ସାପ୍ତାହିକ ରାଶିଫଳ : କେଉଁ ରାଶି ପାଇଁ ଯୁକ୍ତିତର୍କ କରିବା ମନା

(ବେତାର ବ୍ୟୁରୋ) ଚଳିତ ସପ୍ତାହ (ମାର୍ଚ୍ଚ4-ମାର୍ଚ୍ଚ 10)ର ଆରମ୍ଭ ତ୍ରୟୋଦାଷୀ ତିଥି, କୃଷ୍ଣପକ୍ଷ ଓ ଶ୍ରବଣ ନକ୍ଷତ୍ରରୁ ହେଉଛି। ଏହି ସମୟରେ ଚନ୍ଦ୍ର ମକର ରାଶିରେ ଅବସ୍ଥାନ କରିବେ। ଏହାସହିତ ଏହି ସପ୍ତାହର ଅନ୍ତ ଚତୁର୍ଥୀ ତିଥି, ଶୁକ୍ଳପକ୍ଷ ଓ ଅଶ୍ଵିନୀ (କେତୁ) ନକ୍ଷତ୍ର ସହିତ ହେବ ଓ ଏହି ସମୟରେ ଚନ୍ଦ୍ର ମେଷ ରାଶିରେ ଅବସ୍ଥାନ କରିବେ। ଅର୍ଥାତ ଏହି ସପ୍ତାହରେ ଚନ୍ଦ୍ର ମକର, କୁମ୍ଭ, ମୀନ ଓ ମେଷ ରହି ଦେଇ ଗତି କରିବେ ଓ ଏହି ସମୟରେ ସୂର୍ଯ୍ୟ, ବୁଧ ଓ ମଙ୍ଗଳ ଗ୍ରହ ସହିତ କିଛି ସମୟ ପାଇଁ ଏକତ୍ର ଅବସ୍ଥାନ କରିବେ। ଏହି ସପ୍ତାହରେ ରାହୁ-କେତୁ ଚଳନ ପ୍ରାୟ ଦେଢ଼ ବର୍ଷ ପରେ ହେଉଥିବାରୁ  ଚଳିତସପ୍ତାହର ମହତ୍ତ୍ଵ ବହୁତ ଅଧିକ ରହିଛି। ଏହାର ପ୍ରଭାବ ସମସ୍ତ 12ଟି ରାଶି ଉପରେ ପଡିବ।

 

ମେଷ: ନିଜ ବ୍ୟବହାର ଉପରେ ନିୟନ୍ତ୍ରଣ ରଖନ୍ତୁ। ନିଜ ରାଗକୁ ଅନ୍ୟ ଆଗରେ ପ୍ରଦର୍ଶନ ନକରି ଏହାକୁ ନିଜର ଶକ୍ତି ଭାବରେ ବ୍ୟବହାର କରନ୍ତୁ। କର୍ମକ୍ଷେତ୍ରରେ ସୁଫଳ ମିଳିବ। ଆୟ ବୃଦ୍ଧି ପାଇବ। ପାରିବାରିକ ଜୀବନରେ ସୁଖଶାନ୍ତି ଭରିଯିବ। ସପ୍ତାହର ଅନ୍ତରେ ଖର୍ଚ୍ଚ ବଢିପାରେ।

 

ବୃଷ: ଏହି ସପ୍ତାହରେ ଆପଣ ବହୁତ ବ୍ୟସ୍ତ ରହିବେ। ଏକାଧିକ ଦୁରସ୍ଥାନକୁ ଯାତ୍ରା କରିବେ। ବ୍ୟୟ ବଢିବ। ପିତାଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ। ଜୀବନସାଥୀ କୌଣସି କାମରେ ବିଦେଶ ଯାତ୍ରା କରିବେ। ଭାଇଭଉଣୀଙ୍କ ସହଯୋଗ ପାଇବେ।

 

ମିଥୁନ: ପରିବାର ପ୍ରତି ଆପଣଙ୍କ କର୍ତ୍ତବ୍ୟକୁ ଭଲ ଭାବରେ ସମ୍ପନ୍ନ କରିପାରିବେ ନାହିଁ। ରାଜନୈତିକ କ୍ଷେତ୍ରରେ ସଫଳତା ମିଳିବ। ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ଆପଣଙ୍କ ରୁଚି ବଢିବ। କର୍ମକ୍ଷେତ୍ରରେ କୌଣସି ପ୍ରକାରର ଯୁକ୍ତିତର୍କ କରନ୍ତୁ ନାହିଁ।

 

କର୍କଟ: ବ୍ୟାପାରରେ ସଫଳତା ମିଳିବ। ମାତ୍ର ଆପଣଙ୍କ ମନ ଅଶାନ୍ତ ରହିପାରେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାକୁ ପଡିବ। ବିଦେଶ ଯାତ୍ରାର ସୁଯୋଗ ରହିଛି ଓ ଆପଣଙ୍କ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇପାରେ। ଅଯଥା ଖର୍ଚ୍ଚ

କରନ୍ତୁ ନାହିଁ।

 

ସିଂହ: ଏହି ସପ୍ତାହରେ ଆପଣଙ୍କୁ ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ପଡିବ। ମାତ୍ର ସପ୍ତାହର ଶେଷରେ ଧନଲାଭର ଯୋଗ ରହିଛି। ମହିଳାଙ୍କ ସହିତ ଉତ୍ତମ ବ୍ୟବହାର କରନ୍ତୁ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ସୁଫଳ ପାଇବେ। ପରିବାର ମଧ୍ୟରେ ଶାନ୍ତି ବଜାୟ ରହିବ।

 

କନ୍ୟା: ସ୍ୱାସ୍ଥ୍ୟରେ ଅବନତି ଘଟିବ। ଆର୍ଥିକ ଲାଭ ମିଳିବ। କର୍ମକ୍ଷେତ୍ରରେ ହଠାତ ପରିବର୍ତ୍ତନ ଦେଖାଦେବ। ନିଜର ବୁଦ୍ଧି ବଳରେ କଠିନ କାର୍ଯ୍ୟକୁ ସହଜରେ କରିପାରିବେ। ପରିବାର ମଧ୍ୟରେ ଅଶାନ୍ତି ଦେଖାଦେବ। ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

 

ତୁଳା: କୌଣସି ତୀର୍ଥସ୍ଥାନକୁ ଯାତ୍ରା ଯୋଗ ରହିଛି। ପିତାଙ୍କ ସହ କୌଣସି କଥାନେଇ ମତଭେଦ ହୋଇପାରେ। ପରିବାର ମଧ୍ୟରେ ଲାଗିରହିଥିବା ସମସ୍ୟା ଦୂର ହେବ। କର୍ମକ୍ଷେତ୍ରରେ  ପଦୋନ୍ନତି ମିଳିପାରେ। ଅଧିକ ଖର୍ଚ୍ଚ କରିପାରନ୍ତି।

 

ବିଛା: ଧନହାନୀର ଯୋଗ ରହିଛି। ଯାନବାହାନ ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ ଓ ନିଜ ଖାଦ୍ୟପେୟ ପ୍ରତି ସଚେତନ ରୁହନ୍ତୁ। ଛାତ୍ରଛାତ୍ରୀମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ସନ୍ତାନଙ୍କ ବ୍ୟବହାରକୁ ନେଇ ଚିନ୍ତିତ ରହିବେ।

 

ଧନୁ: ଧାର୍ମିକ କାର୍ଯ୍ୟ ପ୍ରତି ମନବଳାଇବେ। ବ୍ୟାପାରରେ ଉନ୍ନତି ହେବ। ମାତାଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ। ଛୋଟ ଛୋଟ କଥାରେ ବିରକ୍ତ ହେବେ ଓ ପରିବାର ମଧ୍ୟରେ ଅଶାନ୍ତି ଦେଖାଦେବ। କର୍ମକ୍ଷେତ୍ରରେ ସଫଳତା ପାଇବେ।

 

ମକର: ବିଦେଶ ଯାତ୍ରା ଯୋଗ ରହିଛି। ଖର୍ଚ୍ଚ ବୃଦ୍ଧି ପାଇବ। ଛାତ୍ରଛାତ୍ରୀମାନଙ୍କୁ ପ୍ରତିଯୋଗୀତାମୂଳକ ପରୀକ୍ଷାରେ ସଫଳତା ମିଳିବ। କୋର୍ଟକଚେରୀ ମାମଲାରେ ବିଜୟୀ ହେବେ। ନୂତନ ଯାନବାହାନ କିଣିପାରନ୍ତି। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ପାଇବେ।

 

କୁମ୍ଭ: ଆୟ ସହିତ ଆପଣଙ୍କ ବ୍ୟୟ ମଧ୍ୟ ବୃଦ୍ଧି ପାଇବ। ଅନେକ ଦିନ ଧରି ଲାଗିରହିଥିବା ରୋଗରୁ ମୁକ୍ତି ମିଳିବ। ପରିବାର ମଧ୍ୟରେ ଶାନ୍ତି ବଜାୟ ରହିବ।  ଛାତ୍ରଛାତ୍ରୀଙ୍କୁ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ। ଆତ୍ମବିଶ୍ଵାସ ବୃଦ୍ଧି ପାଇବ।

 

ମୀନ: ନିଜ ସ୍ୱାସ୍ଥ୍ୟ ସହିତ ନିଜ କଥାବାର୍ତ୍ତା ଉପରେ ଧ୍ୟାନ ରଖନ୍ତୁ। ବ୍ୟବସାୟରେ କିଛି ସମସ୍ୟା ଦେଖାଦେଇ ପାରେ। ଧୈର୍ଯ୍ୟର ସହ ସମସ୍ତ କାର୍ଯ୍ୟ କରନ୍ତୁ। ବହୁ ସମୟରୁ ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ। ପରିବାର ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇପାରେ।

 

 (ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon