ତୈମୁର କଣ୍ଢେଇ ପରେ ବଜାରକୁ ଆସିଲା ତୈମୁର ବିସ୍କୁଟ

Tuesday, March 26, 2019

 

(ବେତାର ବ୍ୟୁରୋ) ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ ଓ କରୀନା କପୁର ଖାନଙ୍କ ପୁଅ ତୈମୁର ଅଲ୍ଲୀ ଖାନ ମାତ୍ର ଦୁଇବର୍ଷ ବୟସରେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି। ଲୋକପ୍ରିୟତା ମାମଲାରେ ତୈମୁର ସୈଫ ଅଲ୍ଲୀ ଖାନ ଓ କରୀନା କପୁର ଖାନଙ୍କୁ ମଧ୍ୟରେ ପଛରେ ପକାଇ ସାରିଲେଣି। ଇଣ୍ଟରନେଟ ଓ ସୋସିଆଲ ମିଡିଆରେ ତୈମୁରଙ୍କ ଫଟୋ ସବୁବେଳେ ଚର୍ଚ୍ଚାରେ ରହିଥାଏ ଓ ତୈମୁରଙ୍କ ନାମରେ ବଜାରରେ କଣ୍ଢେଇ ମଧ୍ୟ ବିକ୍ରି ହେବାର ଦେଖିବାକୁ ମିଳିଥିଲା। ବର୍ତ୍ତମାନ ତୈମୁରଙ୍କ ନାମରେ ବଜାରରେ ବିସ୍କୁଟ ମଧ୍ୟ ବିକ୍ରି କରାଯାଉଛି।

 

ଡିଏନଏ ନ୍ୟୁଜରେ ପ୍ରକାଶିତ ରିପୋର୍ଟ ମୁତାବକ ଏକ କଷ୍ଟମାଇଜ୍ଦ କୁକିଜ ପ୍ରସ୍ତୁତ କରୁଥିବା କମ୍ପାନୀ ଏହି ତୈମୁର ବିସ୍କୁଟ ପ୍ରସ୍ତୁତ କରିଛି। ନିକଟରେ ଏହି ବିସ୍କୁଟ ପ୍ରସ୍ତୁତକାରୀ କମ୍ପାନୀ ତରଫରୁ ଏକ ଆୱାର୍ଡ ଶୋ’ ରେ ଅତିଥି ମାନଙ୍କୁ ଏହି ବିସ୍କୁଟ ଖାଇବାକୁ ଦିଆଯାଇଥିଲା। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ବିସ୍କୁଟର ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି।

ଏହି ବିସ୍କୁଟରେ ତୈମୁରଙ୍କର ବିଭିନ୍ନ ଫଟୋ ଲାଗିଥିବାର ଦେଖିବାକୁ ମିଳିଛି ଓ ତୈମୁରଙ୍କ ମୁହଁରେ ଭିନ୍ନ ଭିନ୍ନ ଭାବଭଙ୍ଗୀ ଦେଖିବାକୁ ମିଳିଛି। ବିସ୍କୁଟ ଉପରେ ତୈମୁରଙ୍କ ଏହି ଫଟୋ ଦେଖିବା ପରେ ସୈଫ ଅଲ୍ଲୀ ଖାନ ଓ କାରୀନା କପୁର କଣ ପ୍ରତିକ୍ରିୟା ଦେଉଛନ୍ତି ଦେଖିବାକୁ ବାକି ରହିଲା, କାରଣ ଯେତେବେଳେ ବଜାରରେ ତୈମୁର କଣ୍ଢେଇ ଆସିଥିଲା ସେତେବେଳେ ସୈଫ ଓ କରୀନା ଏହାକୁ ଦେଖି ଖୁବ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଯୋଡି ତୈମୁରଙ୍କ ଲୋକପ୍ରିୟତାକୁ ନେଇ ମଧ୍ୟ ସବୁବେଳେ ଚିନ୍ତିତ ରହିଥାନ୍ତି।

 

ଗତବର୍ଷ ବଜାରରେ ଏହି ତୈମୁର କଣ୍ଢେଇ ଖୁବ ଭାଇରାଲ ହୋଇଥିଲା। କରନ ଜୋହରଙ୍କ ଚ୍ୟାଟ ଶୋ’ରେ କରୀନା ଏହି କଣ୍ଢେଇକୁ ନେଇ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ସେହି କଣ୍ଢେଇଟି ତୈମୁର ପରି ବିଲକୁଲ ଦେଖାଯାଉ ନାହିଁ। କଣ୍ଢେଇଟିର ଯେପରି ନୀଲ ଆଖି, କେଶ ରହିଛି ଓ ସେ ଯେମିତି ଜ୍ୟାକେଟ ପିନ୍ଧିଛି, ତୈମୁର ବିଲକୁଲ ସେମିତି ନୁହେଁ।

ସୋସିଆଲ ମିଡିଆରେ ତୈମୁରଙ୍କ ଫ୍ୟାନ ସଂଖ୍ୟା ମଧ୍ୟ ବହୁତ ଅଧିକ। ତୈମୁରଙ୍କ ହସ ଓ ସୁନ୍ଦର ଚେହେରା ସମସ୍ତଙ୍କ ହୃଦୟ କିଣିପାରିଛି। ଏଥିପାଇଁ ସୋସିଆଲ ମିଡିଆରେ ତୈମୁରଙ୍କ ଫଟୋ ବହୁତ ଭାଇରାଲ

ହୋଇଥାଏ।

 

Yahoo ତରଫରୁ ଜାରି କରାଯାଇଥିବା ଭାରତୀୟ ଲୋକପ୍ରିୟ ବ୍ୟକ୍ତିତ୍ଵ ତାଲିକାରେ ତୈମୁରଙ୍କୁ ମଧ୍ୟ ସ୍ଥାନ ମିଳିଥିଲା। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ପ୍ରଥମ ସ୍ଥାନରେ ରହିଥିବା ବେଳେ ତୈମୁରଙ୍କ ନାମ ଦଶମ ସ୍ଥାନରେ ରହିଥିଲା। ତୈମୁରଙ୍କ ଲୋକପ୍ରିୟତା ଏତେ ଅଧିକ ଯେ, ତାଙ୍କର ଗୋଟିଏ ଫଟୋକୁ ଟ.1,500 ମୂଲ୍ୟରେ ବିକ୍ରି କରାଯାଇଥାଏ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon