ଓଡିଶା ହାଇଡ୍ରୋ ପାୱାରରେ 52ଟି ଷ୍ଟେନୋ, କ୍ଲର୍କ ପଦବୀ;ଆରମ୍ଭ ଦରମା ଟ.26,400

(ବେତାର ବ୍ୟୁରୋ) ଓଡିଶା ସରକାରଙ୍କ ଅଧୀନସ୍ଥ ଓଡିଶା ହାଇଡ୍ରୋ ପାୱାର କର୍ପୋରେସନ ଲିମିଟେଡ (OHPC) ତରଫରୁ 52ଟି ଜୁନିୟର କ୍ଳର୍କ ଟ୍ରେନି ଓ ଷ୍ଟେନୋ-କମ-କମ୍ପ୍ୟୁଟର ଆସିଷ୍ଟାଣ୍ଟ ଟ୍ରେନି ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗ୍ରହୀ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ। 

 

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ 52ଟି ପଦବୀ ପ୍ରକାଶ ପାଇଛି ସେଥିମଧ୍ୟରୁ ଜୁନିୟର କ୍ଳର୍କ ଟ୍ରେନି ପାଇଁ 45ଟି ଓ ଷ୍ଟେନୋ-କମ-କମ୍ପ୍ୟୁଟର ଆସିଷ୍ଟାଣ୍ଟ ଟ୍ରେନି ପଦ ପାଇଁ 7ଟି ପଦବୀ ରହିଛି।

 

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ମାର୍ଚ୍ଚ 11 ତାରିଖରୁ ଏପ୍ରିଲ 16 ତାରିଖ ମଧ୍ୟରେ  ଆବେଦନ କରିପାରିବେ। 

 

ଦରମା

ଯୋଗ୍ୟବିବେଚିତ ପ୍ରାର୍ଥୀଙ୍କୁ ପ୍ରଥମେ ଗୋଟିଏ ବର୍ଷ ପାଇଁ ଟ୍ରେନିଙ୍ଗ ପିରିୟଡ ପାଇଁ ରଖାଯିବ ଓ ଷ୍ଟାଇପେଣ୍ଡ ପ୍ରଦାନ କରାଯିବ । ଏହି ଟ୍ରେନିଙ୍ଗ ସମୟରେ ଜୁନିୟର କ୍ଳର୍କ ଟ୍ରେନି ପ୍ରାର୍ଥୀଙ୍କୁ ମାସିକ ଟ.13,500 ଓ ଷ୍ଟେନୋ-କମ-କମ୍ପ୍ୟୁଟର ଆସିଷ୍ଟାଣ୍ଟ ଟ୍ରେନି ପ୍ରାର୍ଥୀଙ୍କୁ ମାସିକ ଟ.14,500 ଷ୍ଟାଇପେଣ୍ଡ ପ୍ରଦାନ କରାଯିବ। ଏକବର୍ଷ ପରେ ଜୁନିୟର କ୍ଳର୍କ ଟ୍ରେନି ପ୍ରାର୍ଥୀଙ୍କୁ ମାସିକ ଟ.26,400 ଓ ଷ୍ଟେନୋ-କମ-କମ୍ପ୍ୟୁଟର ଆସିଷ୍ଟାଣ୍ଟ ଟ୍ରେନି ପ୍ରାର୍ଥୀଙ୍କୁ ମାସିକ ଟ.29,200 ଦରମା ପ୍ରଦାନ କରାଯିବ।

 

ବୟସସୀମା

ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ 1 ମାର୍ଚ୍ଚ 2019 ସୁଦ୍ଧା ସର୍ବନିମ୍ନ 18ବର୍ଷ ଓ ସର୍ବାଧିକ 32ବର୍ଷ ହେବା ଆବଶ୍ୟକ। ଅନୁସୂଚିତ ଜାତି,ଜନଜାତି,ଏସ.ଇ.ବି.ସି ଓ ମହିଳା ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ କୋହଳ କରାଯାଇଛି ଓ ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ଏହାକୁ 10ବର୍ଷ କୋହଳ କରାଯାଇଛି।

 

ଶିକ୍ଷାଗତ ଯୋଗ୍ୟତା

ଜୁନିୟର କ୍ଳର୍କ ଟ୍ରେନି ଓ ଷ୍ଟେନୋ-କମ-କମ୍ପ୍ୟୁଟର ଆସିଷ୍ଟାଣ୍ଟ ପଦ ପାଇଁ ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ବୋର୍ଡ ବା ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ ଓ ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ କମ୍ପ୍ୟୁଟର ଆପ୍ଲିକେସନରେ ଡିପ୍ଲୋମା କରିଥିବା ଆବଶ୍ୟକ। ଷ୍ଟେନୋ-କମ-କମ୍ପ୍ୟୁଟର ଆସିଷ୍ଟାଣ୍ଟ ପଦ ପାଇଁ ପ୍ରାର୍ଥୀ ପ୍ରତି ମିନିଟକୁ (ଇଂରାଜୀ) 40ଟି ଶବ୍ଦ ଓ (ଓଡିଆ) 20ଟି ଟାଇପ କରିପାରୁଥିବା ଆବଶ୍ୟକ। 

 

ଆବେଦନ ଫି

ଆବେଦନ କରିବା ପାଇଁ ଫି ବାବଦରେ ପ୍ରାର୍ଥୀଙ୍କୁ ଟ.500 ପଇଠ କରିବାକୁ ପଡିବ। ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀଙ୍କୁ କୌଣସି ଆବେଦନ ଫି ଦେବାକୁ ପଡିବ ନାହିଁ। ଏହାକୁ ଆପଣ ଅନଲାଇନ ବା ଅଫଲାଇନରେ ପଇଠ କରିପାରିବେ। 

 

କିପରି ଆବେଦନ କରିବେ

ଏହି ପଦରେ ଆବେଦନ କରିବା ଆଗରୁ ପ୍ରାର୍ଥୀଙ୍କ ପାଖରେ ବୈଧ ଇ-ମେଲ ଆଇଡି, ପାସପୋର୍ଟ ଫଟୋ ଓ 

ଦସ୍ତଖତର ସ୍କାନ କପି ରଖିବାକୁ ପଡିବ। ଆବେଦନ କରିବା ପାଇଁ ଓଡିଶା ହାଇଡ୍ରୋ ପାୱାର କର୍ପୋରେସନ ଲିମିଟେଡର ଅଫିସିଆଲ ୱେବସାଇଟ http://www.ohpcltd.com ରେ ଲଗଇନ କରନ୍ତୁ। ଏହାପରେ 'recruitment' ଅପ୍ସନ ଉପରେ କ୍ଲିକ କରନ୍ତୁ। ସମସ୍ତ ଆବଶ୍ୟକୀୟ ତଥ୍ୟ ପଢିବା ପରେ apply online ଉପରେ କ୍ଲିକ କରନ୍ତୁ। ସମସ୍ତ ଆବଶ୍ୟକୀୟ ତଥ୍ୟକୁ ପୂରଣ କରି ସବମିଟ କରନ୍ତୁ। 

 

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଓଡିଶା ହାଇଡ୍ରୋ ପାୱାର କର୍ପୋରେସନ ଲିମିଟେଡର ଅଫିସିଆଲ ୱେବସାଇଟ http://www.ohpcltd.comରେ ଲଗଇନ କରିପାରିବେ।

 

 

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon