'ଟିକଟକ' ଆପ ଉପରେ ଆସିଲା ନୂଆ ଓଡ଼ିଆ ଗୀତ, 5 ଦିନରେ କ୍ଲିକ ସଂଖ୍ୟା 8.56 ଲକ୍ଷ

Tuesday, February 19, 2019

(ବେତାର ବ୍ୟୁରୋ) ବର୍ତ୍ତମାନ ସମୟରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ଟିକଟିକ ଆପ୍ ର ଚାହିଦା ଖୁବ ବଢିବାରେ ଲାଗିଛି। ଭିନ୍ନ ଭିନ୍ନ ଗୀତରେ ନିଜର ଅଭିନୟ ଓ ନାଚର କଳା ଦେଖାଇ ଏହି ଆପ୍ ରେ ଭିଡିଓ ନିଜେ ପ୍ରସ୍ତୁତ କରି ଶେୟାର କରୁଛନ୍ତି। ଏହି ଭିଡିଓକୁ ଅନ୍ୟମାନେ ଦେଖି ଖୁବ ପସନ୍ଦ କରୁଛନ୍ତି। ତେବେ ଛୋଟପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ମଧ୍ୟରେ ପ୍ରିୟ ହୋଇପାରିଥିବା ଏହି ଟିକଟିକ ଆପକୁ ନେଇ ସମ୍ବଲପୁରୀ ଗାୟକ ମଣ୍ଟୁ ଛୁରିଆଙ୍କ ଏକ ଗୀତ ରିଲିଜ ହୋଇଛି।

 

ଓଡିଶାର ଲୋକପ୍ରିୟ ସଙ୍ଗୀତ ନିର୍ଦେଶକ ବୈଦ୍ୟନାଥ ଦାଶଙ୍କ ନିର୍ଦ୍ଦେଶନାରେ ଏକ ମଜାଦାର ଗୀତ ENEWSODIA ୟୁଟ୍ୟୁବ ଚ୍ୟାନଲରେ ରିଲିଜ ହୋଇଛି। ଏହି ଗୀତଟିର ଟାଇଟିଲ ରହିଛି “ଟିକଟକ ରଙ୍ଗବତୀ”। ଓଲିଉଡର ଲୋକପ୍ରିୟ ଗାୟକ ମଣ୍ଟୁ ଛୁରିଆ ଏହି ଗୀତରେ ଗୀତଟିରେ କଣ୍ଠ ଦାନ କରିଛନ୍ତି ଏବଂ ତାଙ୍କ ସହ ଏଥିରେ ଗୀତ ଗାଇଛନ୍ତି ଲୋକପ୍ରିୟ ଗାୟିକା ଅସୀମା ପଣ୍ଡା।

ଗୀତଟିର ଷ୍ଟୁଡିଓ ଭର୍ସନ ୟୁଟ୍ୟୁବରେ ଲଞ୍ଚ କରାଯାଇଛି। ଗୀତଟି ଲଞ୍ଚ ହେବା ପରେ ଲୋକମାନେ ଏହାକୁ ବେଶ ପସନ୍ଦ କରୁଛନ୍ତି ଓ ରିଲିଜ ହେବାର ଚାରିଦିନ ମଧ୍ୟରେ ୮ଲକ୍ଷ ୫୬ହଜାରରୁ ଅଧିକ ଲୋକ ଏହାକୁ ଦେଖିସାରିଲେଣି। ଏହି ଗୀତଟିରେ ଲିରିକ୍ସ ଦେଇଛନ୍ତି ଡଃ ନିର୍ମଳ ନାୟକ। ଏହି ମନଛୁଆଁ ମଜାଦାର ଗୀତର ପ୍ରଯୋଜନାରେ ଅଛନ୍ତି ଦୀପକ ଜେନା।

 

ବ୍ୟାନ ପାଇଁ ଅନୁରୋଧ

ତେବେ ଲୋକପ୍ରିୟ ହୋଇଥିବା ଏହି  ଟିକଟକ ଆପର ଭିଡିଓ ଗୁଡିକରେ ଅଶ୍ଳୀଳତା ମଧ୍ୟ ବଢିବାକୁ ଲାଗିଛି ଓ ଏହାସହିତ ଏହି ଆପ୍ ଦ୍ଵାରା ଦୁର୍ଘଟଣା ଘଟୁଥିବାର ମଧ୍ୟ ଦେଖିବାକୁ ମିଳୁଛି। ଏଥିପାଇଁ କିଛି ଦିନ ଆଗରୁ ତାମିଲନାଡୁ ସରକାର ଏହାକୁ ବ୍ୟାନ୍ କରିବାକୁ ଦାବି କରିଛନ୍ତି । ବିଜେପି ସାଂସଦ ରାଜୀବ ଚନ୍ଦ୍ରଶେଖର ‘ଟିକ୍ ଟକ୍’ ସହ କ୍ୱାଇ, ଲାଇଭ ମି, ଲାଇକ୍, ହେଲୋ, ୱି ଲାଇକ ଭଳି ଆପକୁ ବନ୍ଦ କରିବାକୁ ମଧ୍ୟ ଦାବି କରିଥିଲେ। ସେ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦକୁ ଏ ନେଇ ଏକ ଚିଠି ମଧ୍ୟ ଲେଖିଥିଲେ ।
 

ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଏମ.ମଣିକନ୍ଦନ କହିଥିଲେ ଯେ, ତାମିଲନାଡୁ ସରକାର ଟିକଟକ୍ ଆପ ଉପରେ ରୋକ ଲଗାଇବାକୁ ଚାହୁଛନ୍ତି । ଏହି ଆପ୍ ଦ୍ୱାରା ଆମ ତାମିଲ ସଂସ୍କୃତି କ୍ଷୁର୍ଣ୍ଣ ହେଉଥିବାର ଅଭିଯୋଗ ହେଉଛି ସେଥିପାଇଁ ଟିକଟକ୍ କୁ ବ୍ୟାନ କରିବା ପାଇଁ ଦାବି ହେଉଛି ।

ଏହାପରେ ଓଡିଶାରେ ମଧ୍ୟ ଏହାକୁ ବ୍ୟାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜଣେ ଯୁବକ ଅନୁରୋଧ କରିଥିଲେ। ସୋସିଆଲ ମିଡିଆ (ଟ୍ଵିଟର)ରେ ଓଡିଶାର ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ବରାଳ ବାଲୁଙ୍କେଶ୍ଵର ଗ୍ରାମର ସନ୍ଦୀପ ମହାପାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରି ଲେଖିଥିଲେ, 'ମାନ୍ୟବର ମୁଖ୍ୟମନ୍ତ୍ରୀ ଦୟାକରି ଓଡିଶାରୁ ଟିକଟକ ଆପକୁ ବନ୍ଦ କରନ୍ତୁ । କାରଣ ଏହି ଆପରେ ଲାଇକ ଓ କମେଣ୍ଟ ପାଇଁ ଯୁବପିଢୀ ନିଜକୁ ବିପଦରେ ପକାଇ ଭିଡିଓ କରିବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି । ଯୁବପିଢୀଙ୍କ ମଧ୍ୟରେ ଏହା ଏକପ୍ରକାର ନିଶା ହୋଇସାରିଲାଣି । ସେଥିପାଇଁ ଏହି ଆପ ସମାଜ ଉପରେ କୁପ୍ରଭାବ ପକାଉଛି ।'

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon