ସାପ୍ତାହିକ ରାଶିଫଳ : ଜାଣନ୍ତୁ କେଉଁ ରାଶିର ରହିଛି ଧନ ଲାଭ ଯୋଗ

Monday, February 4, 2019

 

(ବେତାର ବ୍ୟୁରୋ) ଚଳିତ ସପ୍ତାହ ଆମବାସ୍ୟାରୁ ଆରମ୍ଭ ହେଉଛି। ଏହି ଆମବାସ୍ୟା ତୁଳା, ମୀନ ଓ କୁମ୍ଭ ରାଶି ବ୍ୟକ୍ତିମାନଙ୍କୁ ପ୍ରଭାବିତ କରିପାରେ। ଏହାବ୍ୟତୀତ ଅନ୍ୟ ସମସ୍ତ ରାଶି ଉପରେ ମଧ୍ୟ ଅଳ୍ପ ବହୁତେ ପ୍ରଭାବ ପକାଇପାରେ। ଆସନ୍ତୁ ଜାଣିବା କେଉଁ ରାଶି ଉପରେ କି ପ୍ରଭାବ ଏ ସପ୍ତାହରେ ରହିପାରେ।

 

ମେଷ: କ୍ୟାରିୟରରେ ଉନ୍ନତି କରିବେ। ଦୁରସ୍ଥାନକୁ ଯାତ୍ରାର  ଯୋଗ ରହିଛି, ଯାହାଦ୍ୱାରାକି ଆପଣ ଦୁର୍ବଳ ଅନୁଭବ କରିବେ। ନୂତନ ଚାକିରୀର ସୁଯୋଗ  ମିଳିବ। ନିଜ କ୍ରୋଧ ଉପରରେ ନିୟନ୍ତ୍ରଣ ରଖନ୍ତୁ, ଅନ୍ୟଥା କୌଣସି ବ୍ୟକ୍ତିଙ୍କ ସହିତ ଯୁକ୍ତିତର୍କ ହୋଇପାରେ।

 

ବୃଷ: ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ। ସପ୍ତାହ ଆରମ୍ଭରୁ ଧାର୍ମିକ କାର୍ଯ୍ୟ ପାଇଁ ଅର୍ଥ ବ୍ୟୟ କରିପାରନ୍ତି। କୋର୍ଟକଚେରୀ ମାମଲାରେ ସଫଳତା ପାଇବେ। ଭାଗୀଦାରୀ ବ୍ୟବସାୟ କରୁଥିଲେ ପାର୍ଟନରଙ୍କ ବିନା ଅନୁମତିରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

 

ମିଥୁନ: ଅଚାନକ କୌଣସି ଘଟଣା ଘଟିପାରେ। ଗାଡି ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। କୌଣସି ବ୍ୟକ୍ତିଙ୍କ ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ। ଅଯଥା ଖର୍ଚ୍ଚ କରନ୍ତୁ ନାହିଁ। ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ।

 

କର୍କଟ: ପରିବାର ମଧ୍ୟରେ ଅଶାନ୍ତି ଦେଖାଦେବ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖାଦେଇପାରେ। ଧାର୍ମିକ କାର୍ଯ୍ୟପ୍ରତି ମନବଳାଇବେ। ବ୍ୟବସାୟରେ ଉନ୍ନତି ହେବ। ସଫଳତା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ। ଦୁରସ୍ଥାନକୁ ଯାତ୍ରାର ଯୋଜନା କରାଇପାରନ୍ତି।

 

ସିଂହ: ପରିବାର ମଧ୍ୟରେ ଶାନ୍ତିପୂର୍ଣ୍ଣ  ବତବାରଣ ରହିବ। ପରିବାର ସହିତ ଧାର୍ମିକ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। କର୍ମକ୍ଷେତ୍ରରେ ନିଜ ପରିଶ୍ରମର ସଫଳତା ପାଇବେ। ପ୍ରତିଯୋଗୀତାମୂଳକ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭଫଳ ମିଳିବ।

 

କନ୍ୟା: ଜମିବାଡିକୁ ନେଇ ବିବାଦ ହୋଇପାରେ। ଧୈର୍ଯ୍ୟର ସହିତ ଏହି ସମସ୍ୟାର ସମାଧାନ କରିବେ।

ବ୍ୟବସାୟରେ ସଫଳତା ପାଇବେ। ନିଜ ସ୍ୱାସ୍ଥ୍ୟପ୍ରତି ସଚେତନ ରୁହନ୍ତୁ। ଶତ୍ରୁଙ୍କ ପ୍ରତି ସାବଧାନ ରୁହନ୍ତୁ। ଖାଦ୍ୟପେୟ ପ୍ରତି ସଚେତନ ରୁହନ୍ତୁ।

 

ତୁଳା: ବୈବାହିକ ଜୀବନରେ ଅଶାନ୍ତି ଦେଖା ଦେଇପାରେ। ବ୍ୟବସାୟରେ ଲାଭ ପାଇବେ। ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ। ସନ୍ତାନଙ୍କ ଶିକ୍ଷାକୁ ନେଇ ବ୍ୟୟ କରିବେ। ନିଜ ରାଗ ଓ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ଶତ୍ରୁଙ୍କ ପ୍ରତି ସାବଧାନ ରୁହନ୍ତୁ।

 

ବିଛା: ସପ୍ତାହର ଆରମ୍ଭରୁ କଠିନ ପରିଶ୍ରମରର ସଫଳତା ପାଇବେ। ଆୟ ବୃଦ୍ଧି ପାଇବ। ବହୁଦିନରୁ ଆଶା କରିଥିବା ଦିଗରୁ ଅର୍ଥ ପାଇବେ। ମାତାଙ୍କ ସ୍ୱାସ୍ଥ୍ୟପ୍ରତି ସଚେତଣ ରୁହନ୍ତୁ। ମାନସିକ ଦୁଃଶ୍ଚିନ୍ତା ବଢିପାରେ। ପରିବାର ମଧ୍ୟରେ ହସଖୁସି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ।

 

ଧନୁ: ସମାଜରେ ନିଜ କାମ ପାଇଁ ପ୍ରଶଂସିତ ହେବେ ଓ ମାନସମ୍ମାନ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ନିଜ କାମ ପାଇଁ ସଫଳତା ପାଇବେ। ଜମି କିମ୍ବା ନୂତନ ଗାଡି କିଣିପାରନ୍ତି। ଆୟ ବୃଦ୍ଧି ପାଇବ ଓ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାକୁ ପଡିବ। ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମର ସଫଳତା ମିଳିପାରେ।

 

ମକର: କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ମାନସିକ ସ୍ତରରେ ଚିନ୍ତିତ ରହିବେ। ସ୍ୱାସ୍ଥ୍ୟ ଉତ୍ତମ ରହିବ। ଆୟ ବୃଦ୍ଧି ପାଇବ। ନିଜ କଥାବାର୍ତ୍ତା ଓ ବ୍ୟବହାର ପ୍ରତି ସଚେତନ ରୁହନ୍ତୁ। ଧାର୍ମିକ କାର୍ଯ୍ୟ  ପ୍ରତି ମନବଳାଇବେ।

 

କୁମ୍ଭ: ସପ୍ତାହ ଆରମ୍ଭରୁ ବ୍ୟୟ ବୃଦ୍ଧି ପାଇବ। ଅର୍ଥହାନୀ ମଧ୍ୟ ଘଟିପାରେ। ଆର୍ଥିକ ସମସ୍ୟାକୁ ନେଇ କୌଣସି ନିଷ୍ପତ୍ତି ନେବା ସମୟରେ ଭଲ ଭାବରେ ଭାବନ୍ତୁ। ଆପଣଙ୍କ କ୍ୟାରିୟର ପାଇଁ ସମୟ ଅନୁକୂଳ ରହିବ। ସମାଜରେ ସମ୍ମାନ ବୃଦ୍ଧି ପାଇବ।

 

ମୀନ: ଆୟ ସହିତ ବ୍ୟୟ ମଧ୍ୟ ବୃଦ୍ଧି ପାଇବ। ଅଫିସ କାମ ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ। ଭାଇଭଉଣୀଙ୍କ ସହଯୋଗ ପାଇବେ। ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ଯୋଜନା କରିପାରନ୍ତି।

 

 (ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon