ସର୍ଫ ଏକ୍ସେଲର ହୋଲି ବିଜ୍ଞାପନକୁ ସୋସିଆଲ ମିଡିଆରେ ବିରୋଧ ଓ  ସମର୍ଥନ

Tuesday, March 12, 2019

(ବେତାର ବ୍ୟୁରୋ) ଆଗକୁ ଖୁସିର ପର୍ବ ହୋଲି ଆସୁଥିବା ବେଳେ ଏହି ପର୍ବକୁ ଆଖି ଆଗରେ ରଖି ସର୍ଫ ଏକ୍ସେଲ ତରଫରୁ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଥିଲା। ଏହି ବିଜ୍ଞାପନରେ ହିନ୍ଦୁ ଓ ମୁସଲିମ ମଧ୍ୟରେ ଭାଇଚାରାର ଭାବନାକୁ ବଢାଇବା ପାଇଁ ପ୍ରୟାସ କରାଯାଇଥିଲା। କମ୍ପାନୀ ଦ୍ଵାରା ପ୍ରସ୍ତୁତ ଏହି ଭିଡିଓକୁ ସୋସିଆଲ ମିଡିଆରେ ଖୁବ ସମାଲୋଚନା କରାଯାଇଥିବା ବେଳେ କିଛି ଲୋକ ଏହି ବିଜ୍ଞାପନର ସମର୍ଥନ ମଧ୍ୟ କରିଛନ୍ତି।

 

ଫେବୃୟାରୀ 27ରେ ରିଲିଜ ହୋଇଥିବା ଏହି ଭିଡିଓଟିକୁ ୟୁଟ୍ୟୁବରେ ବର୍ତ୍ତମାନ ପର୍ଯ୍ୟନ୍ତ 94ଲକ୍ଷରୁ ଅଧିକ ଥର ଦେଖା ସରିଲାଣି। ଏହି ଭିଡିଓ ଜରିଆରେ ସର୍ଫ ଏକ୍ସେଲ ତରଫରୁ ହିନ୍ଦୁ-ମୁସଲିମ ମଧ୍ୟରେ ସଦଭାବନାର ବାର୍ତ୍ତା ଦେବା ପାଇଁ ପ୍ରୟାସ କରାଯାଇଛି।

 

ମାତ୍ର ଟ୍ଵିଟରରେ ଏହାକୁ କିଛି ଲୋକ ବିବାଦୀୟ ବୋଲି ମତ ଦେଇଥିଲେ। ଅନେକ ଲୋକଙ୍କ ଦ୍ଵାରା ଏହାକୁ ସମାଲୋଚନା  କରାଯିବା ପରେ ବିଜ୍ଞାପନରେ ରହିଥିବା ସନ୍ଦେଶକୁ କିଛି ଲୋକ ପ୍ରଶଂସା ମଧ୍ୟ କରିଛନ୍ତି। ଜଣେ ଟ୍ଵିଟର ବ୍ୟବହାରକାରୀ ଟ୍ଵିଟ କରି ଏହି ବିଜ୍ଞାପନର ପ୍ରଶଂସା କରିଛନ୍ତି ଓ ନିଜେ ଦୁଇକିଲୋ ଅଧିକ ସର୍ଫ ଏକ୍ସେଲ କିଣିଛନ୍ତି ବୋଲି କହିଛନ୍ତି।

ସେହିପରି ଅନ୍ୟଜଣେ ଟ୍ଵିଟର ବ୍ୟବହାରକାରୀ ଟ୍ଵିଟ କରି ଲେଖିଛନ୍ତି, “ଏହା ଏକ ସୁନ୍ଦର ବିଜ୍ଞାପନ ଅଟେ ଯେଉଁମାନେ ଏହି ବିଜ୍ଞାପନକୁ ବିରୋଧ କରୁଛନ୍ତି ସେମାନଙ୍କୁ ଲଜ୍ଜ୍ୟା ଲାଗିବା କଥା।“

ଅନ୍ୟଜଣେ ଟ୍ଵିଟର ବ୍ୟବହାରକାରୀ ଲେଖିଛନ୍ତି, “ଏପରି ସୁନ୍ଦର ବାର୍ତ୍ତା ଦେଉଥିବା ବିଜ୍ଞାପନକୁ ବୟକଟ କରିବାକୁ ଚାହୁଁଛନ୍ତି! ଏପରି ଲୋକଙ୍କ ମନରେ ଏମିତି ଧାରଣା ରହିଛି ଯାହାକୁ ସର୍ଫ ଏକ୍ସେଲ ଦ୍ଵାରା ଧୋଇ ହେବ ନାହିଁ।“

ଗୋଟିଏ ମିନିଟର ଏହି ଭିଡିଓରେ ଜଣେ ହିନ୍ଦୁ ଝିଅ ଧଳା ପୋଷାକ ପିନ୍ଧି ସାଇକେଲ ଧରି ଗଳି ଭିତରେ ବୁଲୁଛି ଓ ଅନ୍ୟସମସ୍ତ ପିଲାଙ୍କୁ ତା ଉପରେ ରଙ୍ଗ ପକାଇବା ପାଇଁ କହୁଛି। ସମସ୍ତେ ତା ଉପରେ ରଙ୍ଗ ପକାଇବା ପରେ ରଙ୍ଗ ସରିଯାଉଛି। ଏହାପରେ ସେ ତାର ମୁସଲିମ ବନ୍ଧୁର ଘର ଘରକୁ ଯାଇ କହୁଛି ଯେ, ସବୁ ରଙ୍ଗ ସରିଗଲାଣି। ଏହାପରେ ମୁସଲିମ ପୁଅଟି ଘରୁ ବାହାରକୁ ଆସୁଛି ଓ ହିନ୍ଦୁ ଝିଅଟି ତାକୁ ନେଇ ମସଜିଦରେ ଛାଡୁଛି।

 

ମସଜିଦର ସିଡି ଚଢିବା ସମୟରେ ମୁସଲିମ ପୁଅଟି ଯେତେବେଳେ କହୁଛି ଯେ ମୁଁ ନମାଜ ପଡିଛି ଆସୁଛି, ସେତେବେଳେ ହିନ୍ଦୁ ଝିଅଟି କହୁଛି ପରେ ବହୁତ ରଙ୍ଗ ପଡିବ। ହିନ୍ଦୁସ୍ଥାନ ଲିଭରର ମାଲିକାନା ଥିବା ସର୍ଫ ଏକ୍ସେଲର ଏହି ବିଜ୍ଞାପନ ଜରିଆରେ ସମାଜକୁ ସନ୍ଦେଶ ଦିଆଯାଇଛି ଯେ, ହୋଲିର ରଙ୍ଗ ଜରିଆରେ ସମାଜକୁ ଏକାଠି କରିହେବ। ଏହି ବିଜ୍ଞାପନରେ ମଧ୍ୟ ସର୍ଫ ଏକ୍ସେଲର ପାରମ୍ପରିକ ଟ୍ୟାଗଲାଇନ ‘ଦାଗ ଅଛେ ହେଁ’ ରହିଛି।

 

ଏହି ବିଜ୍ଞାପନରେ ମୁସଲିମ୍ ଏବଂ ହିନ୍ଦୁଙ୍କ ଭାଇଚାରାକୁ ଦେଖାଉଥିଲେ ମଧ୍ୟ କେତେକେ ଧର୍ମାନ୍ଧଙ୍କୁ ଏହା ପସନ୍ଦ ଆସୁନାହିଁ। ସେମାନଙ୍କ ବିଚାରରେ ଏହା ଭୁଲ୍ ଏବଂ ଭ୍ରମାତ୍ମକ ଅଟେ। ଏହି ବିଜ୍ଞାପନ ବିରୁଦ୍ଧରେ ଟ୍ଵିଟରରେ ବୟକର୍ଟ ସର୍ଫ ଏକ୍ସେଲ୍ ନାମକ ବହିଷ୍କାର ଅଭିଯାନ ମଧ୍ୟ ଆରମ୍ଭ କରାଯାଇଥିଲା। 

 

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon