ଶକ୍ତିଶାଳୀ କ୍ୟାମେରା ଓ ପ୍ରୋସେସର ସହିତ MI Note 7 ଲଞ୍ଚ ଫେବୃୟାରୀ 28ରେ

Friday, February 15, 2019

 

(ବେତାର ବ୍ୟୁରୋ) ଚୀନ କମ୍ପାନୀ ସାଓମିର redmi note7 ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି। ଗତ ମାସରେ ଚୀନରେ ଲଞ୍ଚ ହୋଇଥିବା ଏହି ଫୋନକୁ ଭାରତୀୟ ବଜାରରେ ଆସନ୍ତା ଫେବୃୟାରୀ 28 ଲଞ୍ଚ କରାଯିବ। ଚୀନରେ ଲଞ୍ଚ ହେବା ପରେ ସାଓମିର ଏହି 48ମେଗାପିକ୍ସେଲ କ୍ୟାମେରା ଥିବା ପ୍ରଥମ ଫୋନକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ରହିଥିଲା ଓ ଭାରତରେ ଏହାର ଲଞ୍ଚ ପାଇଁ ଅପେକ୍ଷା କରିଥିଲେ।

 

ତେବେ କମ୍ପାନୀ ତରଫରୁ Redmi note 7ର ଲଞ୍ଚକୁ ନେଇ ଟ୍ଵିଟରରେ ଏକ ପୋଷ୍ଟ କରାଯାଇଛି। Redmi Indiaର ଏହି ପୋଷ୍ଟରେ Redmi note 7ର ଲଞ୍ଚ ଫେବୃୟାରୀ 28 ତାରିଖରେ କରାଯିବ ଓ ଏହି ଇଭେଣ୍ଟରେ ଯୋଗ ଦେବା ପାଇଁ ଟିକଟ କରିବାକୁ ଲିଙ୍କ ମଧ୍ୟ ଦିଆଯାଇଛି।

ସବୁଠାରୁ ଖାସ ରହିଛି ଏହାର ମୂଲ୍ୟ। ଚୀନରେ ଏହାକୁ 999 ଚୀନ ୟୁଆନ (ଟ.10,300)ରେ ଲଞ୍ଚ କରାଯାଇଥିଲା। ଭାରତରେ ଏହା ଟ.9,999ରେ ଉପଲବ୍ଧ ହେବ ବୋଲି ଅନୁମାନ କରାଯାଉଛି। ଏହି ମୂଲ୍ୟରେ Redmi note 7ର 3ଜିବି ରାମ/32ଜିବି ଷ୍ଟୋରେଜ ଉପଲବ୍ଧ ହେବ। Redmi note 7ର 6 ଜିବି ରାମ/64ଜିବି ଷ୍ଟୋରେଜ ଚୀନ ବଜାରରେ 1,199 ୟୁଆନ ଚୀନ (ଟ.12.400)ରେ ଉପଲବ୍ଧ ହେଉଛି। ଏହା ଭାରତୀୟ ବଜାରରେ ଟ.14,500ରେ ଉପଲବ୍ଧ ହେବା ଆଶା କରାଯାଉଛି। ଭାରତୀୟ ବଜାରରେ Redmi note 7 ବ୍ଲାକ, ବ୍ଲୁ ଓ ପର୍ପଲ ରଙ୍ଗରେ ଉପଲବ୍ଧ ହେବ।

 

Redmi note 7 ଫିଚର

Redmi note 7ରେ 2340x 1080 ପିକ୍ସେଲ ରେଜଲ୍ୟୁସନ ସହିତ 6.3ଇଞ୍ଚର ଫୁଲ୍ ଏଚଡି ଡ଼ିସପ୍ଲେ ମିଳିବ। ଫଟୋଗ୍ରାଫି ପାଇଁ ଏହି ଫୋନରେ ବହୁତ ଭଲ ରହିବ। କାରଣ ଏଥିରେ 48 ମେଗାପିକ୍ସେଲ ଓ 5 ମେଗାପିକ୍ସେଲର ଦୁଇଟି ରିଅର କ୍ୟାମେରା ଦିଆଯାଇଛି। ଯାହାଫଳରେ ଏଥିରେ ବହୁ ଦୂରରେ ଥିବା ଜିନିଷର ଫଟୋ ମଧ୍ୟ ଉଠାଇ ପାରିବେ। ଏହାସହିତ ଏଥିରେ ସେଲଫି ନେବା ପାଇଁ 13 ମେଗାପିକ୍ସେଲର ସେଲଫି କ୍ୟାମେରା ମଧ୍ୟ ରହିଛି।

 

ଫୋନକୁ ପାୱାର ଦେବା ପାଇଁ ଏଥିରେ 4,000mAhର ବ୍ୟାଟେରୀ ଦିଆଯାଇଛି। ଏହାର ବ୍ୟାଟେରୀ ଥରେ ଚାର୍ଜ କଲେ ଦେଢ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି  କମ୍ପାନୀ ତରଫରୁ ଦାବି କରାଯାଇଛି। ସ୍କ୍ରିନ ପ୍ରୋଟେକ୍ସନ ପାଇଁ ଏଥିରେ ଶକ୍ତିଶାଳୀ କର୍ଣ୍ଣିଙ୍ଗ ଗରିଲା ଗ୍ଳାସ 5 ଓ 2.5 କର୍ଭ ଗ୍ଳାସର ବ୍ୟବହାର କରାଯାଇଛି।  ଫୋନର ସ୍ପିଡ ପାଇଁ ଏଥିରେ 2.2ଗିଗାହର୍ଜ ସ୍ନାପଡ୍ରାଗନ 660 ଅକ୍ଟାକୋର ପ୍ରୋସେସର ରହିଛି।  

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon