେଉଥିବା ସମୟରେ ଗୋଲମରିଚ ଓ ପୋଦିନାର ଚା’ ପିଇବା ବହୁତ ଲାଭଦାୟକ ହୋଇଥାଏ। ଆପଣ ଯଦି ଚାହିଁବେ ତେବେ ବ୍ଲାକ-ଟି ସହିତ ପୋଦିନା ପତ୍ର ମିଶାଇ ପିଇ ପାରିବେ

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon