ଜାଣନ୍ତୁ : ଖରାଦିନେ ଆଖୁରସ ପିଇବାର ଫାଇଦା

Monday, March 25, 2019

(ବେତାର ବ୍ୟୁରୋ) ଗ୍ରୀଷ୍ମଋତୁ ଆରମ୍ଭ ହୋଇଗଲାଣି ଓ ଦିନକୁ ଦିନ ତାପମାତ୍ରା ମଧ୍ୟ ବଢିବାରେ ଲାଗିଛି। ଖରାର ଅସହ୍ୟ ତାତିରେ ଲୋକମାନେ ଅସ୍ତବ୍ୟସ୍ତ ହେଉଛନ୍ତି। ଏପରି ସମୟରେ ଆଖୁରସ ଏକ ଉତ୍ତମ ପାନୀୟ ଅଟେ। ଅତ୍ୟଧିକ ଖରାରେ ଆଖୁରସ ଆପଣଙ୍କ ଶୋଷ ମେଣ୍ଟାଇବା ସହିତ ଆପଣଙ୍କ ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରେ ଓ ଗ୍ରୀଷ୍ମଋତୁରେ ହେଉଥିବା ଆହୁରି ଅନେକ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ।

 

ଆଖୁରସରେ ଅଧିକ ମାତ୍ରାରେ ଆଇରନ, ମାଗ୍ନେସିୟମ, କ୍ୟାଲସିୟମ ରହିଥାଏ। ଏହା ଖରାଦିନେ ଡିହାଇଡ୍ରେସନ ଜନିତ ସମସ୍ୟା ବା ଶରୀରରେ ଜଳର ଅଭାବକୁ ପୂରଣ କରିଥାଏ।  ଖରାଦିନେ ଏହି ଆଖୁରସ ପିଇବା ଦ୍ଵାରା ଆମକୁ କଣ ଫାଇଦା ମିଳିଥାଏ ଆସନ୍ତୁ ଜାଣିବା।

 

୧.ଥକ୍କାପଣ ଦୂର କରେ: ଆଖୁରସରେ ଥିବା କାର୍ବୋହାଇଡ୍ରେଟ, ପ୍ରୋଟିନ, ଆଇରନ ଓ ଅନ୍ୟାନ୍ୟ ଆବଶ୍ୟକୀୟ ପୋଷାକ ତତ୍ତ୍ଵ ଶରୀରରୁ ଥକାପଣ ଦୂର କରିବାରେ ସାହାଯ୍ୟ କରେ। ଖରାରେ ବୁଲି ବୁଲି ହାଲିଆ ହୋଇଯାଇଥିଲେ ଏକଗ୍ଳାସ ଆଖୁରସ ପିଅନ୍ତୁ, ଆପଣଙ୍କ ଶରୀରରୁ ଥକାପଣ ଦୂର ହୋଇଯିବ ଓ କାମ କରିବା ପାଇଁ ଶକ୍ତି ମିଳିବ।

୨.ଆସିଡିଟି ଦୂର କରେ: ଯେଉଁ ମାନଙ୍କର ଆସିଡିଟିର ସମସ୍ୟା ରହିଥାଏ ସେମାନଙ୍କ ପାଇଁ ଆଖୁରସ ବହୁତ ଉପକାରୀ ଅଟେ। ନିୟମିତ ଏହାକୁ ପିଇବା ଦ୍ଵାରା ଆସିଡିଟିର ସମସ୍ୟା ଦୂର ହୋଇଥାଏ ଓ ପେଟରେ ହେଉଥିବା ଜଳାପୋଡା ଦୂର କରିଥାଏ।

 

୩.ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ: ଆଖୁରସ ପିଇବା ଦ୍ଵାରା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଯେଉଁମାନେ ଖୁବ ଶୀଘ୍ର ରୋଗରେ ପିଡୀତ ହୋଇଥାନ୍ତି, ଅଳ୍ପ କାମ କରୁ କରୁ ଥକି ପଡିଥାନ୍ତି ଓ ନିଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ଅନୁଭବ କରିଥାନ୍ତି ସେମାନଙ୍କ ପାଇଁ ଆଖୁରସ ବହୁତ ଲାଭଦାୟକ ହୋଇଥାଏ।

 

୪.ଜଣ୍ଡିସ ଦୂରକରେ: ଯେଉଁ ବ୍ୟକ୍ତି ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ସେମାନଙ୍କ ପାଇଁ ଆଖୁରସ ବହୁତ ଉପକାରୀ ଅଟେ। ଏହା ଶରୀରରେ ପ୍ରୋଟିନର ଅଭାବକୁ ପୂରଣ କରିଥାଏ ଓ ଶରୀରକୁ ଅବଶ୍ୟକୀୟ ପୋଷଣ ପ୍ରଦାନ କରିଥାଏ।

 

୫.ତ୍ଵଚା ପାଇଁ ଉପକାରୀ: ଆଖୁରସରେ ଆଲ୍ଫାହାଇଡ୍ରୋକ୍ସି ଓ ଗ୍ଲାଇକୋଲିକ ନାମକ ଏସିଡ ରହିଥାଏ ଯାହାକି ତ୍ଵଚା ପାଇଁ ବହୁତ ଉପକାରୀ ହୋଇଥାଏ। ଏହା ତ୍ଵଚାରୁ ବ୍ରଣ ସମସ୍ୟାକୁ ଦୂର କରିଥାଏ। ଏହାକୁ ଆପଣ ଚେହେରାରେ ସ୍କ୍ରବ ଭାବରେ ମଧ୍ୟ ବ୍ୟବହାର କରିପାରିବେ।

୬.ଦନ୍ତକ୍ଷୟ ଦୂର କରେ: ଆଖୁରସରେ ବହୁଳ ମାତ୍ରାରେ ମିନେରାଲ ରହିଥାଏ ଯାହାକି ଆପଣଙ୍କ ଦନ୍ତ କ୍ଷୟ ହେବାରୁ ରୋକିଥାଏ। ଏହାସହିତ ଆଖୁରସ ପିଇବା ଦ୍ଵାରା ଆପଣଙ୍କ ମୁଖ ଦୁର୍ଗନ୍ଧ ମଧ୍ୟ ଦୂର ହୋଇଥାଏ।

 

୭.ଜ୍ଵର କମ କରେ: ଜ୍ଵର ହୋଇଥିବା ସମୟରେ ଶରୀରର ତାପମାତ୍ରା ସାଧାରଣ ଠାରୁ ଅଧିକ ରହିଥାଏ। ଏପରି ସମୟରେ ଶରୀରର ତାପମାତ୍ରାକୁ କମ କରିବା ପାଇଁ ଆଖୁରସ ଲାଭଦାୟକ ହୋଇଥାଏ। ବିଶେଷକରି ଛୋଟପିଲାଙ୍କ ଶରୀରରେ ଏହା ପ୍ରୋଟିନର ଅଭାବକୁ ପୂରଣ କରେ ଓ ଜ୍ଵରରୁ ଆରାମ ଦେଇଥାଏ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon