ଅନଲାଇନରେ ମିଳିବନି ମାର୍ଚ୍ଚ 8ର ଭାରତ-ଅଷ୍ଟ୍ରେଲିଆ ମ୍ୟାଚ ଟିକଟ

Friday, March 1, 2019

(ବେତାର ବ୍ୟୁରୋ) ଆସନ୍ତା ମାର୍ଚ୍ଚ 8 ତାରିଖରେ ଝାଡଖଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆ  ତୃତୀୟ ଦିନିକିଆ ମ୍ୟାଚ ଟିକଟ ଅନଲାଇନରେ ବିକ୍ରି ହେବ ନାହିଁ ବୋଲି ଝାଡଖଣ୍ଡ ଷ୍ଟେଟ କ୍ରିକେଟ

ଆସୋସିଏସନ ତରଫରୁ କୁହାଯାଇଛି । ଏହି ମ୍ୟାଚକୁ ଝାଡଖଣ୍ଡର ଅଧିବାସୀମାନେ କିପରି ଅଧିକ

ସଂଖ୍ୟାରେ ଦେଖିପାରିବେ ସେଥିପାଇଁ ଏଭଳି ନିଷ୍ପତ୍ତି ଆସୋସିଏସନ ତରଫରୁ ନିଆଯାଇଛି । 

 

ଝାଡ଼ଖଣ୍ଡ ଷ୍ଟେଟ କ୍ରିକେଟ ଆସୋସିଏସନର ପ୍ରବନ୍ଧକ କହିଛନ୍ତି ଯେ,ଏହି ମ୍ୟାଚର ଟିକେଟ ପାଇଁ ଦର୍ଶକଙ୍କୁ ଧାଡିରେ ଠିଆ ହୋଇ କାଉଣ୍ଟରରୁ ଟିକେଟ ନେବାକୁ ପଡିବ ଓ ଆଗ୍ରହୀ ଦର୍ଶକମାନେ ଏହାକୁ ଘରେ ବସି ଅନଲାଇନରେ ବୁକ୍ କରିପାରିବେ ନାହିଁ। ଏଭଳି ନିଷ୍ପତ୍ତି କ୍ରିକେଟ ଫ୍ୟାନଙ୍କୁ ବହୁତ ନିରାଶ କରିଛି । ସେମାନଙ୍କ କହିବା ଅନୁଯାୟୀ ବର୍ତ୍ତମାନ ଏହି ମ୍ୟାଚର ଟିକେଟ ନେବା ସେମାନଙ୍କ ପାଇଁ ସହଜ ହେବ ନାହିଁ।

ତେବେ ଏପରି ନିଷ୍ପତ୍ତି ପଛର କାରଣ ଦର୍ଶାଇ ଝାଡ଼ଖଣ୍ଡ ଷ୍ଟେଟ କ୍ରିକେଟ ଆସୋସିଏସନର ପ୍ରବନ୍ଧକ କହିଛନ୍ତି , ଝାଡ଼ଖଣ୍ଡର ଦର୍ଶକଙ୍କୁ ଯେପରି ଅଧିକରୁ ଅଧିକ ଟିକେଟ ମିଳିବ ସେନେଇ ଏପରି ନିଷ୍ପତ୍ତି ନିଆଯାଇଛି ।  ଅନଲାଇନରେ ଟିକେଟ ମିଳିଯାଉଥିବାରୁ ଅନ୍ୟ ରାଜ୍ୟର ଦର୍ଶକମାନେ ଅଧିକ ପରିମାଣରେ ଟିକେଟ ବୁକ୍ କରିନେଉଛନ୍ତି, ଫଳରେ ସ୍ଥାନୀୟ  କ୍ରିକେଟ ପ୍ରେମୀଙ୍କୁ ଅଧିକ ଟିକେଟ ମିଳିପାରୁନାହିଁ ।  ଟିକେଟ କାଉଣ୍ଟରରୁ ଟିକେଟ ବିକ୍ରି ହେବା ଦ୍ଵାରା ସ୍ଥାନୀୟ ଦର୍ଶକଙ୍କୁ ଅଧିକରୁ ଅଧିକ ଟିକେଟ ମିଳିପାରିବ ବୋଲି ଅସସୋସିଏସନ ତରଫରୁ ଦର୍ଶା ଯାଇଛି । 

 

ଟିକେଟ ପାଇଁ ଅଙ୍ଗୁଳି ଚିହ୍ନ

ଏହା ସହିତ ଟିକେଟର କଳାବଜାରୀ ରୋକିବା ପାଇଁ ପୁରୁଷ ଓ ମହିଳାଙ୍କର ଡାହାଣ ହାତ ଆଙ୍ଗୁଳିରେ ଚିହ୍ନ ଲଗାଇବାର ମଧ୍ୟ ପ୍ରସ୍ତୁତି କରାଯାଇଛି। ଏହି ଜେଏସସିଏ ଷ୍ଟାଡିୟମରେ ପ୍ରାୟ 40ହଜାର ଦର୍ଶକ ବସିବାର କ୍ଷମତା ରହିଛି।

 

ଅଷ୍ଟ୍ରେଲିଆ ସହିତ  ଦିନିକିଆ କ୍ରିକେଟ ସିରିଜ ମାର୍ଚ୍ଚ 2 (ଶନିବାର)ରୁ ଆରମ୍ଭ ହେବ। ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଟି20 ସିରିଜରେ ଅଷ୍ଟ୍ରେଲିଆ ଭାରତକୁ  ପରାସ୍ତ କରି ସିରିଜ ବିଜୟୀ ହୋଇଛି। ଏପରି ସମୟରେ ଦିନିକିଆ ସିରିଜରେ ବିଜୟ ହେବା ପାଇଁ ଭାରତ ଲକ୍ଷ୍ୟ ରଖିଛି। ଏଥିପାଇଁ ଦିନିକିଆ ସିରିଜକୁ ନେଇ ଦର୍ଶକଙ୍କ ମଧ୍ୟରେ ମଧ୍ୟ ଉତ୍କଣ୍ଠା ରହିଛି।  

 

ଏହି ଦିନିକିଆ ସିରିଜର ପ୍ରଥମ ମ୍ୟାଚ ମାର୍ଚ୍ଚ 2 ତାରିଖ ରାଜୀବ ଗାନ୍ଧୀ ଇଣ୍ଟରନାସିନାଲ ଷ୍ଟାଡିୟମ, ହାଇଦ୍ରାବାଦରେ ଅପରାହ୍ନ 1.30 ସମୟରେ ଖେଳାଯିବ। ସିରିଜର ଦ୍ଵିତୀୟ ମ୍ୟାଚ ମାର୍ଚ୍ଚ 5 ରେ ନାଗପୁରରେ, ତୃତୀୟ ମ୍ୟାଚ ମାର୍ଚ୍ଚ 8 ରେ ରାଞ୍ଚିରେ, ଚତୁର୍ଥ ମ୍ୟାଚ ମାର୍ଚ୍ଚ 10 ରେ ମୁମ୍ବାଇରେ ଓ ପଞ୍ଚମ ମ୍ୟାଚ ମାର୍ଚ୍ଚ 13ରେ ଦିଲ୍ଲୀରେ ଖେଳାଯିବ।

 

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon