ଫଟୋ ବେତାର : ଚର୍ଚ୍ଚାରେ ଫରହାନ ଅଖତରଙ୍କ ନୂଆ ପ୍ରେମ

Tuesday, February 12, 2019

(ବେତାର ବ୍ୟୁରୋ) ବଲିଉଡ ଅଭିନେତା, ନିର୍ଦ୍ଦେଶକ ତଥା ଗାୟକ ଫରହାନ ଅଖତର ଆଜିକାଲି ନିଜର ନୂଆ ପ୍ରେମକୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି। ଶିବାନୀ ଦାଣ୍ଡେକରଙ୍କ ସହିତ ତାଙ୍କର ପ୍ରେମସମ୍ପର୍କ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି। ଦୁହେଁ ଅଧିକାରିକ ଭାବେ ନିଜ ସମ୍ପର୍କକୁ ଘୋଷଣା କରିନଥିଲେ ମଧ୍ୟ ସୋସିଆଲ ମିଡିଆରେ ଦୁହିଁଙ୍କ ଏକାଠି ଥିବା ଫଟୋ ଉଭୟଙ୍କ ସମ୍ପର୍କକୁ ପ୍ରମାଣ କରୁଛି। ତେବେ ଆଗକୁ ଭାଲେଣ୍ଟାଇନ୍ ଡେ’ ଆସୁଥିବା ବେଳେ ଫରହାନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଉଭୟଙ୍କର ଫଟୋ ଶେୟାର କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି।

 

ଏହି ଫଟୋକୁ ଫରହାନ ଅଖତର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହି ଫଟୋରେ ଶିବାନୀଙ୍କୁ ଫରହାନଙ୍କ ବାହୁବନ୍ଧନରେ ବସିଥିବାର ଦେଖିବାକୁ ମିଳିଛି। ଏହାସହିତ ଏହି ପୋଷ୍ଟରେ ସେ ଶିବାନୀଙ୍କ ପାଇଁ ଏକ ସୁନ୍ଦର ଶାୟରୀ ମଧ୍ୟ ଲେଖିଛନ୍ତି, ଯାହାକି ଉଭୟଙ୍କ ମଧ୍ୟରେ ଥିବା ଭଲପାଇବାକୁ ସୁନ୍ଦର ଭାବରେ ଦର୍ଶାଉଛି।

ଫରହାନ ଶେୟାର କରିଥିବା ଏହି ଫଟୋକୁ ଫ୍ୟାନମାନେ ଖୁବ ପସନ୍ଦ କରିଛନ୍ତି। ଏହାସହିତ ଶିବାନୀ ମଧ୍ୟ ନିଜ ଫେସବୁକ ଆକାଉଣ୍ଟରେ ଏହି ଫଟୋକୁ ଶେୟାର କରିଛନ୍ତି।

 

ଶିବାନୀ ଦାଣ୍ଡେକର ଜଣେ ଅଭିନେତ୍ରୀ, ଗାୟିକା ଓ ଉପସ୍ଥାପିକା ଅଟନ୍ତି। ଆଇପିଏଲରେ ମଧ୍ୟ ସେ ଉପସ୍ଥାପନା କରିଛନ୍ତି। ଲୋକମାନେ ମଧ୍ୟ ତାଙ୍କ ଉପସ୍ଥାପନାକୁ ଖୁବ ପସନ୍ଦ କରନ୍ତି। ଏହି ଯୋଡିକୁ ପ୍ରଥମ ଥର ପାଇଁ ରଣବୀର ସିଂ ଓ ଦୀପିକା ପାଦୁକୋନଙ୍କ ମୁମ୍ବାଇ ରିସେପ୍ସନ ପାର୍ଟିରେ ଏକାଠି ଦେଖିବାକୁ ମିଳିଥିଲା। ସେବେଠାରୁ ଏହି ଦୁହିଁଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ହେଲେ ଶିବାନୀ ଓ ଫରହାନ ନିଜ ସମ୍ପର୍କକୁ କେବେବି ଅଧିକାରିକ ଭାବେ ଘୋଷଣା କରିନାହାନ୍ତି। କିନ୍ତୁ ସୋସିଆଲ ମିଡିଆରେ ଉଭୟ ଏକାଠି ଅନେକ ଫଟୋ ଶେୟାର କରୁଛନ୍ତି।

ନିକଟରେ ଫରହାନଙ୍କ ସହିତ ନିଜ ସମ୍ପର୍କକୁ ନେଇ ଶିବାନୀ ହିନ୍ଦୁସ୍ଥାନ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ, ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ସେମିତି କିଛି ଅନୁଭବ ହୋଇନାହିଁ। ସେମାନେ ବର୍ତ୍ତମାନ କେବଳ ପରସ୍ପରକୁ ସମୟ ଦେଉଛନ୍ତି। ସେ ତାଙ୍କର ସମ୍ପର୍କ ବିଷୟରେ କିଛି କହିବା ପାଇଁ ଚାହୁଁନାହାନ୍ତି କାରଣ ସେ ଭାବୁଛନ୍ତି ଯେ, ସବୁକିଛି ପ୍ରଥମରୁ ସାର୍ବଜନୀନ ହୋଇସାରିଛି।

 

ତେବେ ଖୁବ ଶୀଘ୍ର ଏହି ଯୋଡି ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି ବୋଲି ଖବର ଶୁଣିବାକୁ ମିଳୁଛି। କିଛିଦିନ ପୂର୍ବରୁ ଶିବାନୀ ଏକ ପୋଷ୍ଟରେ ତାଙ୍କ ବନ୍ଧୁ ମାୟଙ୍କ ଚ୍ୟାଙ୍ଗଙ୍କୁ ରିପ୍ଳାଏ କରି ଚଳିତ ବର୍ଷ ବିବାହ ବନ୍ଧନରେ ବାନ୍ଧିହେବେ ବୋଲି ସଂକେତ ଦେଇଥିଲେ।  

 

ଫରହାନ ପୂର୍ବରୁ ଅଧୁନା ଭବାନୀ ନାମରେ ଜଣେ ହେୟାର ଷ୍ଟାଇଲିଷ୍ଟଙ୍କୁ ବିବାହ କରିଥିଲେ ଓ

ଦୀର୍ଘ 13 ବର୍ଷର ଦାମ୍ପତ୍ୟ ଜୀବନ ଓ ଦୁଇଟି କନ୍ୟା ସନ୍ତାନଙ୍କ ଜନ୍ମ ପରେ ଉଭୟଙ୍କ ବିବାହ ବିଚ୍ଛେଦ 2016 ମସିହାରେ ହେଇଥିଲେ ।  

 

ସୂଚନାଯୋଗ୍ୟ ଯେ ଫରହାନଙ୍କ ପୂର୍ବ ପତ୍ନୀ ତାଙ୍କଠାରୁ ପାଞ୍ଚବର୍ଷ ବଡ ଥିବା ବେଳେ ତାଙ୍କ ନୂଆ ପ୍ରେମିକା 7 ବର୍ଷ ସାନ ଅଟନ୍ତି । 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon