ଗ୍ରାଜୁଏଟଙ୍କ ପାଇଁ BARCରେ 70ଟି ଷ୍ଟେନୋ,କ୍ଲର୍କ ନିଯୁକ୍ତି ସୁଯୋଗ

Saturday, February 2, 2019

(ବେତାର ବ୍ୟୁରୋ) ଭାରତ ସରକାରଙ୍କ ଅଧୀନରେ ଥିବା ଭାଭା ଆଟୋମିକ ରିସର୍ଚ୍ଚ ସେଣ୍ଟର (BARC) ତରଫରୁ ଗ୍ରାଜୁଏସନ ଓ ଦଶମ ପାସଙ୍କ ପ୍ରାର୍ଥୀଙ୍କ ପାଇଁ କ୍ଳର୍କ ଓ ଷ୍ଟେନୋଗ୍ରାଫର ଗ୍ରେଡ-III ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ମୁମ୍ବାଇ, ତାରାପୁର, ବିଶାଖାପାଟଣା ଓ କୋଲକାତାରେ କରାଯିବ।

 

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଆସନ୍ତା ଫେବୃୟାରୀ 25 ତାରିଖ ମଧ୍ୟରେ ଆବେଦନ କରିପାରିବେ।

 

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ 70ଟି ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ ଅପର ଡିଭିଜନ କ୍ଳର୍କ ପାଇଁ 47ଟି ଓ ଷ୍ଟେନୋଗ୍ରାଫର ଗ୍ରେଡ-III ପାଇଁ 13ଟି ପଦବୀ ପ୍ରକାଶ ପାଇଛି।

 

ଦରମା

ଅପର ଡିଭିଜନ କ୍ଳର୍କ ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.25,000 ଦରମା ପ୍ରଦାନ କରାଯିବ ଓ ଷ୍ଟେନୋଗ୍ରାଫର ଗ୍ରେଡ-III ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.25,500 ଦରମା ପ୍ରଦାନ କରାଯିବ।

 

ବୟସସୀମା

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ଫେବୃୟାରୀ 25, 2019 ସୁଦ୍ଧା ସର୍ବନିମ୍ନ 18ବର୍ଷ ଓ ସର୍ବାଧିକ 32ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।

 

ଶିକ୍ଷାଗତ ଯୋଗ୍ୟତା

କ୍ଳର୍କ ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ ଗ୍ରାଜୁଏସନରେ 50% ମାର୍କ ରଖିପାସ କରିଥିବା ଆବଶ୍ୟକ। ଏହାସହିତ ଗୋଟିଏ ମିନିଟକୁ 30ଟି ୱାର୍ଡ ସ୍ପିଡରେ ଟାଇପ କରିପାରୁଥିବା ଆବଶ୍ୟକ। ଷ୍ଟେନୋଗ୍ରାଫର ପଦ ପାଇଁ ପ୍ରାର୍ଥୀ ସ୍ଵିକୃତୀପ୍ରାପ୍ତ ବୋର୍ଡରୁ ମାଟ୍ରିକ ପାସ କରିଥିବା ଆବଶ୍ୟକ। ଏହାସହିତ ଇଂରାଜୀ ଷ୍ଟେନୋଗ୍ରାଫୀରେ ମିନିଟକୁ 80ୱାର୍ଡର ସ୍ପିଡ ଥିବା ଆବଶ୍ୟକ।

 

ଆବେଦନ ଫି’

ଏହି ପଦରେ ଆବେଦନ କରିବା ପାଇଁ ଫି’ ବାବଦରେ ପ୍ରାର୍ଥୀଙ୍କୁ ଟ.100 ପଇଠ କରିବାକୁ ପଡିବ। ଏହି ଫି’ କୁ ଅନଲାଇନରେ ପଇଠ କରିପାରିବେ। ଅନୁସୂଚିତ ଜାତି, ଜନଜାତି ଓ ଶାରୀରିକ ଅକ୍ଷମ ପ୍ରାର୍ଥୀଙ୍କୁ କୌଣସି ଫି’ ଦେବାକୁ ପଡିବ ନାହିଁ।

 

କିପରି ଆବେଦନ କରିବେ

ଏହି ପଦରେ ଆବେଦନ କରିବା ପାଇଁ ଭାଭା ଆଟୋମିକ ରିସର୍ଚ୍ଚ ସେଣ୍ଟର (BARC)ର ଅଫିସିଆଲ ୱେବସାଇଟ https://recruit.barc.gov.in ରେ ଲଗଇନ କରନ୍ତୁ। ସମସ୍ତ ଆବଶ୍ୟକୀୟ ତଥ୍ୟ ପୂରଣ କରିବା ସହିତ ପ୍ରାର୍ଥୀଙ୍କର ବୈଧ ଇ-ମେଲ ଆଇଡି ଓ ମୋବାଇଲ ନମ୍ବର ଥିବା ଆବଶ୍ୟକ।  ଲିଖିତ ପରୀକ୍ଷା ପାଇଁ ଆଡମିଟ କାର୍ଡ ଉକ୍ତ ଇ-ମେଲ ଆଇଡି କୁ ପଠାଯିବ।

 

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଭାଭା ଆଟୋମିକ ରିସର୍ଚ୍ଚ ସେଣ୍ଟର (BARC) ର ଅଫିସିଆଲ ୱେବସାଇଟ https://recruit.barc.gov.in ରେ ଲଗଇନ କରନ୍ତୁ।  

Tags:

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon