ଓଡିଶା ସିଭିଲ ସର୍ଭିସ 2018ର ମେନ୍ ପରୀକ୍ଷା ବିଜ୍ଞପ୍ତି ପ୍ରକାଶିତ

Tuesday, February 12, 2019

(ବେତାର ବ୍ୟୁରୋ) ଓଡିଶା ପବ୍ଲିକ ସର୍ଭିସ କମିଶନ (OPSC) ତରଫରୁ ଓଡିଶା ସିଭିଲ ସର୍ଭିସ ମେନ୍ ପରୀକ୍ଷା 2018 ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ମେନ୍ ପରୀକ୍ଷା କେଉଁ ତାରିଖରେ ଅନୁଷ୍ଠିତ ହେବ ଏହା ପରବର୍ତ୍ତୀ ସମୟରେ ଓଡିଶା ପବ୍ଲିକ ସର୍ଭିସ କମିଶନ ୱେବସାଇଟରେ ପ୍ରକାଶ କରାଯିବ।

 

ଗତବର୍ଷ ନଭେମ୍ବର ମାସ 25ତାରିଖରେ ଓଡିଶା ସିଭିଲ ସର୍ଭିସର ପ୍ରିଲିମିନାରି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ପ୍ରିଲିମିନାରି ପରୀକ୍ଷା ଦେଇଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ମୋଟ 2,662ଜଣ ପ୍ରାର୍ଥୀ ମେନ୍ ପରୀକ୍ଷା ପାଇଁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଯେଉଁ ପ୍ରାର୍ଥୀମାନେ ପ୍ରିଲିମିନାରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସେମାନଙ୍କର ରୋଲ୍ ନମ୍ବରର ତାଲିକା ଓଡିଶା ପବ୍ଲିକ ସର୍ଭିସ କମିଶନର ୱେବସାଇଟ www.opsc.gov.in ରେ ଉପଲବ୍ଧ ରହିଛି।

 

ରାଜ୍ୟରେ ଗ୍ରାଜୁଏନ ପାସ କରିଥିବା ପ୍ରାର୍ଥୀଙ୍କ ପାଇଁ ଏହା ଏକ ବଡ ପ୍ରତିଯୋଗୀତାମୂଳକ ପରୀକ୍ଷା ଅଟେ ଓ ଏହି ପରୀକ୍ଷାରେ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ଓଡିଶା ପବ୍ଲିକ ସର୍ଭିସ କମିଶନ ତରଫରୁ ବିଭିନ୍ନ ଗ୍ରୁପ-ଏ ଏବଂ ଗ୍ରୁପ-ବି ପୋଷ୍ଟରେ ନିଯୁକ୍ତି ଦିଆଯାଇଥାଏ। ଚଳିତ ବର୍ଷ ରାଜ୍ୟରେ ମୋଟ ୨୧୮ଟି ଓଏଏସ, ଓପିଏସ, ଓଏଫଏସ୍, ଓସିଏସ୍ , ଓଆରଏସ୍, ଓଟି ଆଣ୍ଡ ଏଏସ୍ ଓ ଓଇଏସ୍ ପଦବୀ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେବ।

 

ଯେଉଁ ପ୍ରାର୍ଥୀମାନେ ପ୍ରିଲିମିନାରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସେମାନେ ମେନ୍ ପରୀକ୍ଷା ଦେଇପାରିବେ। ଏହି ମେନ୍ ପରୀକ୍ଷାର ଫଳାଫଳ ଓ ସାକ୍ଷାତକାର ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ।

 

ମେନ୍ ପରୀକ୍ଷା ସିଲାବସ

ଏହି ମେନ୍ ପରୀକ୍ଷାରେ ବାଧ୍ୟତାମୂଳକ (କମ୍ପଲସରି) ଓ ଇଚ୍ଛାଧୀନ (ଅପ୍ସନାଲ) ପେପର ଭାବରେ ମୋଟ 2600 ମାର୍କ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ। ବାଧ୍ୟତାମୂଳକ ପେପର ମଧ୍ୟରେ ପେପର-1 (ଓଡିଆ-300ମାର୍କ), ପେପର-2 (ଇଂରାଜୀ-300ମାର୍କ), ପେପର-3 (ଇଂରାଜୀ ପ୍ରବନ୍ଧ-200ମାର୍କ), ପେପର-4 (ସାଧାରଣ ଜ୍ଞାନI-300ମାର୍କ), ପେପର-5 (ସାଧାରଣ ଜ୍ଞାନII-300ମାର୍କ) ରହିଛି।

 

ସେହିପରି ଇଚ୍ଛାଧୀନ ପେପରରେ ମୋଟ 4ଟି ବିଷୟ ରହିଛି। ସେଥିମଧ୍ୟରୁ ପ୍ରାର୍ଥୀଙ୍କୁ ଦୁଇଟି ବିଷୟ ବାଛିବାକୁ ପଡିବ। ପ୍ରତି ବିଷୟର ଦୁଇଟି ଲେଖାଏଁ ପେପର ରହିଛି ଓ ପ୍ରତି ପେପରରେ ମୋଟ 300 ଲେଖାଏଁ ମାର୍କ ରହିଛି। ଏହି ମେନ୍ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ ପ୍ରତି ପେପର ପାଇଁ ତିନି ଘଣ୍ଟା ସମୟ ମିଳିବ।

 

ଏହି ପରୀକ୍ଷା ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇବା ପାଇବା ପାଇଁ ନିୟମିତ ଭାବରେ ଓପିଏସସିର ୱେବସାଇଟ ଓ ଦୈନିକ ଖବର କାଗଜ ଯାଞ୍ଚ କରିବାକୁ ପ୍ରାର୍ଥୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon