ପାକିସ୍ତାନରୁ ସ୍ଵଦେଶ ଫେରିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ

 

(ବେତାର ବ୍ୟୁରୋ) ବହୁ ପ୍ରତୀକ୍ଷାର ଅବସାନ ଘଟାଇ ଶେଷରେ ଭାରତୀୟ ବ୍ୟାୟୁ ସେନାର ୱିଙ୍ଗ କମାଣ୍ଡର ଅଭିନନନ୍ଦନଙ୍କୁ ଫେରାଇଛି ପାକିସ୍ତାନ । କମାଣ୍ଡର ଅଭିନନ୍ଦନଙ୍କୁ ଯୁଦ୍ଧ ବନ୍ଦୀ ହିସାବରେ ଗ୍ରହଣ କରାଯିବ ନା ସାଧାରଣ ନାଗରିକ ଭାବେ ଗ୍ରହଣ କରାଯିବ ସେ ନେଇ ଦ୍ଵନ୍ଦ ଉପୁଜିଥିଲା , ଯାହାକି ବିଳମ୍ବର କାରଣ  ହେଇଥିଲା । ଶେଷରେ କମାଣ୍ଡର ଅଭିନନ୍ଦନଙ୍କୁ ଏକ ଅସ୍ଥାୟୀ ପାସପୋର୍ଟ ଓ ଭିସା ବଳରେ ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ପାକିସ୍ତାନରୁ ଭାରତକୁ ହସ୍ତାନ୍ତର କରାଯାଇଥିଲା ।

 

ପାକିସ୍ତାନୀ ସେନାର ପ୍ରାୟ ଦଶଟି ଗାଡି ରେ କଡା ସୁରକ୍ଷା ବଳୟରେ କମାଣ୍ଡର ଅଭିନନ୍ଦନଙ୍କୁ ଅଣାଯାଇଥିଲା । କମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ତାନୀ ସେନାର ପ୍ରମୁଖ ଅଧିକାରୀ ୱାଘା-ଅଟାରୀ ସୀମାଠାରେ ବିଦାୟ ଦେଇଥିଲେ ଓ ଭାରତୀୟ ସମୟ 9.30ରେ ସେ ଭାରତ ସୀମାରେ ପ୍ରବେଶ କରିଥିଲେ।

ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ପଞ୍ଜାବର ଅମୃତସର ପାଖରେ ଥିବା ୱାଘା-ଅଟ୍ଟାରି ବର୍ଡରରେ ପାକିସ୍ତାନୀ ସେନା ଭାରତୀୟ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଆଣି ଭାରତକୁ  ହସ୍ତାନ୍ତର କରିଥିଲେ ।  ସେଠାରେ ଭାରତୀୟ ବାୟୁସେନାର ପ୍ରତିନିଧି ଦଳ ଅଭିନନ୍ଦନଙ୍କୁ ସ୍ୱାଗତ କରିଥିଲେ। ସେଠାରୁ ତାଙ୍କୁ ତୁରନ୍ତ ନିକଟସ୍ଥ ବିମାନ ବନ୍ଦରରୁ ଦିଲ୍ଲୀ ପଠାଯାଇଥିଲା।

 

ଭାରତର ବୀରପୁତ୍ର ଅଭିନନ୍ଦନଙ୍କୁ ସ୍ଵାଗତ କରିବା ପାଇଁ ଦେଶବାସୀ ବହୁତ ଉତ୍ସାହର ସହ ୱାଘା ବର୍ଡର ପାଖରେ ଉପସ୍ଥିତ ଥିଲେ। ତେବେ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ବର୍ଡରରେ ପ୍ରତିଦିନ ହେଉଥିବା ଧ୍ଵଜାବତରଣ ସମାରୋହକୁ ବାତିଲ କରାଯାଇଥିଲା।

 

ତେବେ ପାକିସ୍ତାନ ତରଫରୁ ଭାରତକୁ ଅନୁରୋଧ କରାଯାଇଥିଲା ଯେ ଧ୍ଵଜାବରଣ ସମାରୋହ (ବିଟିଙ୍ଗ ରିଟ୍ରିଟ) ସମୟରେ ଏହି ପାଇଲଟଙ୍କୁ ପ୍ରତ୍ୟର୍ପଣ କରାଯିବା ପାଇଁ , ଯାହାକୁ ଭାରତ ପ୍ରତ୍ୟାଖ୍ୟାନ କରିଦେଇଥିଲା । ହେଲେ ପାକିସ୍ତାନ ଏକଥା ନ ଶୁଣି ନି ସୀମାରେ ରେ  ଏକୁଟିଆ ବିଟିଙ୍ଗ ରିଟ୍ରିଟ ସମାରୋହର ଆୟୋଜନ କରିଥିଲା ଓ ଏହା ପରେ ଭାରତୀୟ ପାଇଲଟଙ୍କୁ ଭାରତୀୟ ସୀମା ସୁରକ୍ଷା ବଳକୁ ହସ୍ତାନ୍ତରିତ କରାଯାଇଥିଲା ।

 

କାହିଁକି ହେଲା ବିଳମ୍ବ

ଶୁକ୍ରବାର ଦିନ ସକାଳେ ଅଭିନନ୍ଦନଙ୍କୁ ଆଣିବା ପାଇଁ ସମସ୍ତ ଆବଶ୍ୟକୀୟ କାଗଜପତ୍ର ପ୍ରକ୍ରିୟା ପୂରଣ କରାଯାଇଥିଲା। ହେଲେ ଏଥିରେ ଅନେକ ବିଳମ୍ବ ହେଇଥିଲା । 

 

ଏହାପରେ 4ଟା ପରେ କମାଣ୍ଡର ଅଭିନନ୍ଦନଙ୍କ କାଗଜପତ୍ର କାମ ପୁଣି ଥରେ ପାକିସ୍ତାନ ସୀମା ଅଫିସରେ ହେଇଥିଲା । ଏହାର କାରଣ କମାଣ୍ଡର ଅଭିନନ୍ଦନ ବିନା କୌଣସି ଭିସା ଓ ପାସପୋର୍ଟରେ ପାକିସ୍ତାନ ସୀମାରେ ଅବତରଣ କରିଥିଲେ  ସେଥିପାଇଁ ସେଠାରୁ ଫେରିବା ସମୟରେ ପାକିସ୍ତାନରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ତରଫରୁ ଅଧିକାରୀମାନେ କମାଣ୍ଡର ଅଭିନନ୍ଦନଙ୍କ ସମସ୍ତ କାଗଜପତ୍ର ପ୍ରସ୍ତୁତ କରି ପାକିସ୍ତାନୀ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଥିଲେ ପାକିସ୍ତାନର ବିଟିଙ୍ଗ ରି ଟ୍ରିଟକାର୍ଯ୍ୟକ୍ରମପରେ ଏହିସବୁ ପ୍ରକ୍ରିୟା ପୂରଣ ହେଇଥିବାରୁ କମାଣ୍ଡର ଅଭିନନ୍ଦନଙ୍କ ଭାରତ ଆଗମନରେ କିଛି ଘଣ୍ଟା ବିଳମ୍ବ ହେଇଥିଲା ।  

 

 

ଅଭିନନ୍ଦନଙ୍କୁ ଆଣିବା ପାଇଁ ଯେତେବେଳେ ତାଙ୍କ ବାପା ଏବଂ ମା’ ଚେନ୍ନାଇରୁ ଦିଲ୍ଲୀ ଏୟାରପୋର୍ଟ ପହଞ୍ଚିଥିଲେ, ସେତେବେଳେ ଫ୍ଲାଇଟରେ ଥିବା ଲୋକମାନେ ତାଙ୍କର କରତାଳିର ସହ ସ୍ୱାଗତ କରିଥିଲେ। ଅଭିନନ୍ଦନଙ୍କ ପିତା ଜଣେ ଅବସର ପ୍ରାପ୍ତ ଏୟାର ମାର୍ସଲ। ତାଙ୍କ ଭାଇ ଓ ତାଙ୍କ ପତ୍ନୀ ମଧ୍ୟ ଭାରତୀୟ ସେନାରେ କାମ କରିସାରିଛନ୍ତି।

 

କିପରି ହେଇଥିଲା ପାକିସ୍ତାନରେ ପ୍ରବେଶ 

ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନ ବୁଧବାର ପାକିସ୍ତାନ ଅଧିକୃତ କଶ୍ମୀର ଅଞ୍ଚଳରେ ଭୁଲ ବଶତଃ ଅବତରଣ କରିଥିଲେ । ଭାରତୀୟ ସୀମା ଭିତରକୁ ପଶି ଆସିଥିବା ପାକିସ୍ତାନ ଯୁଦ୍ଧ ବିମାନ ଏଫ-୧୬କୁ ଧ୍ୱଂସ କରିବା ପାଇଁ ପିଓକେ ଭିତରକୁ ସେ ପଶିଯାଇଥିଲେ । ତାଙ୍କୁ ସେଠାରୁ ପାକିସ୍ତାନ ସେନା ଗିରଫ କରି ନେଇଥିଲା । ପାକିସ୍ତାନ କବଜାରେ ଭାରତୀୟ ପାଇଲଟ୍ ଥିବା ନେଇ ଭିଡିଓ ଭାଇରାଲ ହେବା ପରେ ନିସର୍ତ୍ତରେ ତାଙ୍କୁ ମୁକ୍ତ କରିବାକୁ ଭାରତ ସରକାର ଦାବି କରିଥିଲେ ।

 

ପ୍ରବଳ ଆନ୍ତର୍ଜାତୀକ ଚାପ ଓ ଭାରତର ଯୁଦ୍ଧ ପ୍ରସ୍ତୁତି ଦେଖି ଶେଷରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଶୁକ୍ରବାର ଅଭିନନ୍ଦନଙ୍କୁ ମୁକ୍ତ କରିବେ ବୋଲି ଗୁରୁବାର ପାକିସ୍ତାନ ସଂସଦରେ ଘୋଷଣା କରିଥିଲେ ।

 

ଭାରତୀୟ ପାଇଲଟ୍ ଅଭିନନ୍ଦନ ବର୍ତମାନଙ୍କୁ ପାକିସ୍ତାନ ମାତ୍ର ଗୋଟିଏ ଦିନରେ ଓ ବିନା ସର୍ତ୍ତରେ ଛାଡିବା ନେଇ ଘୋଷଣା କରିବା ପରେ, ପାକିସ୍ତାନ ସରକାର କାହିଁକି ଏତେ ଉଦାରତା ଦେଖାଇଲା ସେନେଇ ସବୁଠାରେ ଚର୍ଚ୍ଚା ହୋଇଥିଲା। ତେବେ ସୂଚନା ଅନୁଯାୟୀ ଆମେରିକା, ସାଉଦି ଆରବ ଓ ୟୁନାଇଟେଡ୍ ଆରବ ଏମିରେଟସର ପ୍ରବଳ ଚାପ ଯୋଗୁଁ ପାକିସ୍ଥାନ ମୁଣ୍ଡ ନୁଆଁଇବା ପାଇଁ ଏକ ପ୍ରକାର ବାଧ୍ୟ ହୋଇଥିଲା।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon