ଗ୍ରହ ଚଳନ: ରାହୁ-କେତୁର ରାଶି ପରିବର୍ତ୍ତନ, କଣ ରହିବ ପ୍ରଭାବ

Thursday, March 7, 2019

 

(ବେତାର ବ୍ୟୁରୋ) ହିନ୍ଦୁ ଜ୍ୟୋତିଷ ଶାସ୍ତ୍ରରେ ରାହୁ ଓ କେତୁ ଗ୍ରହକୁ ପାପୀ ଗ୍ରହର ସଂଜ୍ଞା ଦିଆଯାଇଛି। କିନ୍ତୁ ଏହା ଶୁଭ ଓ ଅଶୁଭ ଉଭୟ ଫଳ ପ୍ରଦାନ କରିଥାଏ। ରାହୁ ଓ କେତୁଗ୍ରହ ପ୍ରତ୍ୟେକ 18ମାସରେ ରାଶି ପରିବର୍ତ୍ତନ କରିଥାନ୍ତି । ମାର୍ଚ୍ଚ 7, 2019 ସକାଳ 5.29ରେ କେତୁଗ୍ରହ ଧନୁ ରାଶିର ଉତ୍ତରଷାଢା ନକ୍ଷତ୍ରରେ ଗୋଚର କରିଛନ୍ତି ଓ ରାହୁ ଗ୍ରହ ମିଥୁନ ରାଶିରେ ଗୋଚର କରିଛନ୍ତି। ସେପ୍ଟେମ୍ବର 23, 2020 ସକାଳ 5.28 ପର୍ଯ୍ୟନ୍ତ ଏହି ରାଶିରେ ଅବସ୍ଥାନ କରିବେ। ଏହି ଦୁଇ ଗ୍ରହ ଗୋଚରର ପ୍ରଭାବ ସମସ୍ତ 12ଟି ରାଶି ଉପରେ ପଡିବ।

 

ମେଷ: କେେତୁ ଗୋଚର ଆପଣଙ୍କ ପାଇଁ କଷ୍ଟକାରୀ ହୋଇପାରେ। ଆର୍ଥିକ କ୍ଷତି ହୋଇପାରେ। କୌଣସି ତୀର୍ଥ ସ୍ଥାନକୁ ଯାତ୍ରା କରିପାରନ୍ତି। ପିତାଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ। ରାହୁ ଗୋଚର ଆପଣଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ ଓ ଚାକିରୀରେ ସଫଳତା ମିଳିବ।

 

ବୃଷ: ଆଧ୍ୟାତ୍ମିକ ବିଷୟ ପ୍ରତି ରୁଚି ବଢିବ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ। ଯାନବାହାନ ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଆୟ କମ ରହିବ। ନିଜର ଲୋକମାନେ ଆପଣଙ୍କ ପ୍ରତି ଖରାପ ବ୍ୟବହାର କରିପାରନ୍ତି। ରାହୁଙ୍କ ଗୋଚର ପ୍ରଭାବ ଯୋଗୁଁ ଆର୍ଥିକ କ୍ଷେତ୍ରରେ ଭାବିଛିନ୍ତି ନିଷ୍ପତ୍ତି ନିଅନ୍ତୁ। 

 

ମିଥୁନ: ବୈବାହିକ ଜୀବନରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ଜୀବନସାଥୀଙ୍କ ସହ ମତଭେଦ ହୋଇପାରେ। ସମ୍ପତ୍ତିକୁ ନେଇ ବିବାଦ ଦେଖା ଦେଇପାରେ। ରାହୁ ଗୋଚର ପ୍ରଭାବ ଯୋଗୁଁ ତରବର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଶୁଭଫଳ ପାଇଁ ଗଣେଶଙ୍କୁ ଦୁବଘାସ ଅର୍ପଣ କରନ୍ତୁ।

 

କର୍କଟ: ଏହି ଗୋଚର ସମୟରେ ଅନେକ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡିପାରେ। କାର୍ଯ୍ୟରେ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ। ସ୍ୱାସ୍ଥ୍ୟପ୍ରତି ସଚେତନ ରୁହନ୍ତୁ। ବ୍ୟୟ ବୃଦ୍ଧି  ପାଇବ। ଅନ୍ୟମାନଙ୍କ ସହ କଥା ହେବା ସମୟରେ ଶାଳୀନତା ରକ୍ଷା କରନ୍ତୁ। ଶୁଭଫଳ ପାଇଁ ହନୁମାନଙ୍କ ଆରାଧନା କରନ୍ତୁ।

 

ସିଂହ: ଆର୍ଥିକ କ୍ଷତି ସହିବାକୁ ପଡିପାରେ। କୌଣସି ବ୍ୟକ୍ତିଙ୍କ ଉପରେ ଆବଶ୍ୟକ ଠାରୁ ଅଧିକ ଭରସା କରନ୍ତୁ ନାହିଁ। ଛାତ୍ରଛାତ୍ରୀମାନେ ପାଠପଢାରେ ଅଧିକ ଧ୍ୟାନ ଦେବା ଆବଶ୍ୟକ। ରାହୁ ଗୋଚର ପ୍ରଭାବରେ କର୍ମକ୍ଷେତ୍ରରେ ସଫଳତା ମିଳିବ।

 

କନ୍ୟା: ପାରିବାରିକ ଜୀବନରେ ଅଶାନ୍ତିର ବାତାବରଣ ଦେଖାଦେବ। ମାତାଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ। କର୍ମକ୍ଷେତ୍ରରେ ଅଧିକ ବ୍ୟସ୍ତ ରହିବେ। ମାନସିକ ଦୁଃଶ୍ଚିନ୍ତା ବଢିବ। ରାହୁ ଗୋଚର ପ୍ରଭାବରେ ଆର୍ଥିକ ଲାଭ ମିଳିବ। ଶୁଭଫଳ ପାଇଁ ନୀଳ ଫୁଲ ଦାନ କରନ୍ତୁ।

 

ତୁଳା: କେତୁ ଗୋଚର ଆପଣଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ। ଚାକିରୀରେ ପଦୋନ୍ନତି ଘଟିପାରେ। ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସଫଳତା ପାଇବେ। ବିଦେଶ ଯାତ୍ରା କରିବାର ଯୋଗ ରହିଛି। 

ରାହୁ ଗୋଚର ପ୍ରଭାବରେ ପରିବାର ମଧ୍ୟରେ ଅଶାନ୍ତି ଦେଖାଦେବ। 

 

ବିଛା: ଏହି ଗୋଚର ଆପଣଙ୍କ ଅଶୁଭ ଫଳ ପ୍ରଦାନ କରିବ। ଅର୍ଥ ହାନୀର ଯୋଗ ରହିଛି। କୌଣସି ବ୍ୟକ୍ତିଙ୍କ ସହ ଝଗଡା  ହୋଇପାରେ। ପରିବାର ମଧ୍ୟରେ ଅଶାନ୍ତି ଲାଗିରହିବ। ମାନସିକ ଦୁଃଶ୍ଚିନ୍ତା ବଢିବ। କାହାଠାରୁ ଅର୍ଥ କରଜ ନିଅନ୍ତୁ ନାହିଁ।

 

ଧନୁ: ଏହି ଗୋଚରର ପ୍ରଭାବରେ ଆପଣଙ୍କୁ ମିଶ୍ରିତ ପ୍ରଭାବ ମିଳିବ। ବହୁଦିନରୁ ଲାଗିରହିଥିବା ରୋଗ ଜଟିଳ ହୋଇପାରେ। ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ରୁଚି ବଢିବ। ବୈବାହିକ ଜୀବନରେ ଅଶାନ୍ତି ଦେଖାଦେବ। ଶୁଭଫଳ ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।

 

ମକର: ଆର୍ଥିକ କ୍ଷେତ୍ରରେ କ୍ଷତି ସହିବାକୁ ପଡିବ। ବିଦେଶ ଯାତ୍ରାର ଯୋଗ ରହିଛି। ସନ୍ତାନଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। କୌଣସି ଅନୈତିକ କାର୍ଯ୍ୟ କରନ୍ତୁ ନାହିଁ। ରାହୁ ଗୋଚର ପ୍ରଭାବରେ ଚାକିରୀରେ ପଦୋନ୍ନତି ମିଳିପାରେ। 

 

କୁମ୍ଭ: କର୍ମକ୍ଷେତ୍ରରେ କଠିନ ପରିଶ୍ରମ ସଫଳତା ମିଳିବ। ଚାକିରୀରେ ପଦୋନ୍ନତି ହୋଇପାରେ।ଛାତ୍ରଛାତ୍ରୀମାନଙ୍କୁ ସଫଳତା ପାଇଁ କଠିନ  ପରିଶ୍ରମ କରିବାକୁ ପଡିବ। ସାଙ୍ଗସାଥୀଙ୍କ ସହ ହସଖୁସିରେ ସମୟ ବିତାଇବେ। 

ରାହୁ ଗୋଚର ପ୍ରଭାବରେ ଆର୍ଥିକ କ୍ଷତି ସହିବେ। 

 

ମୀନ: ଏହି ଗୋଚର ଆପଣଙ୍କ ପାଇଁ ଅନୁକୂଳ ନୁହେଁ। ମାତ୍ର ଆର୍ଥିକ କ୍ଷେତ୍ରରେ ଲାଭ ମିଳିପାରେ। ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ। କର୍ମକ୍ଷେତ୍ରରେ କାର୍ଯ୍ୟର ଭାର ବହୁତ ଅଧିକ ରହିବ। ମାତାଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ। ରାହୁ ଗୋଚର ପ୍ରଭାବରେ ବ୍ୟୟ ବୃଦ୍ଧି ପାଇବ।

 

(ବି ଦ୍ର : ଗ୍ରହ ଚଳନର ଫଳାଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ରାଶି ତଥା ଦଶା ଫଳ ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ)

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon