ଏହି ସବୁ ଖାଦ୍ୟରେ କରନ୍ତୁ କେଶ ଝଡିବା ଉପଚାର

Monday, February 4, 2019

(ବେତାର ବ୍ୟୁରୋ) କେଶ ଝଡିବା ବଡ ସମସ୍ୟା ପାଇଁ  ଉଭୟ ପୁରୁଷ ଓ ମହିଳା ସବୁବେଳେ ଚିନ୍ତିତ ରହିଥାନ୍ତି।  ଏହି ସମସ୍ୟାକୁ ଦୂର କରିବା ପାଇଁ ବଜାରରୁ ଅନେକ ପ୍ରକାରର ପ୍ରସାଧାନ ସାମଗ୍ରୀ ମଧ୍ୟ କିଣିଥାନ୍ତି। କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ଏହି ସମସ୍ୟା ଦୂର ହୋଇ ନ ଥାଏ।

 

ଯଦି ଆପଣ ମଧ୍ୟ ଏହି କେଶ ଝଡିବା ସମସ୍ୟାର ସାମ୍ନା କରୁଛନ୍ତି ତେବେ ଘରେ ପ୍ରସ୍ତୁତ କିଛି ହେୟାର ମାସ୍କ ବ୍ୟବହାର କରନ୍ତୁ। ଏହା ଆପଣଙ୍କ କେଶ ଝଡିବା ରୋକିବାରେ ସାହାଯ୍ୟ କରିଥାଏ।

 

1.ଦହି ଓ ଲେମ୍ବୁର ପେଷ୍ଟ: କେଶ ପାଇଁ ଲେମ୍ବୁ ଓ ଦହିର ମିଶ୍ରଣ ବହୁତ ଉପକାରୀ ହୋଇଥାଏ। ଏଥିପାଇଁ 3-4 ଚାମଚ ଦହିରେ ଦୁଇଟି ଲେମ୍ବୁର ରସ ମିଶାନ୍ତୁ। ଏହାକୁ ଭଲ ଭାବରେ ମିଶାଇ କେଶର ମୂଳରେ ଲଗାନ୍ତୁ। ଦୁଇଘଣ୍ଟା କେଶରେ ଏହାକୁ ରଖିବା ପରେ ଉଷୁମ ପାଣିରେ ଏହାକୁ ଧୋଇ ଦିଅନ୍ତୁ। ସପ୍ତାହକୁ ଦୁଇଥର ଏପରି କରିବା ଦ୍ଵାରା ସୁଫଳ ପାଇବେ।

2.ମହୁ: କେଶକୁ କୋମଳ ଓ ମଜଭୁତ କରିବା ପାଇଁ ମହୁ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଥାଏ। ଏଥିପାଇଁ ମହୁ ନେଇ କେଶର ମୂଳରେ ଲଗାନ୍ତୁ ଓ ଏକ ପଲିଥିନ ଜରି ସାହାଯ୍ୟରେ ମୁଣ୍ଡକୁ ଗୁଡାଇ ଦିଅନ୍ତୁ। ଏହାପରେ କେଶକୁ ଭଲ ଭାବରେ ଧୋଇଦିଅନ୍ତୁ ଓ ଲେମ୍ବୁରସ ଲଗାନ୍ତୁ। ଲେମ୍ବୁରସ ଲଗାଇବା ପରେ କେଶକୁ ଭଲ ଭାବରେ ଶାମ୍ପୋ କରନ୍ତୁ।

 

3.ଅଣ୍ଡା: କେଶରେ ଅଣ୍ଡା ଲଗାଇବା ଦ୍ଵାରା ଏହା ଆପଣଙ୍କ କେଶ ଝଡିବା ବନ୍ଦ କରିବାରେ ସାହାଯ୍ୟ କରିଥାଏ। ଗୋଟିଏ ଅଣ୍ଡା ନେଇ ଏହାର ଧଳା ଅଂଶକୁ କାଢିଦିଅନ୍ତୁ। ଏହାପରରେ ଏଥିରେ ଅଳ୍ପ ଅଲିଭ ଅଏଲ ମିଶାନ୍ତୁ। ଏହି ପେଷ୍ଟକୁ କେଶରେ ଭଲ ଭାବରେ ଲଗାନ୍ତୁ ଓ ଦୁଇଘଣ୍ଟା ରଖନ୍ତୁ। ଏହାପରେ କେଶକୁ ଶାମ୍ପୋ କରିଦିଅନ୍ତୁ।

 

4.କଦଳୀ ଓ ମହୁର ପେଷ୍ଟ: କଦଳୀ ଖାଇବା ଦ୍ଵାରା ପେଟ ସଫା  ରହିଥାଏ ଏହାସହିତ ଏହା ଆପଣଙ୍କ କେଶ ପାଇଁ ମଧ୍ୟ ବିଶେଷ ଉପଯୋଗୀ ହୋଇଥାଏ। ପାଚିଲା କଦଳୀକୁ ପେଷ୍ଟ କରି ସେଥିରେ ଲେମ୍ବୁରସ, ମହୁ ଓ ଅଲିଭ ଅଏଲ ମିଶାନ୍ତୁ। ଏହାକୁ ଭଲ ଭାବରେ ମିଶାଇବା ପରେ କେଶର ମୂଳରେ ଲଗାନ୍ତୁ। କିଛି ସମୟ କେଶରେ ରଖିବା ପରେ ଭଲ ଭାବରେ ଶାମ୍ପୋ କରି ଧୋଇଦିଅନ୍ତୁ। ସପ୍ତାହକୁ ଏହିପରି ଦୁଇଥର କରନ୍ତୁ, ସୁଫଳ ପାଇବେ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon