ସାପ୍ତାହିକ ରାଶିଫଳ : ଜାଣନ୍ତୁ କେଉଁ ରାଶି ପାଇଁ କରଜ ନେବା ମନା

Monday, March 11, 2019

(ବେତାର ବ୍ୟୁରୋ) ଏହି ସପ୍ତାହର ଆରମ୍ଭ ଭରଣୀ ନକ୍ଷତ୍ର (ଶୁକ୍ର) ଅନ୍ତର୍ଗତ ଶୁକ୍ଳପକ୍ଷର ପଞ୍ଚମୀ ତିଥିରେ ହେବ ଓ ଶୁକ୍ଳପକ୍ଷର ଏକାଦଶୀ ତିଥିରେ ପୁଷ୍ୟା (ଶନି) ନକ୍ଷତ୍ରରେ ସପ୍ତାହର ଅନ୍ତ ହେବ। ଏହି ସମୟରେ ଚନ୍ଦ୍ରମାର ଗୋଚର ମେଷ, ବୃଷ, ମିଥୁନ ଓ କର୍କଟ ରାଶିରେ ହେବ ଏବଂ ଏହାର ପ୍ରଭାବ ଭରଣୀ, କୃତିକା, ମୃଗଶିରା, ଆଦ୍ରା, ପୁନର୍ବସୁ ଓ ପୁଷ୍ୟା ନକ୍ଷତ୍ରରେ ପଡିବ। ଏହାସହିତ ଏହି ସପ୍ତାହରେ ସୂର୍ଯ୍ୟ ମୀନ ରାଶିରେ ଗୋଚର କରିବେ ଓ ବୁଧଗ୍ରହ କୁମ୍ଭ ରାଶିରେ ପ୍ରବେଶ କରିବେ। ଏହାର ପ୍ରଭାବ ମଧ୍ୟ ସମସ୍ତ 12ଟି ରାଶି ଉପରେ ପଡିବ।

 

ମେଷ: ଧନବୃଦ୍ଧି ହେବ। ଆପଣଙ୍କ ବୁଦ୍ଧିମତା ଯୋଗୁଁ ଲୋକମାନେ ଆପଣଙ୍କ ଆଡକୁ ଆକର୍ଷିତ ହେବେ। ମନରେ କ୍ରୋଧଭାବ ବୃଦ୍ଧି ପାଇପାରେ। ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇ ପାରନ୍ତି। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି।

 

ବୃଷ: ଦୁରସ୍ଥାନକୁ ଯାତ୍ରା ଯୋଗ ରହିଛି। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ମାନସିକ ଦୁଃଶ୍ଚିନ୍ତା ବଢିପାରେ ଓ କର୍ମକ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ବ୍ୟୟ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟପ୍ରତି ସଚେତନ ରୁହନ୍ତୁ। ଯାନବାହାନ ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

 

ମିଥୁନ: ଆୟ ବୃଦ୍ଧି ପାଇବ। ପୂର୍ବରୁ ନେଇଥିବା କରଜକୁ ସୁଝିବାରେ ସମର୍ଥ ହେବେ। ଧାର୍ମିକ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ କରିବେ। କର୍ମକ୍ଷେତ୍ରରେ ପଦୋନ୍ନତି ହେବ। ପିତାଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ। ଯାତ୍ରା ସମୟରେ କୌଣସି ବ୍ୟକ୍ତିଙ୍କ ସହ ଝଗଡା ହୋଇପାରେ।

 

କର୍କଟ: କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ଆପଣଙ୍କ ମନୋବଳ ବୃଦ୍ଧି ପାଇବ। ଅଯଥା ବିବାଦରେ ଫଶି ପାରନ୍ତି ଓ ମାନସିକ ଦୁଃଶ୍ଚିନ୍ତା ବଢିବ। ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗୀତାମୂଳକ ପରୀକ୍ଷାରେ ସଫଳତା ମିଳିବ। ଭାଗୀଦାରୀ ବ୍ୟବସାୟରେ ସାବଧାନ ରୁହନ୍ତୁ।

 

ସିଂହ: ସମସ୍ତ କାର୍ଯ୍ୟକୁ ସଂପୂର୍ଣ୍ଣ ପରାକ୍ରମ ଓ ସାହସର ସହିତ କରିବେ। ଚାକିରୀରେ ପରିବର୍ତ୍ତନ କରିପାରନ୍ତି 

ବା ସେ ବିଷୟରେ ବିଚାର କରିପାରନ୍ତି। ଧୈର୍ଯ୍ୟ ହରା ହୁଅନ୍ତୁ ନାହିଁ। ସନ୍ତାନଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ।

 

କନ୍ୟା: ପରିବାର ମଧ୍ୟରେ ଅଶାନ୍ତିର ବାତାବରଣ ରହିବ। ମନ ଅଶାନ୍ତ ରହିବ। ମାତାପିତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ବ୍ୟବସାୟରେ ଉନ୍ନତି ହେବ। ସନ୍ତାନଙ୍କ ସଫଳତାକୁ ନେଇ ଗର୍ବ ଅନୁଭବ କରିବେ। କାର୍ଯ୍ୟକ୍ଷେତ୍ରରେ ସତର୍କ ରୁହନ୍ତୁ।

 

ତୁଳା: ସମାଜରେ ସମ୍ମାନ ବୃଦ୍ଧି ପାଇବ ଓ କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିବ। ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ। କୋର୍ଟକଚେରୀ ମାମଲାରେ ସଫଳତା ପାଇବେ। ତୀର୍ଥସ୍ଥାନକୁ ଯାତ୍ରା କରିପାରନ୍ତି। ବ୍ୟୟ ବୃଦ୍ଧି ପାଇବ ଓ ଏଥିପାଇଁ ମାନସିକ ଦୁଃଶ୍ଚିନ୍ତା ବଢିବ।

 

ବିଛା: ନିଜ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ। ଖାଦ୍ୟପେୟ ପ୍ରତି ସଚେତନ ରୁହନ୍ତୁ। ହଠାତ ଧନହାନୀ ହୋଇପାରେ। ଏହି ସମୟରେ କିଛି ବି କରଜ ନିଅନ୍ତୁ ନାହିଁ। ମାତାପିତାଙ୍କ ଇଚ୍ଛା ବିରୁଦ୍ଧରେ କୌଣସି କାର୍ଯ୍ୟ କରନ୍ତୁ ନାହିଁ।

 

ଧନୁ: ପରିବାର ସଦସ୍ୟଙ୍କ ମଧ୍ୟରେ ବିବାଦ ଦେଖାଦେବ। ବିଦେଶ ଯାତ୍ରାର ଯୋଗ ରହିଛି। ଆପଣଙ୍କ ଖର୍ଚ୍ଚ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ସହଯୋଗୀଙ୍କ ସହ ଝଗଡା ହୋଇପାରେ। ଅନ୍ୟମାନଙ୍କ ଉପରେ କୌଣସି କାମ ପାଇଁ ନିର୍ଭର କରନ୍ତୁ ନାହିଁ।

 

ମକର: ନିଜ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ। କଠିନରୁ କଠିନ କାର୍ଯ୍ୟ ସହଜରେ କରିପାରିବେ। ଆୟ ସହିତ ବ୍ୟୟ ମଧ୍ୟ ବୃଦ୍ଧି ପାଇବ। ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମର ସୁଫଳ ମିଳିବ। ଦୁରସ୍ଥାନକୁ ଯାତ୍ରାର ଯୋଗ ରହିଛି।

 

କୁମ୍ଭ: ପାରିବାରିକ ଜୀବନ ଅଶାନ୍ତିପୂର୍ଣ୍ଣ ରହିବ। ଏହି ସମୟରେ କୌଣସି ବଡ ନିଷ୍ପତ୍ତି ନିଅନ୍ତୁ ନାହିଁ। ଆୟ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ସହକର୍ମୀ ଓ ଉଚ୍ଚ ଅଧିକାରୀଙ୍କ ସହିତ ସୁସମ୍ପର୍କ ରଖନ୍ତୁ। ଅଧିକ ବ୍ୟୟ କରିବେ। ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ।

 

ମୀନ: ଆପଣଙ୍କ ବ୍ୟବହାରରେ ଅହଂକାର ବୃଦ୍ଧି ପାଇବ। ଏହାକୁ ନିୟନ୍ତ୍ରଣ କରନ୍ତୁ। ପରିବାର ସଦସ୍ୟଙ୍କ ସହିତ ତୀର୍ଥସ୍ଥାନ ବୁଲିବାକୁ ଯାଇପାରନ୍ତି। ଭାଇଭଉଣୀଙ୍କ ସହଯୋଗ ପାଇବେ। ଛାତ୍ରଛାତ୍ରୀମାନଙ୍କ ପାଇଁ ସମୟ ବହୁତ ଭଲ ରହିବ ଓ ପାଠପଢାରେ ମନ ଲଗାଇବେ।

 

 

 (ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon