ଜିଓ ‘ଗ୍ରୁପ ଟକ୍ ଆପ୍’ : ଏକ ସଙ୍ଗରେ 10ଜଣଙ୍କୁ କରିହେବ କଲ୍

Wednesday, February 27, 2019

(ବେତାର ବ୍ୟୁରୋ) ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ତରଫରୁ ଏହାର ଆଣ୍ଡ୍ରଏଡ ଫୋନ ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ଆପ୍ ଲଞ୍ଚ କରାଯାଇଛି। ଏହି ଆପ୍ ର ନାମ ରହିଛି ‘jio group talk’। ଏହି ଆପ୍ ଜରିଆରେ ଆପଣ ଗ୍ରୁପ କନଫରେନ୍ସ କଲ୍ କରି ଗୋଟିଏ ସମୟରେ ୧୦ଜଣଙ୍କ ସହ କଥା ହେଇହେବା ।  

 

ଏହି ଜିଓ ‘ଗ୍ରୁପ ଟକ୍ ଆପ୍’ 4ଜି ଭୋଲ୍ଟ୍ ନେଟୱାର୍କରେ କାମ କରୁଥିବାରୁ ଏଥିରେ ବ୍ୟବହାରକାରୀଙ୍କୁ ଉତ୍କୃଷ୍ଟ ଏବଂ ଏଚଡି କ୍ଵାଲିଟିର ଭଏସ୍ କଲିଙ୍ଗର ସୁବିଧା ମିଳିବ।

 

ତେବେ ସମ୍ପ୍ରତି ଏହି ଆପ୍ କୁ ବ୍ୟବହାର କରି ଏହା ସମ୍ପର୍କରେ ମତାମତ ଗ୍ରହଣ କରିବା ପାଇଁ କମ୍ପାନୀ ତରଫରୁ ଆହ୍ଵାନ କରାଯାଇଛି । ଯେଉଁମାନେ ଏହି ଆପ୍ କୁ ଟ୍ରାଏ କରିବାକୁ ଇଚ୍ଛୁକ ସେମାନେ  ଏହି ଆପ୍ କୁ ଗୁଗଲ୍ ପ୍ଲେ ଷ୍ଟୋରରୁ ଡାଉନଲୋଡ କରି  ନିଜ ଆଣ୍ଡ୍ରଏଡ ଫୋନରେ ବ୍ୟବହାର କରି ପାରିବେ। ଏହି ଆପର ସାଇଜ ୬.୧୫MB ରହିଛି।

 

ଖୁବ୍ ଶୀଘ୍ର ଏହାକୁ ବାଣିଜ୍ୟିକ ସ୍ତରରେ ମଧ୍ୟ ଲଞ୍ଚ କରାଯିବ। ଯାହାଫଳରେ ଅନ୍ୟ ଅପରେଟରର ଗ୍ରାହକମାନେ ମଧ୍ୟ ଏହାକୁ ବ୍ୟବହାର କରି ପାରିବେ। ପରବର୍ତ୍ତୀ ସମୟରେ ଏହି ଆପରେ ଗ୍ରୁପ ଏଚଡି ଭିଡିଓ କଲିଙ୍ଗକୁ ସପୋର୍ଟ ଦିଆ ଯାଇପାରିବ। ବର୍ତ୍ତମାନ କେବଳ ଭଏସ୍ କଲିଂର ସୁବିଧା ଏଥିରେ ଉପଲବ୍ଧ ରହିଛି।

ଫିଚର

କନଫରେନ୍ସ କଲ୍ ସହ ‘ଜିଓ ଗ୍ରୁପ ଟକ୍’ ଆପରେ ଲେକ୍ଚର ମୋଡ୍ ଏବଂ ମ୍ୟୁଟ୍ ପାର୍ଟିସିପେଣ୍ଟସ୍ ଭଳି ଫିଚର ଦିଆଯାଇଛି। ଏହି ଫିଚର ମାଧ୍ୟମରେ ଆପଣ ଚାହିଁଲେ ଯେକୈାଣସି ଗ୍ରାହକଙ୍କୁ ମ୍ୟୁଟ୍ କରିପାରିବେ। ଏହି ଆପର ଫାଇଦା ହେଉଛି ଏହି ଆପ୍ ଜରିଆରେ ଆପଣ ଲ୍ୟାଣ୍ଡଲାଇନର ଗ୍ରାହକଙ୍କୁ ମଧ୍ୟ କନେକ୍ଟ କରିପାରିବେ। କନଫରେନ୍ସ କଲ କରିବା ପାଇଁ ଆପଣଙ୍କ ମୋବାଇଲ୍ କିମ୍ବା ଫୋନ  କଣ୍ଟାକ୍ଟ ଲିଷ୍ଟରେ ସମସ୍ତ ମେମ୍ବରଙ୍କ ନମ୍ବର ସେଭ୍ କରିବା ଦରକାର। ନମ୍ବର ସେଭ୍ କରିବା ପରେ ହିଁ ଆପଣ ଏହି ଫିଚରର ଲାଭ ଉଠାଇ ପାରିବେ।

 

ହ୍ଵାଟସଅପ୍ କୁ ଟକ୍କର

ରିଲାଏନ୍ସ ଜିଓର ଏହି ଗ୍ରୁପ ଟକ୍ ଆପର ସିଧା ମୁକାବିଲା ହ୍ଵାଟସଅପ୍ ସହ ହେବ। ‘ଜିଓ ଟକ୍ ଆପ’ରେ ଆପଣ ସାଙ୍ଗମାନଙ୍କ ସହିତ ଚ୍ୟାଟ୍ କରିବା ସହିତ ଫଟୋ ସେୟାର ଏବଂ ଭିଡିଓ କଲିଙ୍ଗ ଭଳି ଫିଚରର ଲାଭ ଉଠାଇ ପାରିବେ। ହ୍ଵାଟସଆପ୍ ଗତ ବର୍ଷ ନିଜ ଆପରେ ଗ୍ରୃପ୍ ଭିଡିଓ କଲିଙ୍ଗର ଫିଚର ଆରମ୍ଭ କରିଥିଲା। ଏହି ଫିଚର ଯୋଡ଼ିବା ପରେ ଗ୍ରାହକ ଏକାଠି ୪ଜଣଙ୍କ  ସହ କଥା ହୋଇପାରୁଛନ୍ତି। 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon