ହୋଲିକା ଦହନର ମହତ୍ତ୍ଵ : ଦୂର ହେଇଥାଏ ପିତୃଦୋଷ

Tuesday, March 19, 2019

(ବେତାର ବ୍ୟୁରୋ) ରଙ୍ଗର ପର୍ବ ହୋଲି ପାଳନ କରିବା ପୂର୍ବରୁ ‘ହୋଲିକା ଦହନ’ ପାଳନ କରାଯାଇଥାଏ। ଚଳିତ ବର୍ଷ ମାର୍ଚ୍ଚ ୨୨ ତାରିଖରେ ହୋଲି ଉତ୍ସବ  ଓ ୨୧ ତାରିଖରେ ଦୋଳ ପୁର୍ଣିମା ପାଳନ କରାଯିବ । ଏହାର ଦିନକ ପୂର୍ବରୁ ଅର୍ଥାତ ମାର୍ଚ୍ଚ ୨୦ ତାରିଖ (ବୁଧବାର)ରେ 'ହୋଲିକା ଦହନ' ପୂଜା ଅନୁଷ୍ଠିତ ହେଇଥାଏ । 

 

ପୁରାଣରେ ହୋଲିକା ଦହନର ବିଶେଷ ମହତ୍ତ୍ଵ ବିଷୟରେ ବର୍ଣ୍ଣନା କରାଯାଇଛି। ନାରଦ ପୁରାଣ ଅନୁସାରେ ହୋଲିରେ ପିତୃପୁରୁଷଙ୍କୁ ପୂଜା କରିବା ଦ୍ଵାରା ଅନେକ ଦୋଷ ଦୂର ହୋଇଥାଏ ଓ ଏହାସହିତ ମହାଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି କାରଣ ଏହିଦିନକୁ ଶାସ୍ତ୍ରରେ ଲକ୍ଷ୍ମୀ ଜୟନ୍ତୀ ବୋଲି କୁହାଯାଇଛି ।

 

ହୋଲିକା ଦହନ ଓ ପୂଜା କରିବା ଦ୍ଵାରା କେଉଁ  ଶୁଭଫଳ ପ୍ରାପ୍ତ ହୋଇଥାଏ ଆସନ୍ତୁ ଜାଣିବା।

 

1.ହୋଲିକା ଦହନ ଓ ପୂଜାରେ ଗାଈ ଗୋବରରୁ ପ୍ରସ୍ତୁତ ଘଷିର ଉପଯୋଗ କରିବା ଦ୍ଵାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ଘରେ ସୁଖଶାନ୍ତି ବଜାୟ ରହିଥାଏ।ଏହାବ୍ୟତୀତ ହୋଲିକା ଦହନ ହେବା ଆଗରୁ ବା ପରେ ଘରର ଉତ୍ତର ଦିଗରେ ଶୁଦ୍ଧଘିଅ ଦୀପ ଜାଳିବା ପରିବାର ପାଇଁ ଶୁଭ ହୋଇଥାଏ।

 

2.ହୋଲିକା ଦହନ ସମୟରେ ଏକ ଶୁଖିଲା ନଡିଆ ସଢେଇରେ ଚାଉଳ, ଚିନି, ରାଶି ଓ ଘିଅ ମିଶାଇ ରଖନ୍ତୁ। ଏହାକୁ ଜଳୁଥିବା ହୋଲିକାରେ ପକାଇଦିଅନ୍ତୁ। ଏପରି କରିବା ଦ୍ଵାରା ପିତୃଦୋଷ ଦୂର ହୋଇଥାଏ ଓ ଆର୍ଥିକ ସମୃଦ୍ଧି ମିଳିଥାଏ।

 

3.ନାରଦ ପୁରାଣ ଅନୁସାରେ ହୋଲିକା ଦହନର ପରଦିନ ପିତୃପୂଜା କରିବା ଶୁଭ ହୋଇଥାଏ। ଏହିଦିନ ତର୍ପଣ ପୂଜା କରିବା ଦ୍ଵାରା ସମସ୍ତ ପ୍ରକାରର ଦୋଷରୁ ମୁକ୍ତି ମିଳିଥାଏ।

 

4. ହୋଲିକାର ପରିକ୍ରମାର ମଧ୍ୟ ବିଶେଷ ମହତ୍ତ୍ଵ ରହିଛି। ହୋଲିକା ଦହନ ପୂର୍ବରୁ ଏହା ଚାରିପଟେ 7ଥର ପରିକ୍ରମା କରିବା ଦ୍ଵାରା ସମସ୍ତ  ସମସ୍ୟା, ରୋଗ ଓ ଦୋଷ ଦୂର ହୋଇଥାଏ।

 

ହୋଲିକା ଦହନ କିପରି କରିବେ

ହୋଲିକା ଦହନ କରିବା ପୂର୍ବରୁ ପୂଜା କରାଯାଇଥାଏ। ଏହି ପୂଜା କରିବା ସମୟରେ ହୋଲିକାରେ ହଳଦୀର ଟୀକା ଲଗାନ୍ତୁ। ଏହାସହିତ ହୋଲିକାର ଚାରିପଟେ ବିଭିନ୍ନ ରଙ୍ଗର ଅବିରରେ ରଙ୍ଗୋଲି କରନ୍ତୁ। ପାଞ୍ଚ ପ୍ରକାରର ଫଳ, ଅନ୍ନ ଓ ମିଠା ଭୋଗ ଚଢାନ୍ତୁ। ହୋଲିକାର ଚାରିପଟେ ସାତଥର ପରିକ୍ରମା କରନ୍ତୁ ଓ ଜଳ ଅର୍ପଣ କରନ୍ତୁ। ଏପରି କରିବା ଦ୍ଵାରା ଘରେ ସମୃଦ୍ଧି ଆସିଥାଏ। ଏହି ପର୍ବଟି ପୌରଣିକ ଘଟଣା ସହିତ ଜଡିତ।

 

ହୋଲିକା ଦହନର ସମୟ

ହିନ୍ଦୁ ଧର୍ମଗ୍ରନ୍ଥ ଅନୁସାରେ ହୋଲିକା ଦହନ ପୂର୍ଣ୍ଣିମା ତିଥିର ପୂର୍ବଦିନ ଅର୍ଥାତ ମାର୍ଚ୍ଚ 20 ତାରିଖ ପ୍ରଦୋଶ କାଳରେ ଏହା ଅନୁଷ୍ଠିତ ହେବ। ପ୍ରଦୋଷ ବା ମୁହଁସଞ୍ଜ (ଗୋଧୂଳି ବେଳା) ଦିନର ଶେଷ ଓ ରାତିର ଆରମ୍ଭ ସମୟକୁ ସୁଚାଇଥାଏ।  

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon