ଏହିପରି ମୋବାଇଲ କଭର ବ୍ୟବହାର ସ୍ମାର୍ଟଫୋନର କରିଥାଏ କ୍ଷତି

Tuesday, March 12, 2019

(ବେତାର ବ୍ୟୁରୋ) ସ୍ମାର୍ଟଫୋନ ବ୍ୟବହାରକାରୀମାନେ ନିଜ ମୋବାଇଲକୁ ସୁରକ୍ଷିତ ରଖିବା ପାଇଁ ଅନେକ ପ୍ରକାରର ମୋବାଇଲ କଭର ବ୍ୟବହାର କରିଥାନ୍ତି। ସେଥିମଧ୍ୟରୁ ଏପରି ଅନେକ ମୋବାଇଲ କଭର ରହିଛି ଯାହାକି ଆପଣଙ୍କ ମୋବାଇଲକୁ ତଳେ ପଡି ଭାଙ୍ଗିବାରୁ ରକ୍ଷା କରିଥାଏ। ମାତ୍ର ଏପରି କଭର ମଧ୍ୟ ରହିଛି ଯାହାକି ଆପଣଙ୍କ ମୋବାଇଲକୁ କ୍ଷତି ପହଞ୍ଚାଇଥାଏ।

 

ଏହି କଭର ଗୁଡିକର ବ୍ୟବହାର କରିବା ଦ୍ଵାରା ଆପଣଙ୍କର ମୋବାଇଲ ଖରାପ ମଧ୍ୟ ହୋଇଯାଇଥାଏ। ତେବେ ଆସନ୍ତୁ ଜାଣିବା ସ୍ମାର୍ଟଫୋନ ପାଇଁ କଭର କିଣିବା ସମୟରେ କେଉଁ କେଉଁ କଥା ଉପରେ ବିଶେଷ ଧ୍ୟାନ ଦେବା।

 

୧. ରବରରେ ପ୍ରସ୍ତୁତ କଭର ବ୍ୟବହାର କରନ୍ତୁ ନାହିଁ: ଅନେକ ଲୋକ ରବରରେ ପ୍ରସ୍ତୁତ ମୋବାଇଲ କଭର ବ୍ୟବହାର କରିଥାନ୍ତି। ଏହା ଆପଣଙ୍କ ମୋବାଇଲକୁ ତଳେ ପଡି ଭାଙ୍ଗିବାରୁ ରକ୍ଷା କରିଥାଏ ମାତ୍ର ରବରରେ ପ୍ରସ୍ତୁତ କଭର ବ୍ୟବହାର କରିବା ଦ୍ଵାରା ଆପଣଙ୍କର ମୋବାଇଲ ଅଧିକ ଗରମ ହୋଇଯାଇଥାଏ। ଏହାଫଳରେ ମୋବାଇଲ ବ୍ଳାଷ୍ଟ ହେବାର ମଧ୍ୟ ସମ୍ଭାବନା ରହିଥାଏ।

୨. ସିଲିକନ କଭରର ବ୍ୟବାହର : ରବରରେ ପ୍ରସ୍ତୁତ କଭର ବ୍ୟବହାର ନକରି ସିଲିକନରେ ପ୍ରସ୍ତୁତ କଭର ବ୍ୟବହାର କରନ୍ତୁ। ଏହା ଆପଣଙ୍କ ମୋବାଇଲକୁ ଥଣ୍ଡା ରଖିବାର ସାହାଯ୍ୟ କରିଥାଏ।

 

୩.ଚମଡାରେ ପ୍ରସ୍ତୁତ କଭର କ୍ଷତିକାରକ: ଚମଡାରେ ପ୍ରସ୍ତୁତ କଭର ମଧ୍ୟ ଆପଣଙ୍କ ମୋବାଇଲ ପାଇଁ କ୍ଷତିକାରକ ହୋଇପାରେ। ମୋବାଇଲ କଭର ଚମଡାରେ  ପ୍ରସ୍ତୁତ ହୋଇଥିଲେ ସାମାନ୍ୟ ତାପମାତ୍ରା ବଢିବା ମାତ୍ରେ ମୋବାଇଲଟି ଅଧିକ ଗରମ ହେବାକୁ ଲାଗିଥାଏ। ତାପମାତ୍ରା ବଢିବା କାରଣରୁ ଏହା ଫାଟିବାର ମଧ୍ୟ ସମ୍ଭାବନା ରହିଥାଏ।

୪.ପ୍ଲାଷ୍ଟିକ କଭରର ବ୍ୟବହାର କରନ୍ତୁ ନାହିଁ: ମୋବାଇଲ କଭର ପ୍ଲାଷ୍ଟିକରେ ମଧ୍ୟ ପ୍ରସ୍ତୁତ ହେଉଛି। ଏହା ମଧ୍ୟ ଆପଣଙ୍କ ମୋବାଇଲକୁ ଅଧିକ ଗରମ ହେବାରେ  ସାହାଯ୍ୟ କରିଥାଏ। ଫୋନରେ ଲଗାତର କାମ କରିବା ଦ୍ଵାରା ସେଥିରୁ ବାହାରୁଥିବା ଉଷ୍ମତା ପ୍ଲାଷ୍ଟିକ କଭର ଦେଇ ବାହାରକୁ ବାହାରି ନଥାଏ। ଏହା ଆପଣଙ୍କ ମୋବାଇଲର କାମ କରିବାର କ୍ଷମତା ଉପରେ ପ୍ରଭାବ ପକାଇଥାଏ।

 

୫.ମେଟାଲ କଭର ମଧ୍ୟ ଉପଯୁକ୍ତ ନୁହେଁ: ମେଟାଲ୍ କଭର ମୋବାଇଲ ତାପମାତ୍ରାକୁ ବଢିବାକୁ ଦେଇ ନଥାଏ କିନ୍ତୁ ଏହାର ବ୍ୟବହାର ମଧ୍ୟ ଆପଣଙ୍କ ମୋବାଇଲ ପାଇଁ କ୍ଷତିକାରକ ହୋଇଥାଏ। ଏହି କଭର ମୋବାଇଲର ବଡିକୁ ଖରାପ କରିଥାଏ ଓ ମୋବାଇଲ ପଡିଗଲେ ଏହାକୁ ବଙ୍ଗିବାରୁ ରକ୍ଷା କରିପାରିନଥାଏ।

  

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon