ସାପ୍ତାହିକ ରାଶିଫଳ : ଜାଣନ୍ତୁ କାହାର ରହିଛି ଖର୍ଚ୍ଚାନ୍ତ ଯୋଗ

Monday, February 25, 2019

(ବେତାର ବ୍ୟୁରୋ) ଚଳିତ ସପ୍ତାହ (ଫେବୃୟାରୀ 25-ମାର୍ଚ୍ଚ 3)ର ଆରମ୍ଭ ବିଶାଖା (ବୃହସ୍ପତି) ନକ୍ଷତ୍ରରୁ ହେଉଥିବା ବେଳେ ସପ୍ତାହ ଶେଷରେ ଚନ୍ଦ୍ର ଉତ୍ତରଷାଢା ନକ୍ଷତ୍ର (ସୂର୍ଯ୍ୟ)ରେ ରହିଥିବ। ଅର୍ଥାତ ଏହି ସପ୍ତାହରେ ଦେଶର ଶାସକ ମାନଙ୍କ ପାଇଁ ସେହିପରି ପରିବାରରେ ଗୃହ ମୁଖ୍ୟ ମାନଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିପାରେ। ଏହି ସପ୍ତାହରେ ତୁଳା, ବିଛା, ଧନୁ ଓ ମକର ରାଶିରେ ଚନ୍ଦ୍ର ପରିକ୍ରମା କରିବା ସହିତ ମେଷ, ବୃଷ, ମିଥୁନ ଓ କର୍କଟ ରାଶି ଉପରେ ପ୍ରଭାବ ପକାଇବ। ଚଳିତ ସପ୍ତାହରେ ଯୋଗାଯୋଗ ଓ ବାଣୀର ଗ୍ରହ ବୁଧ ଫେବୃୟାରୀ 25 ତାରିଖରେ ମୀନ ରାଶିରେ ପ୍ରବେଶ କରି ମାର୍ଚ୍ଚ 15 ତାରିଖ ଯାଏଁ ସେଠାରେ ଅବସ୍ଥାନ କରିବେ। ବୁଧ ଗ୍ରହର ଚଳନ ସମସ୍ତ ରାଶି ଉପରେ ପ୍ରଭାବ ପକାଇପାରେ ଆସନ୍ତୁ ଜାଣିବା ସେଗୁଡିକ କ'ଣ।

 

ମେଷ: ହଠାତ ଆପଣଙ୍କ ଜୀବନରେ କୌଣସି ଏକ ଘଟଣା ଘଟିପାରେ। ଆର୍ଥିକ ଲାଭ ମିଳିପାରେ। ଆତ୍ମବିଶ୍ଵାସ ବୃଦ୍ଧି ପାଇବା ସହିତ ସକାରାତ୍ମକ ଚିନ୍ତାଧାରା ବୃଦ୍ଧି ପାଇବ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ।

ବୁଧ ଗୋଚରର ପ୍ରଭାବ: ବୁଧ ଚଳନ ପ୍ରଭାବରେ ଆପଣ ଠିକ ସେ ନିଷ୍ପତ୍ତି ନ ନେଇ ପାରି ଖର୍ଚ୍ଚାନ୍ତ ହେବାର ଯୋଗ ରହିଛି। 

 

ବୃଷ: ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ। ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ମାନସିକ ଦୁଃଶ୍ଚିନ୍ତା ବଢିପାରେ। ଏପରି ସମୟରେ ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ। ସନ୍ତାନଙ୍କ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

ବୁଧ ଗୋଚରର ପ୍ରଭାବ: ବୁଧ ଚଳନ ପ୍ରଭାବ ଆପଣଙ୍କ ପାଇଁ ଶୁଭ ଅଟେ। ଏହି ସମୟରେ ନୂଆ ଜିନିଷ କିଣିବା ବା କୌଣସି ବ୍ୟବସାୟ/ଉଦ୍ୟୋଗରେ ନିବେଶ କରିବା ଉଚିତ। 

 

ମିଥୁନ: ପରିବାର ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇପାରେ। କୌଣସି ନିଷ୍ପତ୍ତି ନେବା ଆଗରୁ ଭଲ ଭାବରେ ଭାବନ୍ତୁ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ବିଚାର କରିବେ। ସବୁକଥାକୁ ଗମ୍ଭୀରତାର ସହ ଚିନ୍ତା କରନ୍ତୁ ନାହିଁ।

ବୁଧ ଗୋଚରର ପ୍ରଭାବ: ଚଳିତ ବୁଧ ଗ୍ରହ ଚଳନ ପ୍ରଭାବ ଆପଣଙ୍କ ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ। ତେବେ ଅଫିସରେ ବା ବନ୍ଧୁବାନ୍ଧବଙ୍କ ସହିତ ଅନ୍ୟ କାହା ବିଷୟରେ କଥା ନ ହେବା ଭଲ।
 

କର୍କଟ: ଏହି ସପ୍ତାହରେ କୌଣସି ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ। ମାତାଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ। ଛାତ୍ରଛାତ୍ରୀମାନେ ପ୍ରତିଯୋଗୀତାମୂଳକ ପରୀକ୍ଷାରେ ସଫଳତା ପାଇବେ।

ବୁଧ ଗୋଚରର ପ୍ରଭାବ: ଚଳିତ ବୁଧ ଗ୍ରହ ଚଳନ ପ୍ରଭାବରେ ଆପଣ ହୁଏତ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ସେହିପରି କୌଣସି ନୂତନ ପୁସ୍ତକ ପଢିବା ବା କୌଣସି କୋର୍ସ ଆରମ୍ଭ କରିପାରନ୍ତି।
 

ସିଂହ: ଯାତ୍ରାର ଯୋଗ ରହିଛି। ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି, ଏଥିପାଇଁ ଚିନ୍ତିତ ରୁହନ୍ତୁ ନାହିଁ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାକୁ ହେବ। ସନ୍ତାନଙ୍କ ଶିକ୍ଷାକୁ ନେଇ ଚିନ୍ତିତ ରହିବେ।

ବୁଧ ଗୋଚରର ପ୍ରଭାବ: ଏହି ବୁଧ ଗ୍ରହ ପ୍ରଭାବରେ ଆପଣଙ୍କ ଖର୍ଚ୍ଚ ବଢ଼ିପାରେ। ଅଫିସରେ ଉପରିସ୍ଥ ଅଧିକାରୀଙ୍କ ଅସହଯୋଗ ଆପଣଙ୍କୁ ବ୍ୟଥିତ କରିପାରେ।
 

କନ୍ୟା: ଅର୍ଥ ଲାଭର ଯୋଗ ରହିଛି। ନିଜ ଲକ୍ଷ୍ୟ ପୂରଣ ପାଇଁ ସମସ୍ତ ପ୍ରୟାସ କରିବେ। ଭବିଷ୍ୟତ ପାଇଁ ଅଧିକ ଗମ୍ଭୀରତାର ସହ ଚିନ୍ତା କରିବେ ଓ ଏହାର ଆଶାଜନକ ସୁଫଳ ପାଇବେ। ବୈବାହିକ ଜୀବନରେ ଅଶାନ୍ତି ଦେଖା ଦେଇପାରେ।

ବୁଧ ଗୋଚରର ପ୍ରଭାବ: ଚଳିତ ବୁଧ ଚଳନରେ ଆପଣଙ୍କ ପ୍ରେମ ସମ୍ବନ୍ଧରେ ଉନ୍ନତି ଆସିପାରେ।

 

ତୁଳା: ନିଜ ନିର୍ଣ୍ଣୟ ସହିତ ଦୃଢ ରୁହନ୍ତୁ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଜମିବାଡି ବିକ୍ରି  କରିପାରନ୍ତି କିମ୍ବା କିଣିପାରନ୍ତି। ପରିବାର ସଦସ୍ୟ ଓ କାର୍ଯ୍ୟସ୍ଥଳରେ ସହଯୋଗୀଙ୍କ ସହିତ ବିନମ୍ର ରୁହନ୍ତୁ।

ବୁଧ ଗୋଚରର ପ୍ରଭାବ: ବୁଧ ଚଳନ ଆପଣଙ୍କ ପାଇଁ ସେତେଟା ଭଲ ନ ହେଇପାରେ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବା ଭଲ। ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ।

 

ବିଛା: ଅଯଥା ଖର୍ଚ୍ଚ ବଢିପାରେ। ବାହାରକୁ ଯିବା ସମୟରେ  ବା ଯାନବାହାନ ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ। ପରିବାର ମଧ୍ୟରେ ଶାନ୍ତି ବଜାୟ ରହିବ। କାହାଠାରୁ ଅଧିକ ଆଶା ରଖନ୍ତୁ ନାହିଁ।

ବୁଧ ଗୋଚରର ପ୍ରଭାବ: ଚଳିତ ବୁଧ ଚଳନ ଆପଣଙ୍କ ପାଇଁ କାର୍ଯ୍ୟସିଦ୍ଧି ଯୋଗ ଆଣିପାରେ। ଅଧିକ ସୁଫଳ ପାଇଁ ଧ୍ୟାନ କରନ୍ତୁ।

 

ଧନୁ: ଜୀବନସାଥୀ ବା ସହକର୍ମୀଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ଘରେ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ। ଯାନବାହାନ ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ।

ବୁଧ ଗୋଚରର ପ୍ରଭାବ: ବୁଧ ଗ୍ରହ ଗୋଚର ଆପଣଙ୍କ କ୍ୟାରିୟର ପାଇଁ ଶୁଭ। ତେବେ କଠିନ ପରିଶ୍ରମ ଜରୁରୀ।

 

ମକର: ଏହି ସମୟରେ ଆପଣଙ୍କର ଇଚ୍ଛାଶକ୍ତି ଓ ଦୃଢବିଶ୍ଵାସ ଦୁର୍ବଳ ହେବ। ନିଜ କାମ ଉପରେ ଭରସା ରଖନ୍ତୁ। କର୍ମକ୍ଷେତ୍ରରେ ସିନିୟର ଅଧିକାରୀଙ୍କ ସହିତ ଝଗଡା ହୋଇପାରେ। ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ବୁଧ ଗୋଚରର ପ୍ରଭାବ: ଏହି ବୁଧ ଗୋଚରରେ ଆପଣ ନୂଆ ଚାକିରୀ ଖୋଜିବାକୁ ସଫଳ ହେବେ ଓ କିଛି ମାତ୍ରାରେ ସଫଳ ହେଇପାରନ୍ତି।

 

କୁମ୍ଭ: କ୍ୟାରିୟରରେ ଉନ୍ନତି ହେବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହିତ ଉତ୍ତମ ବୁଝାମଣା ରହିବ। ନିଜ କାମ ପାଇଁ ପ୍ରଶଂସିତ ହେବେ। ପରିବାର ଓ ମାତାପିତାଙ୍କ ସହିତ ତୀର୍ଥସ୍ଥାନକୁ ଯାଇପାରନ୍ତି।

ବୁଧ ଗୋଚରର ପ୍ରଭାବ: ଏହି ବୁଧ ଚଳନରେ ଆପଣଙ୍କ କଥା କହିବା ଶୈଳୀ ଅନ୍ୟକୁ ପ୍ରଭାବିତ କରିପାରେ। ତେବେ ଅନ୍ୟ କାହା ବିରୁଦ୍ଧରେ ଗପନ୍ତୁ ନାହିଁ।

 

ମୀନ: ବୈବାହିକ ଓ ପାରିବାରିକ ଜୀବନରେ ଭୁଲ ବୁଝାମଣା ଯୋଗୁଁ ଅଶାନ୍ତି ସୃଷ୍ଟି ହେବ। ଧୈର୍ଯ୍ୟର ସହ ସମସ୍ୟାର ସମାଧାନ କରନ୍ତୁ। ଅଫିସ କାମରେ ବିଦେଶ ଯାତ୍ରା କରିପାରନ୍ତି।

ବୁଧ ଗୋଚରର ପ୍ରଭାବ:  ବୁଧ ଗ୍ରହ ଆପଣଙ୍କ ରାଶିକୁ ଚଳନ କରୁଥିବାରୁ ଏହା ଅତ୍ୟନ୍ତ ଶୁଭ ସମୟ। ନୂଆ ଘର ବା ବାହାନ କିଣିବା ସମ୍ପର୍କରେ ଯୋଜନା କରିପାରନ୍ତି।

 

 (ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon