ଭିଡିଓ : ଭାଲେଣ୍ଟାଇନ ଡେ’ ନିମନ୍ତେ ଆସିଲା 2ଟି ଓଡିଆ ରୋମାଣ୍ଟିକ ଗୀତ

Wednesday, February 13, 2019

 

(ବେତାର ବ୍ୟୁରୋ) ଭାଲେଣ୍ଟାଇନ ସପ୍ତାହ ଉପଲକ୍ଷେ ଓଡିଆ ଶ୍ରୋତାଙ୍କ ଉଦ୍ଦେଶ୍ୟରେ ଦୁଇଟି ଓଡିଆ ମନଛୁଆଁ ଆଲବମ୍ ରିଲିଜ ହୋଇଯାଇଛି। ଗୋଟିଏ ଗୀତରେ ଓଲିଉଡର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର ଓ ଗାୟିକା ଦୀପ୍ତିରେଖାଙ୍କ କଣ୍ଠସ୍ଵର ଶୁଣିବାକୁ ମିଳିଛି ଓ ଅନ୍ୟ ଗୀତରେ ରହିଛି ଲୋକପ୍ରିୟ ଗାୟିକା ଅସୀମା ପଣ୍ଡାଙ୍କ ସ୍ଵର। ଏହି ଦୁଇଟି ଗୀତକୁ ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି।

 

ଓଲିଉଡ ଇଣ୍ଡଷ୍ଟ୍ରୀରେ ବର୍ତ୍ତମାନ ହ୍ୟୁମାନ ସାଗର ନିଜ ଗୀତ ପାଇଁ ଦର୍ଶକ ମାନଙ୍କ ମଧ୍ୟରେ ଲୋକପ୍ରିୟ ହୋଇପାରିଛନ୍ତି। ତାଙ୍କର ସମସ୍ତ ଗୀତକୁ ଦର୍ଶକମାନେ ପସନ୍ଦ କରିଥାନ୍ତି। ଏହି ଭାଲେଣ୍ଟାଇନ ଡେ’ ଉପଲକ୍ଷେ ସିଲ୍କ ମ୍ୟୁଜିକ ବ୍ୟାନରରେ ପ୍ରସ୍ତୁତ ରୋମାଣ୍ଟିକ ଓଡିଆ ଆଲବମ୍ ‘ଦିଲ କହେ ସାରା ରା ରା ରା’ ମାଧ୍ୟମରେ ଦର୍ଶକଙ୍କୁ ପୁଣି ଏକ ସୁନ୍ଦର ଗୀତ ଭେଟି ଦେଇଛନ୍ତି। ଏଥିରେ ହ୍ୟୁମାନ ସାଗରଙ୍କ ସହିତ ଦୀପ୍ତିରେଖାଙ୍କ ସ୍ଵର ଶୁଣିବାକୁ ମିଳିଛି।

(ଏହି ଲିଙ୍କରେ କ୍ଲିକ କରିବା ପରେ ନିର୍ଦ୍ଦେଶ ମୁତାବକ ଆଉ ଥରେ କ୍ଲିକ କଲେ  ଭିଡିଓ ଦେଖିହେବ । ଭିଡିଓ ଅପଲୋଡ କରିଥିବା ଅନୁଷ୍ଠାନର ଏପରି ନିର୍ଦ୍ଦେଶ କାରଣରୁ ଏଭଳି ହେଉଛି। ଅସୁବିଧା ପାଇଁ ଦୁଃଖିତ)

 

ଗୀତଟି ରିଲିଜ ହେବା ପରେ ଦର୍ଶକମାନେ ଏହାକୁ ଖୁବ ପସନ୍ଦ କରୁଛନ୍ତି। ରିଲିଜ ହେବାର ତିନି ଦିନ ମଧ୍ୟରେ ଏହାକୁ ୫ଲକ୍ଷରୁ ଅଧିକ ଭ୍ୟୁ ମିଳି ସାରିଲାଣି। ଏହି ଗୀତକୁ ଲେଖିଛନ୍ତି ଅରୁଣ ଓ ବାପି ଏବଂ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମନୋରଞ୍ଜନ ପାଢୀ। ହ୍ୟୁମାନ ସାଗରଙ୍କ ଅନ୍ୟ ସମସ୍ତ ଗୀତ ପରି ଏହି ଗୀତଟି ମଧ୍ୟ ଭାଲେଣ୍ଟାଇନ ଡେ’ ରେ ଦର୍ଶକମାନଙ୍କ ମନରେ ଘର କରିପାରିବ।

 

ଭାଲେଣ୍ଟାଇନ ଡେ’ ଉପଲକ୍ଷେ ରିଲିଜ ହୋଇଥିବା ଦ୍ଵିତୀୟ ଗୀତଟି ହେଉଛି ‘କହିଦେ କହିଦେ ତୋ ମନ କଥା’। ଯୋଗୀରାଜ ମ୍ୟୁଜିକ ବ୍ୟାନରରେ ପ୍ରସ୍ତୁତ ଏହି ଗୀତରେ କଣ୍ଠଦାନ କରିଛନ୍ତି ଲୋକପ୍ରିୟ ଓଡିଆ ଗାୟିକା ଅସୀମା ପଣ୍ଡା।

ଅସୀମା ପଣ୍ଡାଙ୍କର ଏହି ‘କହିଦେ କହିଦେ ତୋ ମନ କଥା’ ଗୀତଟିକୁ ମଧ୍ୟ ଦର୍ଶକମାନେ ପସନ୍ଦ କରୁଛନ୍ତି। ରିଲିଜ ହେବାର ଗୋଟିଏ ଦିନ ମଧ୍ୟରେ ଏହାକୁ ପ୍ରାୟ ତିନି ହଜାର ଭ୍ୟୁ ମିଳି ସାରିଲାଣି। ଏହି ସୁନ୍ଦର ଗୀତଟିକୁ ରଚନା କରିଛନ୍ତି ଆଲୋକ ତ୍ରିପାଠୀ। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି କମଳେଶ ଚକ୍ରବର୍ତ୍ତୀ। ଆଲୋକ ତ୍ରିପାଠୀ ଫିଲ୍ମ ତରଫରୁ ଏହାର ପ୍ରଯୋଜନା କରାଯାଇଛି।   

 

ସମ୍ବଲପୁର ନିବାସୀ ଆଲୋକ ତ୍ରିପାଠୀ ଜଣେ ଗୀତ ଲେଖକ ଓ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଯୋଜକ । ପୂର୍ବରୁ ସେ ଅସୀମା ପଣ୍ଡାଙ୍କୁ ନେଇ କମଲେଶ ଚକ୍ରବର୍ତ୍ତୀଙ୍କ ସହାୟତାରେ ଅନେକ ଗୀତ ଭେଟି ଦେଇଛନ୍ତି । 

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon