ଜାଣନ୍ତୁ : ନୂଆ ରେଳ ଟିକେଟ ବୁକିଂ ଆପ୍  ରେ କଣ ରହିଛି ନୂଆ ସୁବିଧା

Tuesday, February 26, 2019

(ବେତାର ବ୍ୟୁରୋ)ବର୍ତ୍ତମାନର ଡିଜିଟାଲ ସମୟରେ ଟ୍ରେନ ଟିକେଟ ବୁକ୍ କରିବା ପାଇଁ ଅଧିକାଂଶ ଯାତ୍ରୀ ଭାରତୀୟ ରେଳ ବିଭାଗର ଆଧିକାରିକ ଅନଲାଇନ ଟିକେଟିଙ୍ଗ ୱେବସାଇଟ IRCTCର ୱେବସାଇଟ ଓ ଆପ୍ ବ୍ୟବହାର କରୁଛନ୍ତି। ଟିକେଟ କାଟିବା ପାଇଁ କାଉଣ୍ଟରରେ ଲମ୍ବାଧାଡିରେ ଠିଆ ନହୋଇ ସହଜରେ ଅନଲାଇନରେ କାଟି ପାରୁଛନ୍ତି। ତେବେ ଏହି ଆପକୁ ନିକଟରେ ଅପଗ୍ରେଡ କରାଯାଇଥିଲା। 

 

ଅପଗ୍ରେଡ ପରେ ଯାତ୍ରୀମାନେ କିପରି ସହଜରେ ଟିକେଟ ବୁକ କରିପାରିବେ ତାହା ଉପରେ ଅଧିକ ଗୁରୁତ୍ଵ ଦିଆଯାଇଛି। ଯାତ୍ରୀ ଏଥିରେ ଲଗଇନ ନକରି ମଧ୍ୟ ଟ୍ରେନ ଟିକେଟର ରିଜର୍ଭେସନର ସ୍ଥିତି ଯାଞ୍ଚ କରି ପାରୁଛନ୍ତି। ଏହାସହିତ ଅନେକ ନୂଆ ଫିଚର ମଧ୍ୟ ଯୋଡା ଯାଇଛି।

 

1.ବୁକ୍ ନାଓ ପେ’ ଲ୍ୟାଟର: ଏହି ଫିଚର ସାହାଯ୍ୟରେ ଯାତ୍ରୀମାନେ ବୁକ୍ କରିଥିବା ଟିକେଟର ମୂଲ୍ୟ ପରବର୍ତ୍ତୀ ସମୟରେ ପଇଠ କରିପାରିବେ। ଟିକେଟ ବୁକ୍ କରିବାର 15ଦିନ ପରେ ଏହାର ମୂଲ୍ୟ ଦେଇପାରିବେ। ଏଥିପାଇଁ ଆପଣଙ୍କୁ ଟିକେଟ ବୁକ୍ କରିବା ସମୟରେ ଏହି ଅପ୍ସନକୁ ବାଛିବାକୁ ପଡିବ।

 

2.ଟିକେଟ ବୁକିଙ୍ଗ ଲିମିଟ: ଯଦି ଆପଣ ଗୋଟିଏ ମାସ ମଧ୍ୟରେ ଅଧିକରୁ ଅଧିକ ଟିକେଟ ବୁକ୍ କରିବା ପାଇଁ ଚାହୁଁଛନ୍ତି ତେବେ IRCTC ଆକାଉଣ୍ଟକୁ ଆଧାର କାର୍ଡ ସହିତ ଲିଙ୍କ କରନ୍ତୁ। ଏହାପରେ ଆପଣ ଗୋଟିଏ ମାସରେ 12ଥର ଟିକେଟ ବୁକ୍ କରିପାରିବେ।

 

3.କାଉଣ୍ଟର ଟିକେଟ କ୍ୟାନସଲ୍: ଆପଣମାନେ IRCTCର ୱେବସାଇଟରେ କାଉଣ୍ଟରରୁ ବୁକ୍ କରିଥିବା ଟିକେଟକୁ କ୍ୟାନସଲ୍ କରିପାରିବେ। କିନ୍ତୁ କ୍ୟାନସଲ୍ କରିବା ପରେ ନିକଟତମ ରିଜର୍ଭେସନ କାଉଣ୍ଟରରେ ଆପଣ ଅର୍ଥ ଫେରସ୍ତ ପାଇପାରିବେ। 

 

4.ଡେବିଟ କାର୍ଡ ଟ୍ରାଞ୍ଜାକ୍ସନ: ଅନଲାଇନରେ ଟିକେଟ ବୁକ କରିବା ସମୟରେ ଯଦି ଆପଣ ଡେବିଟ କାର୍ଡ ମାଧ୍ୟମରେ ଟ୍ରାଞ୍ଜାକ୍ସନ କରୁଛନ୍ତି ତେବେ ଆପଣଙ୍କୁ ଟ୍ରାଞ୍ଜାକ୍ସନ ଫି’ ଦେବାକୁ ପଡିବ ନାହିଁ। ଏଥିପାଇଁ 1ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୀମା ଧାର୍ଯ୍ୟ କରାଯାଇଛି।

 

5. DISHA ଚ୍ୟାଟବୋର୍ଡ: IRCTC ନିଜ ୱେବସାଇଟରେ ଯାତ୍ରୀମାନଙ୍କୁ 24X7 ସହାୟତା ଦେବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ DISHA ଚ୍ୟାଟବୋର୍ଡ ଯୋଡା ଯାଇଛି। ଏହାକୁ ଉଭୟ ୱେବସାଇଟ ଓ ଆପ୍ ରେ ଲଞ୍ଚ କରାଯାଇଛି।

 

6.ଟ୍ରାଭେଲ ଇନସ୍ୟୁରାନ୍ସ: IRCTC ତରଫରୁ ଯାତ୍ରୀମାନଙ୍କୁ ଟ.0.49 ମୂଲ୍ୟରେ ମାଗଣାରେ ଟ୍ରାଭେଲ ଇନସ୍ୟୁରାନ୍ସ ଯୋଗାଇ ଦିଆଯାଉଛି।

 

7. ପୁସ୍ ନୋଟିଫିକେସନ: ଏହି ନୂଆ ଫିଚର ମାଧ୍ୟମରେ ଯାତ୍ରୀଙ୍କୁ ଟ୍ରେନର ସମୟସୂଚୀ ଠାରୁ ଆରମ୍ଭ କରି ଟ୍ରେନ ବିଳମ୍ବ ସମ୍ବନ୍ଧରେ ସୂଚନା ଦେବା ପାଇଁ ଏହି ପୁସ୍ ମେସେଜ ପଠାଯାଉଛି।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon