ଘରେ ମୂଷା ବୁଲୁଛନ୍ତି କି ? ଜାଣନ୍ତୁ ଘରୋଇ ଉପାୟ

Wednesday, March 6, 2019

ଘରେ ମୂଷା ପଶିଗଲେ, ଆପଣ ସମସ୍ୟାରେ ପଡ଼ିଥା’ନ୍ତି। ସମସ୍ତ ଖାଇବା ଜିନିଷ ଏବଂ କପଡାକୁ ମୂଷା କାଟିବାରେ ଲାଗିଥାଏ। ଏହାଛଡା ରୋଷେଇ ଘରେ ମୂଷାର ପ୍ରବେଶ ନାନାଦି ରୋଗର କାରଣ ହେଇଥାଏ । 

ଅବଶ୍ୟ ବଜାରରେ  ମୂଷାଜନ୍ତା, ମୂଷା ବିଷ ଓ ମୂଷା ଅଠା ଇତ୍ୟାଦି ମିଳୁଛି । ତେବେ ବେଳେବେଳେ ଏଗୁଡିକ ବ୍ୟବହାର କରିବା ପରେ ମଧ୍ୟ ପୁଣି ନୂଆ ମୂଷା ଦେଖାଯାଏ ।  ସଫା କରିବା ପରେ ଯଦି ଆପଣଙ୍କ ଘରୁ ମୂଷା ବାହାରକୁ ଯାଉନାହାନ୍ତି, ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଆସନ୍ତୁ ଜାଣିବା ଏପରି କିଛି ଘରୋଇ ଉପାୟ , ଯାହାକୁ ବ୍ୟବହାର କଲେ ଆପଣ ମୂଷାମାନଙ୍କଠାରୁ ରକ୍ଷା ପାଇପାରିବେ।

 

ପିପରମିଣ୍ଟ : ମୂଷା ମାନଙ୍କୁ ତୀବ୍ର ଗନ୍ଧ ଆଦୌ ପସନ୍ଦ ଆସି ନ ଥାଏ, ଖାସ କରି ପିପରମିଣ୍ଟର ଗନ୍ଧ । ସେଥିପାଇଁ ଘରର ପ୍ରତ୍ୟେକ କୋଣରେ ଅଳ୍ପ  ତୁଳାରେ କିଛି ପରିମାଣର ପିପରମିଣ୍ଟ ରଖିଦିଅନ୍ତୁ , ମୂଷାର ପ୍ରବେଶ କମିଯିବ ।

 

ତେଜପତ୍ର: ଖାଇବାରେ ସ୍ୱାଦ ବଢ଼ାଉଥିବା ତେଜ ପତ୍ର ମୂଷାମାନଙ୍କ ଶତ୍ରୁ। ଏହାର କଡ଼ା ବାସ୍ନା ମୂଷାମାନଙ୍କୁ ସମସ୍ୟାରେ ପକାଇଥାଏ। ଏଥିପାଇଁ ଆପଣଙ୍କ ଘରର ଯେଉଁ ସ୍ଥାନରେ ଅଧିକ ମୂଷା ହେଉଛନ୍ତି, ସେଠାରେ ତେଜପତ୍ର ରଖି ଦିଅନ୍ତୁ। ମୂଷା ରହିବେ ନାହିଁ।

 

ପିଆଜ: ପିଆଜର ଗନ୍ଧକୁ ମୂଷାମାନେ ସହି ପାରନ୍ତି ନାହିଁ। ଯେଉଁ ସ୍ଥାନରେ ପିଆଜ ରହିଥାଏ, ସେଠାରୁ ମୂଷାମାନେ ଦୂରକୁ ଚାଲି ଯାଇଥା’ନ୍ତି। ଏଥିପାଇଁ ଯେଉଁ ସ୍ଥାନରେ ମୂଷା ଅଧିକ ହେଉଛି, ସେଠାରେ ପିଆଜକୁ କାଟି ରଖିଦିଅନ୍ତୁ। ଏପରି କିଛି ଦିନ କରିବା ପରେ ଦେଖିବେ ମୂଷା ଶୀଘ୍ର ଘରୁ ବାହାରିଯିବେ।

 

ପୋଦିନା: ପୋଦିନା ପତ୍ରର ବାସ୍ନାକୁ ମୂଷାମାନେ ଘୃଣା କରନ୍ତି। ଘରୁ ମୂଷାଙ୍କୁ ବିଦା କରିବା ପାଇଁ ପୋଦିନା ପତ୍ରକୁ ତୁଳାରେ ଗୁଡ଼ାଇ ମୂଷା ଆସୁଥିବା ସ୍ଥାନରେ ରଖିଦିଅନ୍ତୁ। ଏହା ବ୍ୟତୀତ ଆପଣ ପୋଦିନା ପତ୍ରକୁ ବାଟି ଏହାର ଲେପକୁ  ଝରକା ଏବଂ କବାଟରେ ଲଗାଇ ଦିଅନ୍ତୁ। ଏପରି କଲେ ଘରେ ମୂଷା ରହିବେ ନାହିଁ । 

 

 

ପେଚା ପର: ମୂଷାଙ୍କୁ ଘରୁ ବାହାର କରିବା ପାଇଁ ଆପଣ ପେଚା ପରର ମଧ୍ୟ ସାହାଯ୍ୟ ନେଇପାରିବେ। ପେଚା ପରକୁ ଦେଖି ମୂଷାମାନ ଡରି ଯାଇଥା’ନ୍ତି। ଯେଉଁ ଘରେ ପେଚାର ପର ରହିବ, ସେଠାକୁ ମୂଷା ଭୁଲ୍‌ରେ ମଧ୍ୟ ପ୍ରବେଶ କରିବେ ନାହିଁ।

 

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon