ମୟୂରଭଞ୍ଜରେ ଏୟାରଫୋର୍ସ ତରଫରୁ ନିଯୁକ୍ତି ସୁଯୋଗ

Monday, February 11, 2019

(ବେତାର ବ୍ୟୁରୋ) ଇଣ୍ଡିଆନ ଏୟାରଫୋର୍ସ ତରଫରୁ ଓଡିଶାର ଭିନ୍ନ ଭିନ୍ନ ଜିଲ୍ଲାର ଅବିବାହିତ ପୁରୁଷ ପ୍ରାର୍ଥୀଙ୍କ ପାଇଁ ଏୟାରମ୍ୟାନ ଗ୍ରୁପ-y (ନନ-ଟେକ୍ନିକାଲ) ମେଡିକାଲ ଆସିଷ୍ଟାଣ୍ଟ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ଛୁଆପଡିଆ, ବାରିପଦା, ମୟୂରଭଞ୍ଜରେ ଅନୁଷ୍ଠିତ ହେବ।

 

ଆବେଦନ ତାରିଖ

ଏହି ନିଯୁକ୍ତି ପକ୍ରିୟା ଆସନ୍ତା ଫେବୃୟାରୀ 27 ତାରିଖରୁ ମାର୍ଚ୍ଚ 1 ତାରିଖ ମଧ୍ୟରେ ଅନୁଷ୍ଠିତ ହେବ।

 

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ପଦବୀ ସଂଖ୍ୟା ପ୍ରକାଶ କରାଯାଇ ନାହିଁ।

 

ଦରମା

ଏହି ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ପ୍ରଥମେ ଟ୍ରେନିଙ୍ଗ ପାଇଁ ରଖାଯିବ। ଏହି ଟ୍ରେନିଙ୍ଗ ସମୟରେ ଟ.14,600 ଷ୍ଟାଇପେଣ୍ଡ ପ୍ରଦାନ କରାଯିବ। ଟ୍ରେନିଙ୍ଗ ସାରିବା ପରେ ପ୍ରାର୍ଥୀଙ୍କୁ ଟ.26,900 ଦରମା ପ୍ରଦାନ କରାଯିବ।

 

ବୟସସୀମା

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ଜନ୍ମ 19-01-1999 ରୁ 01-01-2003 ମଧ୍ୟରେ ହୋଇଥିବା ଆବଶ୍ୟକ।

 

ଶିକ୍ଷାଗତ ଯୋଗ୍ୟତା

ମୟୂରଭଞ୍ଜରେ ହେବାକୁ ଥିବା ଇଣ୍ଡିଆନ ଏୟାରଫୋର୍ସର ଏହି ନିଯୁକ୍ତି ପ୍ରକ୍ରିୟାରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ବୋର୍ଡ ଓ ଅନୁଷ୍ଠାନରୁ ଯୁକ୍ତ ଦୁଇ ପାସ କରିଥିବା ଆବଶ୍ୟକ। ଏହାସହିତ ଫିଜିକ୍ସ, କେମେଷ୍ଟ୍ରୀ, ବାୟୋଲୋଜି ଓ ଇଂରାଜୀ ବିଷୟରେ 50%ରୁ ଅଧିକ ମାର୍କ ରଖି ପାସ କରିଥିବା ଆବଶ୍ୟକ।

 

ଆବେଦନ ଫି’

ଏହି  ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ କୌଣସି ଆବେଦନ ଫି’ ଦେବାକୁ ପଡିବ ନାହିଁ।

 

କିପରି ଆବେଦନ କରିବେ

ଏହି ପଦରେ ଆବେଦନ କରରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କୁ ପ୍ରଥମେ ଇଣ୍ଡିଆନ ଏୟାରଫୋର୍ସର ୱେବସାଇଟ www.airmenselection.cdac.in ରେ ଲଗଇନ କରିବାକୁ ପଡିବ। ଏହାପରେ ଏହି ୱେବପୋର୍ଟାଲରୁ ଆପ୍ଲିକେସନ ଫର୍ମ ଡାଉନଲୋଡ କରିବାକୁ ପଡିବ। ଏହି ଆପ୍ଲିକେସନ ଫର୍ମକୁ ଡାଉନଲୋଡ କରିବା ପରେ ସମସ୍ତ ଆବଶ୍ୟକୀୟ ତଥ୍ୟ ସଠିକ ଭାବରେ ପୂରଣ କରନ୍ତୁ। ଏହି ଆବେଦନ ଫର୍ମ ସହିତ ସମସ୍ତ ଆବଶ୍ୟକୀୟ ପ୍ରମାଣପତ୍ରର ଜେରକ୍ସ ଓ ପାସପୋର୍ଟ ସାଇଜ ଫଟୋ ଦେବାକୁ ପଡିବ।

 

ଏହାସହିତ ଅସଲି ଶିକ୍ଷାଗତ ପ୍ରମାଣପତ୍ର ମଧ୍ୟ ଦେବାକୁ ପଡିବ। ଏହାକୁ ସାକ୍ଷାତକାର ପରେ ଫେରସ୍ତ କରାଯିବ।

 

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଇଣ୍ଡିଆନ ଏୟାର ଫୋର୍ସର ଅଫିସିଆଲ ୱେବସାଇଟ https://www.airmenselection.cdac.in ରେ ଲଗଇନ କରନ୍ତୁ।

   

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon