ଆଇପିଏଲ 2019 : ପଞ୍ଜାବ ବନାମ କୋଲକାତା ମ୍ୟାଚରେ ହେବ ଗେଲ୍-ରସେଲ ଟକ୍କର

Wednesday, March 27, 2019

(ବେତାର ବ୍ୟୁରୋ) ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)2019ର ଦ୍ଵାଦଶ ସଂସ୍କରଣ ଷଷ୍ଠ ମୁକାବିଲା ବୁଧବାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡ଼ର୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ଏହା ଉଭୟ ଦଳର ଦ୍ଵିତୀୟ ମ୍ୟାଚ ଅଟେ। ପ୍ରଥମ ମ୍ୟାଚରେ ବିଜୟ ହାସଲ କରି ଉଭୟ ଦଳ ପାଖରେ 2-2 ପଏଣ୍ଟ ଥିବା ବେଳେ ଏହି ମ୍ୟାଚରେ ବିଜୟ ହାସଲ କରି ଆଗକୁ ବଢିବା ପାଇଁ ଉଭୟ ଦଳ ଲକ୍ଷ୍ୟ ରଖିବ।

 

ଆଇପିଏଲରେ ଏହି ଦୁଇ ଦଳ ମଧ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ 23ଟି ମ୍ୟାଚ ଖେଳାଯାଇଛି। ସେଥିମଧ୍ୟରୁ କୋଲକାତା 15ଟି ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ପଞ୍ଜାବ ଦଳ 8ଟି ମ୍ୟାଚରେ ବିଜୟ ହାସଲ କରିଛି। ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ 5ଟି ମ୍ୟାଚ ମଧ୍ୟରୁ କୋଲକାତା 3ଟି ମ୍ୟାଚରେ ଓ ପଞ୍ଜାବ 2ଟି ମ୍ୟାଚରେ ବିଜୟୀ ହୋଇଛି।

 

ପଞ୍ଜାବ ଦଳ ଆଇପିଏଲ 2019ରେ ନିଜର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ହରାଇବା ସହିତ ପଞ୍ଜାବ ଦଳର ଅଧିନାୟକ ରବିଚନ୍ଦ୍ରନ ଅଶ୍ଵିନ ଜସ ବଟଲରଙ୍କୁ ମାଙ୍କଡିଙ୍ଗ ଭାବେ ଆଉଟ କରି ବିବାଦରେ ଫସି ଯାଇଛନ୍ତି। ଅଶ୍ଵିନ ଯାହା କରିଥିଲେ ତାହା ନିୟମ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ତେବେ ଏହି ବିବାଦ ମଧ୍ୟରେ ଅଶ୍ଵିନଙ୍କ ଅଧିନାୟକତ୍ଵରେ ଦଳ କୋଲକାତା ନାଇଟ ରାଇଡ଼ର୍ସ ବିରୁଦ୍ଧରେ କିପରି ପ୍ରଦର୍ଶନ କରୁଛି ଦେଖିବାକୁ ବାକି ରହିଲା।

 

ଆଣ୍ଡ୍ରେ ରସେଲ ଓ କ୍ରିସ ଗେଲଙ୍କ ଟକ୍କର

କୋଲକାତା ନାଇଟ ରାଇଡ଼ର୍ସ ନିଜ ପ୍ରଥମ ମ୍ୟାଚରେ ସନ ରାଇଜର୍ସ ହାଇଦ୍ରାବାଦକୁ 6 ୱିକେଟରେ ହରାଇଥିଲା ଓ କୋଲକାତାର ଏହି ବିଜୟ ପଛରେ ଆଣ୍ଡ୍ରେ ରସେଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ଏହି ମ୍ୟାଚରେ ରସେଲ 19ବଲରେ 49 ରନର ଧମକାଦାର ଇନିଙ୍ଗ୍ସ ଖେଳିଥିଲେ। ଅନ୍ୟପଟେ ପଞ୍ଜାବ ଦଳର ଓପନର କ୍ରିସ ଗେଲ ରାଜସ୍ଥାନ ରୟାଲ୍ସ ବିରୁଦ୍ଧରେ ଭଲ ପ୍ରଦର୍ଶନ କରିଥିଲେ। ସେ ଏହି ମ୍ୟାଚରେ 47ବଲରେ 79ରନ ସଂଗ୍ରହ କରିଥିଲେ। ତେବେ ଏହି ମ୍ୟାଚରେ କ୍ରିସ ଗେଲ ଓ ଆଣ୍ଡ୍ରେ ରସେଲଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିପାରେ।

 

ଇଡେନ ଗାର୍ଡେନରେ କୋଲକାତାର ସ୍ଥିତି ମଜଭୁତ

କୋଲକାତା ନାଇଟ ରାଇଡ଼ର୍ସ ନିଜର ଘରୋଇ ଗ୍ରାଉଣ୍ଡ ଇଡେନ ଗାର୍ଡେନରେ ସବୁବେଳେ ଭଲ ପ୍ରଦର୍ଶନ କରିଥାଏ।ଏହି ଗ୍ରାଉଣ୍ଡରେ କୋଲକାତା ନାଇଟ ରାଇଡ଼ର୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା ମୋଟ 10ଟି ମ୍ୟାଚ ମଧ୍ୟରେ 7ଟି ମ୍ୟାଚରେ କୋଲକାତା ବିଜୟୀ ହୋଇଛି। ଏହି ବିଜୟଧାରାକୁ ଆଗକୁ ବଢାଇବା ସହିତ ପଞ୍ଜାବ ଦଳ ବିରୁଦ୍ଧରେ ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଆଗକୁ ବଢିବାର ଲକ୍ଷ୍ୟ ରଖିବ।

 

କୋଲକାତା ନାଇଟ ରାଇଡ଼ର୍ସ ଇ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ଏହି ମ୍ୟାଚ ବୁଧବାର ସନ୍ଧ୍ୟା 8ଟାରେ ଆରମ୍ଭ ହେବ ଓ ଏହାର ସିଧାପ୍ରସାରଣ ଷ୍ଟାର ସ୍ପୋର୍ଟ୍ସ ନେଟୱାର୍କ ଓ ହଟଷ୍ଟାରରେ ଦେଖିପାରିବେ।   

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon