ଭାଲେଣ୍ଟାଇନ ଡେ’ ପୂର୍ବରୁ ଆପଣାନ୍ତୁ ଏହି 6 ଡେଟିଙ୍ଗ ଟିପ୍ସ

Wednesday, February 13, 2019

(ବେତାର ବ୍ୟୁରୋ)  ଭାଲେଣ୍ଟାଇନର ସପ୍ତାହ ଚାଲିଅଛି। ଅନେକ ପ୍ରେମୀଯୁଗଳ ଡେଟ୍ସରେ ଯାଉଛନ୍ତି। ଏହି ଡେଟ୍ସରେ ସବୁଠାରୁ ସୁନ୍ଦର ଦେଖାଯିବା ପାଇଁ ନିଜ ଡେଟ୍ସକୁ ସବୁବେଳେ ମନେରଖିବା ପାଇଁ ଝିଅମାନେ ଅନେକ ପ୍ରସ୍ତୁତି କରୁଛନ୍ତି। କେଉଁ ଡ୍ରେସ ପିନ୍ଧିବେ, କିପରି ମେକଅପ ନେବେ ଏହିପରି ଅନେକ କଥାକୁ ନେଇ ଝିଅମାନେ ଦ୍ଵନ୍ଦ୍ଵରେ ପଡ଼ୁଛନ୍ତି। କାରଣ ସାମାନ୍ୟ ଛୋଟିଆ ଭୁଲ ପାଇଁ ଆପଣଙ୍କ ଡେଟ୍ ସଂପୂର୍ଣ୍ଣ ଭାବରେ ଖରାପ ହୋଇପାରେ।

 

ତେଣୁ ନିଜ ଡେଟ୍ କୁ ସ୍ମରଣୀୟ କରିବା ପାଇଁ ଓ ସବୁଠାରୁ ସୁନ୍ଦର କରିବା ପାଇଁ ଡେଟ୍ ରେ ଯିବା ପୂର୍ବରୁ କିପରି ପ୍ରସ୍ତୁତି କରିବେ ଜାଣନ୍ତୁ।

 

1.ସଠିକ ପୋଷାକର ଚୟନ କରନ୍ତୁ: ଡେଟ୍ ରେ ଯିବା ଖୁସିରେ ମହିଳାମାନେ ବେଳେ ବେଳେ ଏପରି ପୋଷାକର ଚୟନ କରିଥାନ୍ତି ଯାହାକୁ ପିନ୍ଧି ସେମାନେ ଠିକରେ ବସିପାରିନଥାନ୍ତି ଓ ଭଲ ଭାବରେ ଚାଲିପାରିନଥାନ୍ତି। ଏଥିପାଇଁ ସବୁବେଳେ ଆରାମଦାୟକ ପୋଷାକ ପିନ୍ଧିକି ଯାଆନ୍ତୁ, ଯାହାଦ୍ୱାରା ଆପଣଙ୍କୁ କୌଣସି କଷ୍ଟ ଅନୁଭବ ହେବ ନାହିଁ। ଷ୍ଟାଇଲିସ ଓ ଆପଣଙ୍କୁ ଆରାମ ଦେଉଥିବା ପୋଷାକ ବାଛନ୍ତୁ। ଏହାସହିତ ମ୍ୟାଚିଙ୍ଗ ଗହଣା ବାଛନ୍ତୁ।

 

2. ଶରୀରକୁ  ହାଇଡ୍ରେଟ ରଖନ୍ତୁ: ଡେଟ୍ ରେ ଯିବା ସମୟରେ ନିଜ ଶରୀରକୁ ସବୁବେଳେ ହାଇଡ୍ରେଟ ରଖନ୍ତୁ। ଏଥିପାଇଁ ଆବଶ୍ୟକ ପରିମାଣର ପାଣି ପିଅନ୍ତୁ ବା ଜୁସ୍ ପିଅନ୍ତୁ। ଯେଉଁ ସ୍ନାକ୍ସ ଖାଇବା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବ ନାହିଁ, ସେହି ସ୍ନାକ୍ସକୁ ଅର୍ଡର କରନ୍ତୁ। ଏକାଥରେ ପେଟଭରି ଖାଇବାର କୌଣସି ଆବଶ୍ୟକତା ନାହିଁ।

3.ଅଧିକ ସମୟ ରହୁଥିବା ମେକଅପ କରନ୍ତୁ: ସବୁବେଳେ ହାଲକା ଓ ଅଧିକ ସମୟ ପର୍ଯ୍ୟନ୍ତ ରହୁଥିବା ମେକଅପର ବ୍ୟବହାର କରନ୍ତୁ। ଅଧିକ ଗାଢ ରଙ୍ଗର ଲିପଷ୍ଟିକ ଲଗାନ୍ତୁ ନାହିଁ। ଅତି ସାଧାରଣ ହେୟାରଷ୍ଟାଇଲ କରନ୍ତୁ। କାରଣ ମେକଅପ ଓ ହେୟାର ଷ୍ଟାଇଲ ଠିକ କରିବା ଚକ୍କରରେ ଆପଣଙ୍କ ସମୟ ନଷ୍ଟ ହୋଇପାରେ।

 

4.ସଠିକ ଜୋତା ବାଛନ୍ତୁ: ଯଦି ଆପଣଙ୍କର ହାଇହିଲ୍ସ ପିନ୍ଧିବାର ଅଭ୍ୟାସ ନଥାଏ ତେବେ ଏହାକୁ ପିନ୍ଧନ୍ତୁ ନାହିଁ। ଯେଉଁ ପ୍ରକାରର ଜୋତା ପିନ୍ଧିଲେ ଆପଣଙ୍କୁ ଆରାମ ମିଳିବ ତାହାହିଁ ପିନ୍ଧନ୍ତୁ। ଏପରି ଜୋତା ପିନ୍ଧନ୍ତୁ ନାହିଁ, ଯାହାକୁ ପିନ୍ଧିବା ଦ୍ଵାରା ଆପଣଙ୍କ ପାଦରେ କଷ୍ଟ ଅନୁଭବ ହେବ।

5.ମୋବାଇଲରେ ବ୍ୟସ୍ତ ରୁହନ୍ତୁ ନାହିଁ: ଡେଟ୍ସରେ ଯିବା ପୂର୍ବରୁ ମୋବାଇଲକୁ ସାଇଲେଣ୍ଟ କିମ୍ବା ଭାଇବ୍ରେଟ କରି ରଖନ୍ତୁ। ବାରମ୍ବାର ଫୋନ ଓ ମେସେଜ ଆସିବା ଦ୍ଵାରା ଆପଣଙ୍କ କଥାବାର୍ତ୍ତାରେ ବାଧା ସୃଷ୍ଟି ହୋଇପାରେ।

 

6.ଅଧିକ ଉତ୍ସାହିତ ହୁଅନ୍ତୁ ନାହିଁ: ଅନେକ ମହିଳା ଡେଟ୍ସରେ ଯିବା ପୂର୍ବରୁ ଅଧିକ ଉତ୍ସାହିତ ଥାଆନ୍ତି ଓ ସେମାନଙ୍କ ବ୍ୟକ୍ତିତ୍ଵ ପ୍ରକୃତରେ ଯେପରି ତାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଭାବରେ ବ୍ୟବହାର କରିଥାନ୍ତି। ଏପରି କରିବା ଆଦୌ ଉଚିତ ନୁହେଁ। ଯେପରି ଆପଣଙ୍କର ସ୍ଵଭାବ, ନିଜ ପାର୍ଟନର ସାମ୍ନାରେ ଠିକ ସେହିପରି ରୁହନ୍ତୁ। କାରଣ ନିଜ ପ୍ରେମ ସମ୍ପର୍କକୁ ଚିରସ୍ଥାୟୀ କରିବା ପାଇଁ ମିଛ ଅଭିନୟ କରିବା ଆବଶ୍ୟକ ନାହିଁ।  

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon